ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାରିପଦା ରଜ ମୌଜ ଅନୁଷ୍ଠାନ ତରଫରୁ ରଜ ଉତ୍ସବ ପାଳିତ

ବାରିପଦା ରଜ ମୌଜ ଅନୁଷ୍ଠାନ ତରଫରୁ ରଜ ଉତ୍ସବ ପାଳିତ

  ମୟୂରଭଞ୍ଜ – ତା ୧୩ /0୫ ରିଖ, ( ମସିହା )  ମୟୂରଭଞ୍ଜ ଜିଲ୍ଲାର ବାରିପଦା ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୫ ସ୍ଥିତ ବାରିପଦା ଅଧିଷ୍ଠାତ୍ରୀ ମା ଅମ୍ବିକା ମନ୍ଦିର ନିକଟରେ ବାରିପଦା ରଜ ମୌଜ ଅନୁଷ୍ଠାନର ପ୍ରତିଷ୍ଠାତା ଲିଟନ ପଟ୍ଟନାୟକ ଏବଂ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଜିତେନ୍ଦ୍ର ମହାନ୍ତି ( ନଛି )ଙ୍କ ପ୍ରତ୍ୟେକ ତତ୍ୱାବଧାନରେ ୩ ଦିନଧରି ହେବାକୁଥିବା ରଜ ମୌଜ ଓ ଦୋଳି ଉତ୍ସବ କାର୍ଯ୍ୟକ୍ରମ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି l ଆଜି ପ୍ରଥମଦିବସରେ ଉକ୍ତ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ଉତ୍ସବରେସମ୍ମାନିତ ଅତିଥିଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର ରେଜିଷ୍ଟର ଶ୍ରୀମତୀ କୁକୁମନି ଦାସ, ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟର ଅଧକ୍ଷା ଡ଼ଃ ପୁଷ୍ପାନିନି ପାତ୍ର, ମୟୁରଭଞ୍ଜ ଜିଲ୍ଲାପରିଷଦ ଅଧକ୍ଷା ଭାରତୀ ହାଁସଦା, ବାରିପଦା ପୌରପାଳିକା ଉପ ନଗରପାଳ ସୀମା ଦାସ,ବାରିପଦା ପୌରପାଳିକାର ୧ ନମ୍ବର ଓ ୫ ନମ୍ବର ୱାର୍ଡ କାଉନସିଲର ସୁକେଶିନୀ ସେଠି ଓ ପୂଜା ତରାଇ, ପୂର୍ବତନ ଉପ ନଗରପାଳିକା ଦୀପ୍ତିଲତା ମିଶ୍ର, ଓ ପୂର୍ବତନ କାଉନସିଲର ଶ୍ରାବଣୀ ଦାସ ପ୍ରମୁଖ ଉପସ୍ଥିତରହି ପାରମ୍ପରିକ ରୀତିନୀତି ଅନୁଯାଇ ଉଦଘାଟନ କରିଥିଲେ l ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ରଜ ମୌଜ ଉତ୍ସବ ୩ ଦିନ ଧରି ଅନୁଷ୍ଠିତ ହୋଇ ସାହିର ମା, ଝିଅ, ବହୁ ଓ ପିଲାମାନଙ୍କୁ ନେଇ ପାରମ୍ପରିକ ଦୋଳି ଖେଳ, ନାଚ, ଗୀତ ଓ ପିଠା ମଉଜ ଇତ୍ୟାଦି ପାଳନ କରାଯିବ l ଉକ୍ତ ଅନୁଷ୍ଠାନତରଫରୁ କିଛି ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କୁ ତାଙ୍କ ସ୍ୱତନ୍ତ୍ର କାର୍ଯ୍ୟ ପାଇଁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରଖାଯାଇଛି ବୋଲି ଅନୁଷ୍ଠାନର ସଭାପତି ତଥା ଯୁବ ସଂଗ୍ରାମୀ ସଂଗଠକ ଜିତେନ୍ଦ୍ର ମହାନ୍ତିଙ୍କଠୁ ପ୍ରକାଶ l ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନ୍ୟମାନେ ହେଲେ ପ୍ରେମଜୀତ ଦାସ, ପୌରପରିଷଦ କାଉଁନସିଲର ଅନନ୍ତ ଦାସ, ଡ଼ଃ କିଶୋର ପାତ୍ର, କଳାକାର ତାପସ ପାଢ଼ୀ, ଜଣାଶୁଣା ଆଙ୍କର ସୁଦେଶା ମହାନ୍ତ, ମାନି ଗିରି, ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମା’ ଓ ନବଜାତ ଶିଶୁଙ୍କୁ ଏକତ୍ର ରଖି ଚିକିତ୍ସା ବ୍ୟବସ୍ଥା ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚର ଦାବି

Sunil Chandra Nayak

ବସ୍ତା ଅଞ୍ଚଳ ର ସମାଚାର

masiha

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!