ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜନଗର ବ୍ଲକର ଵିଜେପି ଯୁଵ ନେତା ସହଦେବ ସାହୁ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଞ୍ଚଳର ସମସ୍ୟା ଜଣାଇଲେ

ରାଜନଗର ବ୍ଲକର ଵିଜେପି ଯୁଵ ନେତା ସହଦେବ ସାହୁ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଞ୍ଚଳର ସମସ୍ୟା ଜଣାଇଲେ

ରାଜନଗର-14.6.026 କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳ ଵାସୀ ଵିକାଶର ଵହୁ ସମସ୍ୟାର ଅନ୍ଧାରରେ ରହିଛନ୍ତି।ଏହିପରିପ୍ରେକ୍ଷିରେ ରାଜନଗର ବ୍ଲକର ଵିଜେପି ଯୁବ ନେତା ଶ୍ରୀ ସହ ଦେଵ ସାହୁ ନୂତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କୁ ଭେଟି ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା କରିବା ସହ ରାଜନଗର ଅଞ୍ଚଳର ବିକାଶ ଵହୁପଛରେ ଥିବା ନେଇ ଆଲୋଚନା କରିଥିଲେ।ଏହିପରି ସମାନ ଅଭିଯୋଗ ଶ୍ରୀସାହୁ ଉପମୁଖ୍ୟମନ୍ତ୍ରୀ ଦ୍ବୟଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ଏଵଂ ଶ୍ରୀମତୀ ପ୍ରଵାତୀ ପରିଡାଙ୍କୁ ଭେଟି ଆଲୋଚନା କରିବା ସହ ସାଂସଦ ଅପରାଜିତା ଷଢଙ୍ଗିଙ୍କୁ ଭେଟି ସୌଜନ୍ୟ ମୂଳକ ଆଲୋଚନା କରିଥିଲେ।ଦୀର୍ଘ ୨୪ବର୍ଷ ଵିଜେଡି ସରକାର ରାଜନଗର ଅଞ୍ଚଳର ଵିକାଶ ପାଇଁ ଶହଶହକୋଟି ଟଙ୍କାର ଅନୁ ଦାନ ଯୋଗାଇ ଦେଇଥିବା ଵେଳେ ଏକ ଚତୁର୍ଥାଂଶ ଅର୍ଥ ଖର୍ଚ୍ଚ ହୋଇ ଵଳକା ନେତା ଅଧିକାରୀ ବାଟମାରଣ କରି ବିକାଶ ଵଦଳରେ ଵିନାଶ ହୋଇଛି ଯାହାକି ତଦନ୍ତ ସତ୍ୟାସତ ଲୋକ ଲୋଚନକୁ ଆଣିବ। 5ଟି ଯୋଜନାରେ ମଠ ମନ୍ଦିର ଓ ସ୍କୁଲ,କଲେଜରେ ରୂପାନ୍ତ କରଣ ନାମରେ କୋଟିକୋଟି ଟଙ୍କା ମାରଣର ଜ୍ଵଳନ୍ତ ପ୍ରମାଣ ଜାଣିବାକୁ ତଦନ୍ତର ଆବଶ୍ୟକତା ଥିବା ନେଇ ସମ୍ୟକ୍ ସୂଚନା ଦେଇଥିଲେ।ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପରେ ଶ୍ରୀସାହୁ ମାନ୍ୟଵର ମୁଖ୍ୟମନ୍ତ୍ରୀଙ୍କ ସହ ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରି ଫେରିଥିଲେ।ଏହା ପରେ ଵିଜେପି ସଙ୍ଗଠନକୁ ଦୃଢିଭୁତ କରି ଜନତାଙ୍କୁ ସେଵା ଯୋଗାଇ ଦେଇ ସେମାନଙ୍କ ଆଶା ଭରସାକୁ ଆମ ଵିଜେପି ଦଳ ଯେପରି ଜନତାଙ୍କ ନିକଟତର ହେଵେ ସେନେଇ ଗୁରୁମନ୍ତ୍ର ଵରିଷ୍ଠ ଦଳିୟ ନେତାଙ୍କ ଠାରୁ ନେଇଥିଲେ।ଦଳର ସଙ୍ଗଠନ ପାଇଁ ଶ୍ରୀସାହୁ ବରିଷ୍ଠ ନେତୃଵୃନ୍ଦଙ୍କ ସହ ମିଶି ନିଜକୁ ସମର୍ପି ଦେଵେ ଵୋଲି ଦୃଢତାର ସହ ମତାମତ ରଖିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ପ୍ରବାଦପୁରୁଷ ଭୂମିପୁତ୍ର ବିଜୁବାବୁଙ୍କ 107ତମ ଜୟନ୍ତୀ ପାଳନ

Sunil Chandra Nayak

ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ 

masiha

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ରେ ପ୍ରକୃତ ହିତାଧିକାରୀ ନାମ ବାଦ ପଡ଼ିଥିବାରୁ କେସିଙ୍ଗା ଭାରତୀୟ ଜନତା ପାର୍ଟି ବ୍ଲକ୍ ସମ୍ମୁଖରେ ଧାରଣା 

Sunil Chandra Nayak

Leave a Comment

error: Content is protected !!