ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁରୁଣ୍ଟି ପରେ କୃଷ୍ଣନଗର ଡାକଘରେ ଘୋଟାଲା,ଚମ୍ପଟ ମାରିଛନ୍ତି ପୋଷ୍ଟ ମାଷ୍ଟର

କୁରୁଣ୍ଟି ପରେ କୃଷ୍ଣନଗର ଡାକଘରେ ଘୋଟାଲା,ଚମ୍ପଟ ମାରିଛନ୍ତି ପୋଷ୍ଟ ମାଷ୍ଟର

ରାଜନଗର-ରାଜ୍ୟରେ ପୋଷ୍ଟ ଅଫିସରେ ଟଙ୍କା ଜମା ରଖିବା ନିରାପଦ ଭାବି ଗ୍ରାମାଞ୍ଚଳର ଜନସାଧାରଣ ବିଶ୍ବାସରେ ଟଙ୍କା ରଖିଚାଲୁଥିଲେ।ହେଲେ ଏଠାରେ ପୋଷ୍ଟମାଷ୍ଟର କେତେକ ଲୋଭାଶକ୍ତି ହୋଇ ଜନସାଧାରଣଙ୍କ ଟଙ୍କାକୁ ଆତ୍ମସାତ କରିବା ଭଳି କାର୍ଯ୍ୟ ଡାକବିଭାଗକୁ ନିନ୍ଦିତ କରିଛି।ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର କୁରୁଣ୍ଟି ଡାକଘରର ପୋଷ୍ଟମାଷ୍ଟରଙ୍କ କିଛିଦିନ ପରେ ଏଵେ କୃଷ୍ଣନଗର ଡାକଘର ପୋଷ୍ଟମାଷ୍ଟର ଲୋକଙ୍କର ଲକ୍ଷାଧିକ ଟଙ୍କାକୁ ଚଳୁକରି ଫେରାର ହୋଇଥିବା ନେଇ ଅଞ୍ଚଳରେ ଚର୍ଚ୍ଚାର ଖୋରାକ୍ ଯୋଗାଇଛି। ସୂଚନା ପ୍ରକାରେଏହି ଵ୍ଲକର କୃଷ୍ଣନଗର ଡାକଘରେ ଲୋକମାନେ ବିଭିନ୍ନ ଯୋଜନାରେ ଏପରିକି ପିଏଲ଼ଆଇରେ ମଧ୍ୟ ଭଵିଷ୍ୟତ ପାଇଁ ଲକ୍ଷଲକ୍ଷ ଟଙ୍କା ଜମାକରିଥିଲେ।କିନ୍ତୁ ଏହି ଜମା ଟଙ୍କା ଲୋକମାନଙ୍କ ଜମା ଖାତାରେ ଲିପିବଦ୍ଧ ଥିବାବେଳେ ଡାକଘର ଖାତାରେ କିଛି ଲେଖା ନାହିଁ।ଏହି ଖବର ଜଣାପଡିବା ପରେ ଜମାକାରିମାନେ ଶନିବାର ଦିନ ପୋଷ୍ଟ ଅଫିସକୁ ଘେରିଥିଲେ,ହେଲେ ଶୁକ୍ରବାର ଦିନଠାରୁ ପୋଷ୍ଟମାଷ୍ଟର ଦୀପଙ୍କର ଦାସ ସପରିବାରେ ଫେରାର ହୋଇଥିବା ଆଲୋଚନା ହେଉଛି।ଏନେଇ ଇଶ୍ବରପୁରୁ ଉପ ଡାକଘରର ପୋଷ୍ଟମାଷ୍ଟର ଉମେଶ ଚନ୍ଦ୍ର କିଶୋଙ୍କୁ ପଚାରିବାରୁ ସେ କହିଛନ୍ତି ଏହା ମୁ ଜାଣିବା ପରେ ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇଦେଇଛି। ତଦନ୍ତ ଜାରି ରହିଛି ସେ ଫେରିବା ପରେ ଉପରୁ ଆଦେଶ ଆସିଲେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିଵ।ପ୍ରକାଶ ଥାଉକି ଗ୍ରାମାଞ୍ଚଳର ଲୋକମାନଙ୍କର ଡାକଘରେ ଟଙ୍କା ରଖିବାକୁ ବିଶ୍ବାସ ତୁଟି ଯାଉଛି।ତେଣୁ ହିତାଧିକାରୀ ତାଙ୍କର ଜମା ଟଙ୍କା ଫେରସ୍ତ ପାଇବା ନେଇ ଚିନ୍ତାରେ ହିତାଧିକାରୀ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଜନ୍ମଦାତ୍ରୀ ମାଆ ପାଇଁ ଦିନ ଟିଏ….

ନୂଆପାଣିରେ କଳାବୈଶାଖୀ ଜଣଙ୍କର ମୃତ୍ୟୁ

ଯୋରଦା କଲ୍ଯାଣ ମଣ୍ଡପରେ ଲ୍ଯାମ୍ପସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!