ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ଆସିବେ ମା ଗୁଣ୍ଡାନା ଅସ୍ଥାଇ ମନ୍ଦିରକୁ, ୯ଦିନ ପାଇବେ ପୂଜା 

ଆଜି ଆସିବେ ମା ଗୁଣ୍ଡାନା ଅସ୍ଥାଇ ମନ୍ଦିରକୁ, ୯ଦିନ ପାଇବେ ପୂଜା 

ବନ୍ଧୁଗାଁ ତା, ୧୨/୬/୨୪, କୋରାପୁଟ ଜିଲ୍ଲା ବନ୍ଧୁଗାଁ ଅନ୍ତର୍ଗତ ତୁରୁକୁ ପେଟା ଗ୍ରାମରେ ଗାଁ ଠାକୁରାଣୀ ମା ଗୁଣ୍ଡାନାଁ ଘଟ ଯାତରା ଆଜିରୁ ଆରମ୍ଭ ହବ I ମା ଗୁଣ୍ଡନା ଯାତରା ପାଇଁ ସ୍ଥାଇ ମନ୍ଦିରରୁ ଆଜି ଆସିବେ ମା ଗୁଣ୍ଡାନା ଅସ୍ତାଇ ମନ୍ଦିରକୁ ଆସି ୯ ଦିନ ଧରି ଗାଁର ଭକ୍ତଙ୍କ ଠାରୁ ପୂଜା ପାଇବେ I ତା ୧୦. ୬.୨୪ ରିଖ ଠାରୁ ଆରମ୍ଭ ହୋଇ ୧୯. ୬. ୨୪ ରିଖ ପର୍ଯ୍ୟନ୍ତ ଏହି ଯାତରା ଚାଲୁ ରହିବ I ଏହି ଯାତରା ପାଇଁ ଗାଁର ଝିଅ ବାହାର ଗାଁକୁ ବିବାହ ହୋଇ ଯାଇଥିଲେ କିଛିଦିନ ପାଇଁ ଯାତରା ଦେଖିବା ପାଇଁ ଘରକୁ କୁଣିଆ ବନ୍ଧୁଙ୍କୁ ନିମତ୍ରଣ କରିଥାନ୍ତି I ତୁରୁକି ପେଟା ଗ୍ରାମର ଘଟ ଯାତରା ବନ୍ଧୁଗାଁ ବ୍ଲକର ଶେଷ ଯାତରା ହୋଇଥାଏ I ଏଁଣୁକରି ଯାତରାରେ ସବୁଦିନ ଲୋକଙ୍କ ଗହଳି ଦେଖିବାକୁ ମିଳୁଛି I ଗତ ସୋମବାର ଦିନରେ ମାଙ୍କୁ ଗାଁକୁ ଆଗମନ କୋରାଯାଇଥିଲା ଓ ମଙ୍ଗଳବାର ଦିନ ମାଙ୍କୁ ବିଶ୍ରାମ ଦିଆଯାଇଥିଲା I ବୁଧବାର ଦିନଠାରୁ ମା ଗାଁରେ ଘର ଘର ବୁଲି ପୂଜା ପାଇବା ସହ ଧୂପ ଆଳତୀ ଦେବା ସହ ବହୁତ ଆନନ୍ଦ ସହ ଗାଁ ପରୀକ୍ରମା କରି ଭକ୍ତ ମାନଙ୍କ ନିକଟରେ ଯାଇ ପହଁଞ୍ଚି ଥାନ୍ତି I ଦୁଇଦିନ ଗଣ ନାଟକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମନ ରଞ୍ଜନ ପାଇଁ କରିଥାନ୍ତି I ବୁଧବାର ସକାଳେ ମାଙ୍କୁ ବିଦାୟ କରାଯିବ I ମନତ କରିଥିବା ଲୋକେ ମାଙ୍କୁ କୁକୁଡ଼ା, ଛେଳି ପାରା ଅନ୍ୟାନ୍ୟ ଜୀବକୁ ବଳି ଦେଇଥାନ୍ତିI

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଋଷି ଅଷ୍ଟ ବକ୍ର ଜୟନ୍ତୀ ପାଳନ

masiha

ମହିଳାଙ୍କ ପାଇଁ ବେଦାନ୍ତ ଲିମିଟେଡର ଅଭିନବ ପଦକ୍ଷେପ ,ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ପାଇବେ ଦେଶବ୍ୟାପି ୧୦୦୦ ବାଳିକା

Sunil Chandra Nayak

ରାଇରଙ୍ଗପୁର ପୌରପାଳିକା ତରଫରୁ ‘ ବିକାଶର ଧାରା, ଓଡ଼ିଶା ସାରା ‘କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!