ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପିକଅପ ଭ୍ୟାନ ସହ ୨୫୪ ଲିଟର ବିଦେଶୀ ମଦ ଜବତ : ଡ୍ରାଇଭର ଓ ସହଯୋଗୀ ଗିରଫ

ପିକଅପ ଭ୍ୟାନ ସହ ୨୫୪ ଲିଟର ବିଦେଶୀ ମଦ ଜବତ : ଡ୍ରାଇଭର ଓ ସହଯୋଗୀ ଗିରଫ

ପାଟଣାଗଡ଼ ୨|୬ପାଟଣାଗଡ଼ ପୁଲିସ ର ଏକ ସ୍ବତନ୍ତ୍ର ଟିମ୍ ଏମଭିଆଇ ଚେକିଂ ସମୟରେ ସୁନାମୁଦି ଛକ ରୁ ଏକ ବିଦେଶ ମଦ ବୋଝେଇ ଏକ ପିଅକପ ଭ୍ୟାନ ଜବତ କରିଥିବା ସହ ଡ଼୍ରାଇଭର ଓ ତାର ସହଯୋଗୀ କୁ ଗରିଫ କରିଛି । ଗିରଫ ଅଭିଯୁକ୍ତ ଦ୍ଵୟ ହେଲେ ଡ଼୍ରାଇଭର ଚୁଳା ଚକ୍ରବର୍ତ୍ତୀ କାଣ୍ଡ ଓ ସହଯୋଗୀ ରବିନ୍ଦ୍ର କୁମାର ବାବୁ । ସୁଚନା ଅନୁସାରେ ପାଟଣାଗଡ଼ ପୁଲିସ ପକ୍ଷରୁ ସୁନା ମୁଦି ଛକ ଠାରେ ଏମ୍ ଭି ଆଇ ଚେକିଂ କରାଯାଉଥିଲା । ଏହି ସମୟରେ ଘସିଏନ ସ୍ଥିତି ବିଦେଶୀ ମଦ ଦୋକାନରୁ ଏକ ପିଅକପ ଭ୍ୟାନ ଗାଡ଼ି ନଂ ଓଡି ୦୩ ଏନ୍ ୫୬୧୫ ଯୋଗେ ସୁନା ମୁଦି ଗାଁ କୁ ବିଦେଶୀ ମଦ ଯାଉଥିଲା । ସେଠାରେ ଉପସ୍ଥିତ ପୁଲିସ ର ଏକ ସ୍ବତନ୍ତ୍ର ଟିମ୍ ଉକ୍ତ ପିକଅପ ଭ୍ୟାନ କୁ ଅଟକାଇ ଛାନଭିନ କରିଥିଲେ ।ଛାନଭିନ ସମୟରେ ଗାଡ଼ି ଭିତରେ ବିଦେଶୀ ମଦ ଥିବା ସେମାନେ ଜାଣିବାକୁ ପାଇଥିଲେ । ଘଟଣା ସ୍ଥଳରୁ ପିକଅପ ଭ୍ୟାନ ସହ ଡ଼୍ରାଇଭର ଓ ତାର ସହଯୋଗୀ ଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ଅଧିକ ପଚରାଉଚରା ପରେ ଅଭିଯୁକ୍ତ ଦ୍ଵୟ ଘସିଏନ ସ୍ଥିତି ବିଦେଶୀ ମଦ ଦୋକାନ ରୁ ୨୫୪.୨୮ ଲିଟର ବିଦେଶୀ ମଦ ସୁନା ମୁଦି ର ଏକ ବେଆଇନ ମଦ ବେପାରୀ ପାଖକୁ ନେଉଥିବା ସ୍ବୀକାର କରିଥିଲେ । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ଵୟ ଙ୍କୁ ଗିରଫ କରି ଥାନା ରେ ଅଟଳ ରଖିଛି । ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀଣୀ ତାରାବତୀ ପ୍ରଧାନ ଙ୍କ ସୂଚନା ମିଳିଛି ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ନର୍ଲା ଚାରିଛକ ଠାରେ ଥିବା ଶ୍ରୀୟା କମ୍ପ୍ୟୁଟର ଅନଲାଇନ୍ ମାଲିକଙ୍କ ଘରେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ର ଚଢ଼ାଉ 

masiha

ଜମିଜମା ବିବାଦ କୁ ନେଇ ଗଣ୍ଡଗୋଳ ,ସାନ ଭାଇ ଓ ପୁତୁରାର ମାଡ଼ ରେ ବଡ଼ ଭାଇ ର ମୃତ୍ୟୁ ଅଭିଯୋଗ

Sunil Chandra Nayak

ଟ୍ରାକ୍ଟର ଦୁର୍ଘଟଣା ଜଣେ ମୃତ ଦୁଇ ଆହତ

masiha

Leave a Comment

error: Content is protected !!