ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ତି ଗଲା ଅନେକ ଜୀବନ ,ପାଣି ସୁଅରେ ଭାସି ଗଲା ଟ୍ରାକ୍ଟର 

ବର୍ତି ଗଲା ଅନେକ ଜୀବନ ,ପାଣି ସୁଅରେ ଭାସି ଗଲା ଟ୍ରାକ୍ଟର 

ବନ୍ଧୁଗାଁ ତା, ୧୫/୬/୨୪,ଓଡ଼ିଶା ଆନ୍ଧ୍ର ସୀମାନ୍ତ ରେ ଥିବା ବନ୍ଧୁଗାଁ ବ୍ଲକ୍ ର ହାତୀଗାଡ଼ା ଗ୍ରାମ ପାଖ ଦେଇ ବହି ଯାଇଥିବା ନଦୀରେ ଆଜି ଏକ ବଡ ଧରଣର ଅଘଟଣ ଟଳି ଯାଇଛି । ଏଥି ସହ ଏକ ଟ୍ରାକ୍ଟର ପାଣିର ସୁଅରେ ଭାଷୀ ଯାଇଥିବା ଜଣା ପଡ଼ିଛି । ଖବରରୁ ପ୍ରକାଶ ପଡୋଶୀ ରାଜ୍ୟର ପାର୍ବତିପୂର୍ ଅଞ୍ଚଳରୁ ଏକ ଟ୍ରାକ୍ଟର ଯୋଗେ ହାତୀଗାଡ଼ା ଗ୍ରାମକୁ କିଛି ଜିନିଷ ପତ୍ର ଅଣା ଯାଇଥିଲା । ଟ୍ରାକ୍ଟର ମାଲିକ ନିଜେହିଁ ଚାଳକ ଭାବେ ଆସି ଟ୍ରାକ୍ଟର ରୁ କିଛି ଶ୍ରମିକଙ୍କ ଦ୍ଵାରା ଜିନିଷ ଓହ୍ଲାଇଥିଲେ । ପରେ ଶ୍ରମିକ ମାନଙ୍କୁ ରାସ୍ତା ଉପରେ ଛାଡ଼ି ନିଜେ ଟ୍ରାକ୍ଟର ଧରି ଗ୍ରାମ ପାଖରେ ବହିଯାଉଥିବା ନଦୀରେ ଟ୍ରାକ୍ଟର ଧୋଇବାକୁ ଯାଇଥିଲେ । ସେଠାରେ ପହଂଚିବା କ୍ଷଣି ହଠାତ୍ ନଦୀରେ ପାଣି ମାଡିଆସିଥିଲା । ଫଳରେ ତାଙ୍କର ବୁଧି ହଜି ଯାଇଥିଲା । କଣ କରିବେ ଭାବି ଶେଷରେ ଟ୍ରାକ୍ଟର କୁ ଛାଡ଼ି ନିଜ ଜୀବନ ବଞ୍ଚାଇବା ଆଶାରେ ସେଠାରୁ ରାସ୍ତା ଉପରକୁ ଦୌଡ଼ି ପଳାଇ ଆସିଥିଲେ । ସେତିକି ଭିତରେ ଟ୍ରାକ୍ଟର ପାଣି ସୁଅରେ ଭାସି ଯାଇ ପାଖରେ ଥିବା ବ୍ରିଜ ତଳେ ଅଟକି ରହିଯାଇଥିଲା । ସେଠାରୁ ଟ୍ରାକ୍ଟର ଉଦ୍ଧାର କରିବା ସମ୍ଭବପର ହେଉ ନଥିବାରୁ ପାଣି କମିବା ପରେ ଟ୍ରାକ୍ଟର ଉଦ୍ଧାର କରାଯିବ ବୋଲି ଜଣା ପଡ଼ିଛି ।

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ବିଭିନ୍ନ ସ୍ଥାନରେ ୭୭ତମ ସ୍ଵାଧୀନତା ଦିବସ ପାଳିତ

masiha

ଜିଆରଏସ ଙ୍କ ବଦଳି ହେଲା ପରେ ମଧ୍ୟ ଛାଡିପାରୁନି ପଞ୍ଚାୟତର ମୋହ

Sunil Chandra Nayak

ରାସାୟନିକ ସଙ୍କଟ ପରବର୍ତ୍ତୀ ପରିଚାଳନାକୁ ନେଇ ବୈଠକ

Sunil Chandra Nayak

Leave a Comment

error: Content is protected !!