ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ : ଦୁଇ ଗୁରୁତର

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ : ଦୁଇ ଗୁରୁତର

କନ୍ଧମାଳ, ତା,୦୬/୦୬:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ଡ଼ାବୁଲକିଆ ଗ୍ରାମରୁ ଗୁରୁବାର ମଧ୍ୟାହ୍ନରେ ଏକ ବାଇକରେ ତିନି ଜଣ ଯୁବକ ବାଟାଗୁଡା ଗ୍ରାମକୁ ଘରୋଇ ସାମଗ୍ରୀ କିଣିବାକୁ ଆସିବା ବେଳେ ଗୋପାଳପୁର -ରାୟପୁର ୫୯ ନଂ. ଜାତୀୟ ରାଜପଥ ବାଟାଗୁଡ଼ା ପୂର୍ବରୁ ଏକ ବୁଲାଣୀରେ ଭାରସାମ୍ୟ ହରାଇ ଗୋଟିଏ ଇଲେକ୍ଟ୍ରି ଖୁଣ୍ଟରେ ବାଡ଼େଇ ହୋଇ ବାଇକ୍ ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣକ ଡାବୁଲକିଆ ଗ୍ରାମର ତ୍ରିନାଥ ମଲିକ (୧୯) ହୋଇଥିବା ବେଳେ ଦୁଇ ଆହାତ ଯୁବକଙ୍କ ନାମ ବାପି ମଲିକ ଓ ସାମନ୍ତ ମଲିକ ବୋଲି ଜଣା ପଡ଼ିଛି। ନିକଟରେ ଥିବା ଗ୍ରାମବାସୀ ମାନେ ସଙ୍ଗେ ସଙ୍ଗେ ବାଲିଗୁଡା ପୋଲିସ କୁ ଜଣାଇବା ପରେ ବାଲିଗୁଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ଦୁଇ ଜଣକୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତୀ କରି ତଦନ୍ତ ଅବ୍ୟାହତ ରଖିଛନ୍ତି।

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଶିଶୁସେବିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ଦୁଇ ଦିନ ଧରି ସ୍କୁଲ ପରିସରରେ ଧାରଣା 

Sunil Chandra Nayak

ଧର୍ମଗଡ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

କୁପାରୀ କପିଳ ମୁନି ମେଳା କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!