ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁକୁନ୍ଦ ପ୍ରସାଦ ସ୍ମୃତି କମିଟି ତରଫରୁ ଶୁଭେଚ୍ଛା ପ୍ରଦାନ

ମୁକୁନ୍ଦ ପ୍ରସାଦ ସ୍ମୃତି କମିଟି ତରଫରୁ ଶୁଭେଚ୍ଛା ପ୍ରଦାନ

ବାଲେଶ୍ଵର,୧୧/୬/୨୪ – ସ୍ବାଧୀନତା ସଂଗ୍ରାମୀ ଓ ଓଡ଼ିଶା ବିଧାନ ସଭାର ପ୍ରଥମ ବାଚସ୍ପତି ସ୍ବର୍ଗତ ମୁକୁନ୍ଦ ପ୍ରସାଦ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଛି ମୁକୁନ୍ଦ ପ୍ରସାଦ ସ୍ମୃତି କମିଟି । ଯାହାର ସଂପାଦକ ଠାକୁର ରଣଜିତ ଦାସ, ଯିଏକି ବାଚସ୍ପତି ଶ୍ରୀ ଦାସଙ୍କ ଅଣନାତି ଅଟନ୍ତି । ସଭାପତି ଉମେଶ ଚନ୍ଦ୍ର ନାୟକ ଓ ଆବାହକ ଅଭିରାମ ମହାପାତ୍ର । ଖଇରା ଜନସାଧାରଣ ଏବଂ ମୁକୁନ୍ଦ ପ୍ରସାଦ ସ୍ମୃତି କମିଟି ତରଫରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି । ଦେଶ ଉନ୍ନତିରେ ମୁଖ୍ୟ କର୍ଣ୍ଣଧାର ସାଜି ଥିବାରୁ ମନ୍ତ୍ରୀ ମହୋଦୟଙ୍କୁ ଦେଶବାସୀ କେବେ ବି ଭୁଲି ପାରିବେ ନାହିଁ । ପୂର୍ବଥର ପରି ଏଥର ମଧ୍ୟ ବାଲେଶ୍ଵର ଜିଲ୍ଲା ତଥା ସମଗ୍ର ଦେଶ ଉନ୍ନତିର ସ୍ବାଦ ଚାଖିବ ବୋଲି କମିଟିର ଆବାହକ ଶ୍ରୀ ମହାପାତ୍ର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜଳେଶ୍ୱର ଇସ୍କନ ପକ୍ଷରୁ ରକ୍ତଦାନ ଶିବିର 

Sunil Chandra Nayak

ଦାଦନ ଖଟିବାକୁ ଯାଇ ନିର୍ଯ୍ୟାତନାର ଶିକାର ହେଉଥିବା ଜୁନାଗଡ଼ ର ୪ ଜଣ ଶ୍ରମିକ ଉଦ୍ଧlର,  ବର୍ତ୍ତମାନ ଆଉ ୨୦ ଜଣ ଶ୍ରମିକ ଠିକାଦାର ଙ୍କ କବଜାରେ 

masiha

ଯାଦବ ମହାସଭା ଦ୍ଵାରା ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

masiha

Leave a Comment

error: Content is protected !!