ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିକଅପ୍ ଡ଼୍ରାଇଭର ଲୁଟର ଶିକାର

ପିକଅପ୍ ଡ଼୍ରାଇଭର ଲୁଟର ଶିକାର

ବସ୍ତା ,୭।୬: ବସ୍ତା ଥାନା ଅଧୀନସ୍ଥ ସୋଲପଟା- ବାହାବଳପୁର ରାସ୍ତାର ସିଲଦା ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଜଣେ ପିକଅପ୍ ଡ଼୍ରାଇଭର ଲୁଟର ଶିକାର ହୋଇଛନ୍ତି।ଥାନାରେ ହୋଇଥିବା ଅଭିଯୋଗ ମୁତାବକ ସିଂଲା ଥାନା ଅନ୍ତର୍ଗତ ଲଙ୍ଗଳେଶ୍ବର ଅଞ୍ଚଳର ମନୋରଞ୍ଜନ କାମିଳା ଗତକାଲି ଓଡ଼ି ୦୧ଏଏସ୍ ୮୯୪୫ ନମ୍ବର ବିଶିଷ୍ଟ ପିକଅପ୍ ଭ୍ୟାନରେ ବାଲିଆପାଳରୁ କୁକୁଡ଼ା ବୋଝେଇ କରି ସୋଲପଟା ରାସ୍ତା ଦେଇ ବାହାବଳପୁର ଅଭିମୁଖେ ଯାଉଥିଲେ।ଏହି ସମୟରେ ପଛରୁ ୩ ଦୁର୍ବୃତ୍ତ ଏକ ନମ୍ବର ବିହୀନ ପଲସର୍ ବାଇକରେ ଆସି ସିଳଦା ଛକ ନିକଟରେ ମନୋରଞ୍ଜନଙ୍କ ଗାଡ଼ିକୁ ଅଟକାଇ ବିଭିନ୍ନ ହାତହତିଆର ଦେଖାଇ ତାଙ୍କୁ ଭୟଭୀତ କରାଇବା ସହ ଗାଡ଼ିରୁ ବାହାରକୁ ବାହାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉପାୟଶୂନ୍ୟ ହୋଇ ମନୋରଞ୍ଜନ ଗାଡ଼ିରୁ ବାହାରିବା କ୍ଷଣି ବେକରେ ଭୁଜାଲି ରଖି ଗ୍ରାହକଙ୍କ ନିକଟରୁ ସଂଗୃହୀତ କଲେକ୍ସନ ଟଙ୍କା ୪୭ହଜାର ୩୦୦ କୁ ଜୋର ଜବରଦସ୍ତ ଦୁର୍ବୃତ୍ତମାନେ ଛଡ଼ାଇ ନେଇଥିଲେ।ପରେ ତାଙ୍କୁ ପିଟାମରା କରି ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲେ।ଏନେଇ ମନୋରଞ୍ଜନ ମାଲିକ ସୁମନ୍ତ କୁମାର ଦାସଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହ ଶୁକ୍ରବାର ସକାଳ ସମୟରେ ବସ୍ତା ଥାନା ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି। ଅଭିଯୋଗ ପାଇ ବସ୍ତା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ମହିଳା ମହାବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ ପାଳିତ 

masiha

ତେରେସିଂହା କଲେଜରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ

masiha

ରାଜ୍ୟପାଳଙ୍କ ଦ୍ଵାରା ‘ତମିସ୍ରାର ନୀଳଜହ୍ନ’ ଓ ‘ଶର ଶଯ୍ୟା’ ଉନ୍ମୋଚିତ

Sunil Chandra Nayak

Leave a Comment

error: Content is protected !!