ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରପାତରେ ଜଣେ ମୃତ

ବଜ୍ରପାତରେ ଜଣେ ମୃତ

ଲକ୍ଷ୍ମୀପୁର ୦୫/୦୬//କୋରାପୁଟ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଅପରାହ୍ନ ହେଇଗଲେ ଘଟିଆସୁଛି କଳାହାଣ୍ଡିଆ ମେଘ।ଏହି ଦୁର୍ଗମ ଅଞ୍ଚଳରେ ଅତ୍ୟଧିକ ଗରମ ଅନୁଭୂତି ହେଉଥିବା ବେଳେ ସାମାନ୍ୟ ବର୍ଷା ପାଇଁ ଗରମରୁ ଟିକେ ଶାନ୍ତି ମିଳୁଛି।ହେଲେ ମଙ୍ଗଳ ବାର ଦିନର ପ୍ରବଳ ବର୍ଷା ରେ ଜଣଙ୍କର ମୃତ୍ୟୁ ଘଟିଛି।ଖବର ନେବାରେ ଜଣା ପାଡ଼ିଛିକି ନାର୍ଶି କାଇପଦର୍ ଗ୍ରାମର ଯୁଜି ହିକକା-୨୬ ଗତକାଲି ବାହାରେ ଗାଈ କରିବାକୁ ନେଇ ଗୁହାଳ କୁ ଫେରୁଥିବା ବେଳେ ଘଡ ଘଡ଼ି ସହ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା।ଏହା ଦେଖି ସିଏ ଏକ ଆମ୍ବ ଗଛ ତଳେ ଆଶ୍ରୟ ନେଇଥିଲେ।

ହେଲେ ବିଧିର ବିଧାନ ସେହି ସମୟରେ ବଜ୍ରପାତ ହୋଇଥିଲା।ଫଳରେ ସିଏ ସେଠାରେହିଁ ଟଳି ପଡ଼ିଥିଲେ।ଖବର ଶୁଣି ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ତୁରନ୍ତ ନିଜ ଘର କୁ ନେଇ ଯାଇଥିଲେ।ସେତେ ବେଳକୁ ତାଙ୍କର କାନରୁ ପ୍ରବଳ ରକ୍ତ ସ୍ରାବ ହେଉଥିବା ପରିବାର ଦେଖି ଥିଲେ। ହେଲେ ପ୍ରବଳ ପବନ ବର୍ଷା ଯୋଗୁଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ଅସମ୍ଭବପର ହେବାରୁ ତାଙ୍କର ମୃତ୍ୟୁ ଘଟିଥିଲା।ଏନେଇ ପରିବାର ଲୋକଙ୍କ ତରଫରୁ ତହିଁ ଆରଦିନ ଲକ୍ଷ୍ମୀପୁର ଥାନାରେ ଏକ ଲିଖିତ ଅଭିଯୋଗ କରା ଯାଇଥିଲା।ଅଭିଯୋଗକୁ ଭିତ୍ତି କରି ଲକ୍ଷ୍ମୀପୁର ଥାନାରେ ଏକ ମାମଲା ରୁଜୁ କରି ସବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ତଦନ୍ତ କରି ଅଫିସର କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟ ପ୍ରକାଶ କରିଥିବା ବେଳେ ସରକାରୀ ସାହାଯ୍ୟ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ପ୍ରମୋଦ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଶ୍ରୀଅରବିନ୍ଦଙ୍କ ଏକବିଂଶତମ ଦେହାଂଶ ପ୍ରତିଷ୍ଠା ଦିବସ ପାଳିତ 

Sunil Chandra Nayak

ଟ୍ରଲର କୁ ପଛରୁ ପିଟିଲା ଦଶ ଚକିଆ ଟ୍ରକ ଡ୍ରାଇଭର ଗୁରୁତର

Sunil Chandra Nayak

କ୍ଲଷ୍ଟର ସ୍ତରୀୟ ଛବିଳ ମଧୁ ବର୍ଣ୍ଣବୋଧ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ

masiha

Leave a Comment

error: Content is protected !!