ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟବାସୀଙ୍କୁ BSKY ଆଶ୍ୱସ୍ତି, ମୁଖ୍ୟ ସଚିବ କହିଲେ ବନ୍ଦ ହୋଇନି ଯୋଜନା!

ରାଜ୍ୟବାସୀଙ୍କୁ BSKY ଆଶ୍ୱସ୍ତି, ମୁଖ୍ୟ ସଚିବ କହିଲେ ବନ୍ଦ ହୋଇନି ଯୋଜନା!

ଦୂର ହେଲା BSKY ଦ୍ୱନ୍ଦ୍ୱ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀ ଆଶ୍ୱସ୍ତ। ରାଜ୍ୟରେ BSKY ସ୍ମାର୍ଟ କାର୍ଡ ଯୋଜନାରେ ମାଗଣାରେ ସ୍ୱାସ୍ଥ୍ୟ ସେବା ଚାଲୁ ରହିଛି ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା । ଆଜି ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟ ସଚିବ କହିଛନ୍ତି, BSKYରେ ଘରୋଇ ହସ୍ପିଟାଲରେ ଚିକିତ୍ସା ସେବା ବନ୍ଦ ହୋଇନି । ତେଣୁ BSKY ହିତାଧିକାରୀଙ୍କୁ ଘରୋଇ ହସ୍ପିଟାଲମାନେ ଆଦୌ ଅବହେଳା କରିପାରିବେ ନାହିଁ ।ଏ   ଯୋଜନାରେ ଆଡମିସନ୍ ପାଇଁ ରୋଗୀଙ୍କୁ ବାରଣ କିମ୍ବା ଚିକିତ୍ସା ଅଧାରୁ ଡିସ୍‌ଚାର୍ଜ କରିପାରିବେନି ଘରୋଇ ଡାକ୍ତରଖାନା । ହିତାଧିକାରୀ ସମସ୍ୟାର ସମ୍ମୁଖୀନ ହେଲେ ହେଲପ ଲାଇନ୍ ନମ୍ବର ୧୦୪ରେ ଜଣାଇବାକୁ ନିବେଦନ କରିଛନ୍ତି ମୁଖ୍ୟ ସଚିବ । କୌଣସି ହସ୍ପିଟାଲ ଯଦି ରୋଗୀଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି। ଏହା ପୂର୍ବରୁ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ସାମାଜିକ ଗଣମାଧ୍ୟମ ଏକ୍ସରେ ମଧ୍ୟ ଏ ସମ୍ପର୍କୀତ ପ୍ରଦାନ କରାଯାଇଥିଲା।ରାଜ୍ୟରେ ବିଜେଡି ସରକାରର ପତ୍ତନ ପରେ ପୂର୍ବ ସରକାରରେ ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା BSKY ସ୍କିମକୁ ନେଇ ସୃଷ୍ଟି ହୋଇଥିଲା ବଡ଼ ସଂଶୟ। ଏମିତିକି ଗଲା ଦୁଇ ଦିନ ଧରି ରାଜ୍ୟର ଅନେକ ଘରୋଇ ହସ୍ପିଟାଲ BSKY କାର୍ଡଧାରୀ ରୋଗୀଙ୍କୁ ଆଉ ହସ୍ପିଟାଲରେ ଆଡମିଶନ୍ କରାଉନଥିବାର ଅଭିଯୋଗ ଆସିଥିଲା। ଫଳରେ ଏହାକୁ ନେଇ ପ୍ରକାଶ ପାଇଥିଲା ତୀବ୍ର ପ୍ରତିକ୍ରିୟା। ଯେଉଁ ପ୍ରସଙ୍ଗ ନେଇ ଖୋଦ୍ ରାଜ୍ୟପାଳ ମଧ୍ୟ ଚିନ୍ତା ପ୍ରକଟ କରିବା ସହ ମୁଖ୍ୟ ଶାସନ ସଚିବଙ୍କୁ କୈଫୟତ ତଲବ କରିଥିଲେ ।ସେପଟେ BSKYକୁ ନେଇ କାହିଁକି ଏଭଳି ଦ୍ୱନ୍ଦ୍ୱ ଦେଖାଦେଲା, ସେ ନେଇ ପ୍ରତିକ୍ରିୟା ରଖିଛି ରାଜ୍ୟ ଘରୋଇ ହସ୍ପିଟାଲ ସଂଘ। ସଂଘର ଅଭିଯୋଗ, ଆଗରୁ ଚାଲୁଥିବା ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା କାର୍ଡର ବକେୟା ପ୍ରାପ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ ମିଳିପାରିନି। ପ୍ରାୟ ୧୦ ବର୍ଷ ଧରି ଏ ସମ୍ପର୍କୀତ ମାମଲା କୋର୍ଟରେ ଗଡୁଛି । ହଠାତ୍ ସରକାର ପରିବର୍ତ୍ତନ ପରେ ସ୍ୱାସ୍ଥ୍ୟ ବିଭାଗ କୌଣସି ସୂଚନା ନଦେବାରୁ ପୁଣି ସେଭଳି ଅବସ୍ଥା ସୃଷ୍ଟି ଆଶଙ୍କାରେ ସେମାନେ ରୋଗୀଙ୍କୁ ଫେରାଇଥିଲେ। ଆଉ ଏବେ ମୁଖ୍ୟ ଶାସନ ସଚିବ ଘୋଷଣା ପରେ ସ୍ୱାସ୍ଥ୍ୟ ସେବା ସ୍ୱାଭାବିକ ହୋଇଛି।ରାଜ୍ୟରେ ସରକାର ପରିବର୍ତ୍ତନ ପରେ କାର୍ଡ ବନ୍ଦ ନାଁରେ ସ୍ୱାସ୍ଥ୍ୟସେବା ଅବହେଳାକୁ ଏକ ସାମାଜିକ ଅପରାଧ ବୋଲି କହିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଏହା ପରେ ପରେ ଏ ପ୍ରସଙ୍ଗରେ ସଜାଗ ହୋଇଥିଲା ସ୍ୱାସ୍ଥ୍ୟ ବିଭାଗ ।

ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ଉତ୍କଳଦିବସ ପାଳନ

Sunil Chandra Nayak

ଜୁନାଗଡ଼ ଧାନମଣ୍ଡି ଉଦଘାଟିତ

masiha

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଭୁବନେଶ୍ବର ଜନତା ମଇଦାନରେ ଯୋଗ ଦେଇ ଓଡିଶାର ଜନସାଧାରଣଙ୍କୁ ଭର୍ଚୁଆଲ ମଧ୍ୟାମରେ ସୁଭଦ୍ରା ଯୋଜନାର ଶୁଭାରମ୍ଭରେ କଲେ

masiha

Leave a Comment

error: Content is protected !!