ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିକଅପ୍ ଡ଼୍ରାଇଭର ଲୁଟର ଶିକାର

ପିକଅପ୍ ଡ଼୍ରାଇଭର ଲୁଟର ଶିକାର

ବସ୍ତା ,୭।୬: ବସ୍ତା ଥାନା ଅଧୀନସ୍ଥ ସୋଲପଟା- ବାହାବଳପୁର ରାସ୍ତାର ସିଲଦା ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଜଣେ ପିକଅପ୍ ଡ଼୍ରାଇଭର ଲୁଟର ଶିକାର ହୋଇଛନ୍ତି।ଥାନାରେ ହୋଇଥିବା ଅଭିଯୋଗ ମୁତାବକ ସିଂଲା ଥାନା ଅନ୍ତର୍ଗତ ଲଙ୍ଗଳେଶ୍ବର ଅଞ୍ଚଳର ମନୋରଞ୍ଜନ କାମିଳା ଗତକାଲି ଓଡ଼ି ୦୧ଏଏସ୍ ୮୯୪୫ ନମ୍ବର ବିଶିଷ୍ଟ ପିକଅପ୍ ଭ୍ୟାନରେ ବାଲିଆପାଳରୁ କୁକୁଡ଼ା ବୋଝେଇ କରି ସୋଲପଟା ରାସ୍ତା ଦେଇ ବାହାବଳପୁର ଅଭିମୁଖେ ଯାଉଥିଲେ।ଏହି ସମୟରେ ପଛରୁ ୩ ଦୁର୍ବୃତ୍ତ ଏକ ନମ୍ବର ବିହୀନ ପଲସର୍ ବାଇକରେ ଆସି ସିଳଦା ଛକ ନିକଟରେ ମନୋରଞ୍ଜନଙ୍କ ଗାଡ଼ିକୁ ଅଟକାଇ ବିଭିନ୍ନ ହାତହତିଆର ଦେଖାଇ ତାଙ୍କୁ ଭୟଭୀତ କରାଇବା ସହ ଗାଡ଼ିରୁ ବାହାରକୁ ବାହାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉପାୟଶୂନ୍ୟ ହୋଇ ମନୋରଞ୍ଜନ ଗାଡ଼ିରୁ ବାହାରିବା କ୍ଷଣି ବେକରେ ଭୁଜାଲି ରଖି ଗ୍ରାହକଙ୍କ ନିକଟରୁ ସଂଗୃହୀତ କଲେକ୍ସନ ଟଙ୍କା ୪୭ହଜାର ୩୦୦ କୁ ଜୋର ଜବରଦସ୍ତ ଦୁର୍ବୃତ୍ତମାନେ ଛଡ଼ାଇ ନେଇଥିଲେ।ପରେ ତାଙ୍କୁ ପିଟାମରା କରି ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲେ।ଏନେଇ ମନୋରଞ୍ଜନ ମାଲିକ ସୁମନ୍ତ କୁମାର ଦାସଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହ ଶୁକ୍ରବାର ସକାଳ ସମୟରେ ବସ୍ତା ଥାନା ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି। ଅଭିଯୋଗ ପାଇ ବସ୍ତା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ନର୍ଲା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଘାଟିତ

Sunil Chandra Nayak

ଗୋଲାମୁଣ୍ଡା ବ୍ଲକସ୍ତରୀୟ କୃଷକ ସମ୍ବାଦ ଉତ୍ସବ ଓ ଜୈବିକ ସାର କର୍ମଶାଳା ଅନୁଷ୍ଠିତ: ଜୈବିକ ଚାଷ ଉପରେ ଗୁରୁତ୍ୱ

Sunil Chandra Nayak

କାଳ ବୈସାଖି ତାଣ୍ଡବ – ଉଡେଇଲା ଘରର ଆଜ୍ ବେଷ୍ଟର  ସିଟ , ପର ପିଣ୍ଡାରେ ୨ ଗ୍ରାମବାସି

Leave a Comment

error: Content is protected !!