ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜନଗରରେ ଧୃଵଙ୍କ ବାଜିମାତ୍ କୁ ଇତିହାସ ସୃଷ୍ଟି କଲେ ବିଜେପିର ବୈଜୟନ୍ତ

ରାଜନଗରରେ ଧୃଵଙ୍କ ବାଜିମାତ୍ କୁ ଇତିହାସ ସୃଷ୍ଟି କଲେ ବିଜେପିର ବୈଜୟନ୍ତ

ରାଜନଗର -5.6.024 ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ସବୁ କଳ୍ପନା ଜଳ୍ପନାର ଗଚକାଲି ଅନ୍ତଘଟି ବିଜେପି ଦେଶ ଓ ଓଡିଶାରେ ତାର ହାଟ୍ରିକ ଜାହିର କରିବାରେ ସକ୍ଷମ ହୋଇପାରିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ଵିଜେପିର ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ଵୈଜୟନ୍ତ ପଣ୍ଡା ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ କଂଗ୍ରେସରୁ ଆସି ବିଜେଡିର ସାଂସଦ ପ୍ରାର୍ଥୀ ହୋଇ ଲଢୁଥିବା ଅଂଶୁମାନ ମହାନ୍ତିଙ୍କୁ 66,536ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଶ୍ରୀ ପଣ୍ଡାଙ୍କ ବିଜୟୀ ପାଇଁ କର୍ମୀମାନଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ସେଥିପାଇଁ ଗତକାଲି ରାତିରେ ରାଜନଗର ଗୋପାଳପୁର ବିଜେପି କାର୍ଯ୍ୟାଳୟ ଓ ତ୍ରୀନାଥ ଵଜାର ଛକରେ ବାଣ ଫୁଟାଇ ମିଠା ବାଣ୍ଟି କର୍ମୀମାନେ ଖୁସିର ମାହୋଲ ମନାସିଥିଲେ। ଅପରପକ୍ଷରେ ବିଜେଡି ବିଧାୟକ ପ୍ରାର୍ଥି ଶ୍ରୀଯୁକ୍ତ ଧୃବ ସାହୁ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ଲଳିତ ଵେହେରାଙ୍କୁ 18 ହଜାର 134ଖଣ୍ଡ ବ୍ୟବଧାନରେ ପରାସ୍ତ କରି ଦ୍ବିତୀୟ ଥର ଵିଧାୟକ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ହେଲେ ଵିଜେଡି ସରକାର ଗଢିବା ସମ୍ଭାଵନା ନଥିବାରୁ ବାଣ ଫୁଟାଇଵା,ରୋଷଣୀ କରିଵା ଆଗ୍ରହ ନଥିବା ଭଳି ନେତା ଓ କର୍ମୀଙ୍କ ହାବଭାଵରୁ ଜଣାପଡିଛି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

ସାମ୍ୱିଧାନିକ ପଦରେ ଥିବା ଦଳୀୟ ନେତାମାନେ ପଦର ମର୍ଯ୍ୟାଦା ରଖନ୍ତୁ: ବିଜେଡି

Sunil Chandra Nayak

ସମସ୍ତ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ ଦାବି

Sunil Chandra Nayak

ଖଡ଼ିଆଳରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା

masiha

Leave a Comment

error: Content is protected !!