ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ କୃଷି ବିଭାଗ ଦ୍ଵାରା ବିହନ ବିକ୍ରୟ କେନ୍ଦ୍ର ଯାଞ୍ଚ ଓ କାରଣ ଦର୍ଶାଅ ନୋଟିସ୍ 

ତେନ୍ତୁଳିଖୁଣ୍ଟି ବ୍ଲକ କୃଷି ବିଭାଗ ଦ୍ଵାରା ବିହନ ବିକ୍ରୟ କେନ୍ଦ୍ର ଯାଞ୍ଚ ଓ କାରଣ ଦର୍ଶାଅ ନୋଟିସ୍ 

ତେନ୍ତୁଳିଖୁଣ୍ଟି ୧୨/୦୬/୨୪ //ନବରଙ୍ଗପୁର ଜିଲ୍ଲା କୃଷି ବିଭାଗ ସରକାର ବଦଳିବା ପରେ ସକ୍ରିୟ ହୋଇ ଆଜି ବ୍ଲକ ରେ ଥିବା ବିହନ ବିକ୍ରୟ କେନ୍ଦ୍ର ଯାଇ ଯାଞ୍ଚ କରିବା ଦେଖା ଯାଇଛି। ଜଣେ ବିହନ ଡିଲର ପାଇଁ ଧାର୍ଯ୍ୟ ସମସ୍ତ ନିୟମ ପାଳନ କରୁଛନ୍ତି ନା ପ୍ରଥମେ ଯାଞ୍ଚ କରିଥିଲେ। ପ୍ରଥମତଃ ଦୋକାନ ର ନାମ ସମ୍ମୁଖ ରେ ଓଡ଼ିଆରେ ଲେଖିବା,ଦୋକାନ କାଉଣ୍ଟର ନିକଟରେ ଡିଲର ଲାଇସେନ୍ସ ଆଦେଶ ଟାଙ୍ଗିବା, ଦୋକାନରେ ସେଲସ ରେଜିଷ୍ଟର ମେଣ୍ଟେନ୍ କରିବା,ବିକ୍ରିବଟା ବେଳେ ଚାଷୀ ଙ୍କ ଫାର୍ମର ଆଇ ଡି ଓ ଦସ୍ତଖତ ରଖି ବିଲ ଦେବା ଆଦି ଏକୋଇସ ଟି ନିୟମ ପାଲନ କରୁଛନ୍ତି ନା ଯାଞ୍ଚ କରାଯାଇଛି।ଏହି କ୍ରମରେ ଦିଗି , ଓ ଗୌଡ଼ ଗୁଡା ର ଗୋଟିଏ ଲେଖାଏଁ, ଚରା ମୂଳା ର ଦୁଇଟି ,ତେନ୍ତୁଳିଖୁଣ୍ଟି ର ଦୁଇଟି , ଖାତିଗୁଡ଼ା ଚାରୋଟି ବିହନ ବିକ୍ରୟ କେନ୍ଦ୍ର ଯାଞ୍ଚ କରି କାରଣ ଦର୍ଶାଅ ନୋଟିସ ଦେଇଛି ତେନ୍ତୁଳିଖୁଣ୍ଟି କୃଷି ବିଭାଗ। ନୋଟିସ ର ଉତ୍ତର ସପ୍ତାହ ମଧ୍ୟରେ ନ ଦେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉଲ୍ଲେଖ କରାଯାଇଛି। ଏହି ଯାଞ୍ଚ ବେଳେ ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ, କୃଷି ଓଭରସୀୟର ଧିରେନ୍ ବେନ୍ୟା, ମଧୁ ସ୍ମିତା ପତି ଉପସ୍ଥିତ ଥିଲେ। ଏଟି ଏମ ବାଳ ଗୋବିନ୍ଦ ସାହୁ ଯାଞ୍ଚ ରେ ସହ ଯୋଗ କରିଥିଲେ। ଏକୋଇଶି ଟି ମାପଦଣ୍ଡ କୁ ନେଇ କୃଷି ବିଭାଗ ଆଗକୁ କିଭଳି ଜୋର୍ ଦେଇ କାର୍ଯ୍ୟାନୁଷ୍ଠାନ ନେଉଛି ଦେଖିବାକୁ ରହିଲା।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଧୁଳେଶ୍ବର ବସ୍ତିଆଙ୍କ ପୂଣ୍ୟତିଥି ପାଳନ ଓ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ଜଙ୍ଗଲୀ ଭାଲୁ ଆକ୍ରମଣରେ ବ୍ୟକ୍ତି ଗୁରୁତର

Sunil Chandra Nayak

ପୀଡିତା ନାବାଳିକାଙ୍କୁ ସୁବ୍ୟବସ୍ଥିତ କରିବାକୁ କ. ବି. ପ. ଅଧ୍ୟକ୍ଷା ସୁନୀତି ମୁଣ୍ଡ ଙ୍କ ଦାବୀ

Leave a Comment

error: Content is protected !!