ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା କଲେଜର ନୂତନ ଅଧ୍ୟକ୍ଷ ନିଯୁକ୍ତ 

ରାଉରକେଲା କଲେଜର ନୂତନ ଅଧ୍ୟକ୍ଷ ନିଯୁକ୍ତ 

ରାଉରକେଲା:/ ସେକ୍ଟର-୪ ସ୍ଥିତ ରାଉରକେଲା କଲେଜର ନୂତନ ଭାବରେ ଅଧ୍ୟକ୍ଷ ପଦ ଭାର ଗ୍ରହଣ କରିଛନ୍ତିି ପ୍ରାଧ୍ୟାପକ ଡଃ ରବୀନ୍ଦ୍ର କୁମାର ଜେନା। ଦୀର୍ଘ ବାଇଶି ବର୍ଷରୁ ଅଧିକ ସମୟ ଧରି ଅର୍ଥନୀତି ବିଭାଗରେ ଅଧ୍ୟାପନାରତ ଡଃ ଜେନା ସଫଳ ଭାବରେ ଆୟ-ବ୍ଯୟ ବିଭାଗ, ପ୍ରଶାସନିକ ବିଭାଗ ପ୍ରଭୃତିର ଗୁରୁ ଦାୟିତ୍ବ ବହନ କରି ଆସିଥିବା ଜଣେ ଛାତ୍ରବତ୍ସଳ ଅଧ୍ୟାପକ କେବଳ ନୁହନ୍ତି; ଜଣେ ସୁବକ୍ତା ଭାବରେ ସହରର ବିଭିନ୍ନ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ମଧ୍ୟରେ ସୁପରିଚିତ। ସରକାରୀ ନିର୍ଦ୍ଦେଶନାମା ସହ ଅବସରପ୍ରାପ୍ତ ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ପରେ ଡଃ ଜେନା କଲେଜ ନୂତନ ଅଧ୍ୟକ୍ଷ ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଅବସରରେ ଅର୍ଥନୀତି ବିଭାଗର ବରିଷ୍ଠ ପ୍ରାଧ୍ୟାପିକା ତପସ୍ଵିନୀ ମିଶ୍ର, ପ୍ରାଧ୍ୟାପକ ରଶ୍ମି ରଂଜନ ରାଉତ, ତରଣି ନାୟକ, କରୁଣାକର ପାଟ୍ଟଶାଣୀ ପ୍ରଭୃତି କଲେଜର ସମସ୍ତ ଅଧ୍ଯାପକ-ଅଧ୍ଯାପିକା ଏବଂ ସହଯୋଗୀ କର୍ମଚାରୀ ଡଃ ଜେନାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ସଂକଳ୍ପରୁ ସିଦ୍ଧି ଆଡ଼କୁ ପଥ ପ୍ରଶସ୍ତ କରିବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ପୂର୍ବକ ସମସ୍ତ ଅଧ୍ଯାପକ-ଅଧ୍ଯାପିକା ତଥା କର୍ମଚାରୀମାନଙ୍କ ଠାରୁ ସହଯୋଗ କାମନା କରିଥିଲେ ଏବଂ ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଅଧ୍ୟକ୍ଷ ଭାବରେ ତାଙ୍କର ସ୍ବପ୍ନ ବିଷୟ ସମସ୍ତଙ୍କୁ ଅବଗତ କରାଇଥିଲେ। କଲେଜ ପାଇଁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ସ୍ବୀକୃତି, ବିଭିନ୍ନ ନବୀକରଣ କାର୍ଯ୍ଯ, ବାଣିଜ୍ୟ ବ୍ଲକ, କଳା ବ୍ଳକ, ପ୍ରଶାସନିକ ବ୍ଳକ, ଷ୍ଟାଫ୍ କମନରୁମ୍, ବାଳିକା କମନରୁମ୍ ନିର୍ମାଣ ତଥା ସ୍ନାତକରେ ବିଜ୍ଞାନ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରାରମ୍ଭ, ସେକ୍ଟର-୭ ଦ୍ବିତୀୟ କ୍ୟାମ୍ପସ ଛାତ୍ରାବାସ କାର୍ଯ୍ୟକ୍ଷମ ପ୍ରଭୃତି ଉପରେ ଗୁରୁତ୍ବ ରଖି କାର୍ଯ୍ଯ କରିବା ସହ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶ୍ରୀଅରବିନ୍ଦ – ଭବିଷ୍ୟତର ବାର୍ତ୍ତାବହ 

Sunil Chandra Nayak

ଶିଶୁବାଟିକା ଖୋଲିଦେଇ ଭୁଲିଗଲେ ସରକାର ବ୍ୟବସ୍ଥା ଶୂନ୍, ଅବସ୍ଥା ବେହାଲ୍ 

Sunil Chandra Nayak

ନୂଆପଡ଼ା ଉପ ନିର୍ବାଚନ ନେଇ ଆଜି ୬ ଜଣ ପ୍ରାର୍ଥୀ ନେଲେ ପ୍ରାର୍ଥୀପତ୍ର ,ସମୁଦାୟ ୯ ଗୋଟି ଫାର୍ମ ବିକ୍ରି ନେଇ ସୂଚନା

Sunil Chandra Nayak

Leave a Comment

error: Content is protected !!