ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଦନ ରାଇଜର କରୁଣ କାହାଣୀ   ଭଉଣୀ ହାତରେ ପରିବାର ବୋଝ  ପହଞ୍ଚି ପାରୁନି ସରକାରୀ ସହାୟତା 

ଦାଦନ ରାଇଜର କରୁଣ କାହାଣୀ 

 ଭଉଣୀ ହାତରେ ପରିବାର ବୋଝ 

ପହଞ୍ଚି ପାରୁନି ସରକାରୀ ସହାୟତା 

କଣ୍ଟାବାଞ୍ଜି, ୧୫/୦୬,: ତୁରେକେଲା ଥାନା ଅନ୍ତର୍ଗତ ଘୁନେସ ପଞ୍ଚାୟତ ର ଗଡଗଡବାହାଲ ଗ୍ରାମରେ ଯଶୋବନ୍ତି ପହରିଆ ଦାଦନ ଖଟିବାକୁ ଯାଇ ନିଜର ଛୋଟ ୪ ଭାଇଙ୍କୁ ପୋଷଣ କରୁଛନ୍ତି । ଅନେକ ସମୟରେ ଗ୍ରାମବାସୀ ସେମାନଙ୍କୁ ଖାଇବା ପାଇଁ ଯୋଗାଇ ଦେଉଛନ୍ତି। ବହୁତ୍ କଷ୍ଟରେ ନିଜ ୪ ଭାଇଙ୍କ ସହିତ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଯଶୋବନ୍ତି। ୪ ବର୍ଷ ଆଗରୁ ତାଙ୍କ ବାପା ଦଶରଥ ପହରିଆ ଏବଂ ତାଙ୍କ ମାଆ ଦୃପଦି ପହରିଆଙ୍କ ଦାଦନ ଖଟିବାକୁ ଯାଇ ବାହାର ରାଜ୍ୟରେ ମୃତ୍ୟୁ ଘଟିଥିଲା। ତେବେଠାରୁ ନିଜ ପରିବାରର ବୋଝ ତାଙ୍କ ଉପରେ । ସେ ନିଜେ ଦାଦନ ଖଟିବାକୁ ଯାଇ ନିଜ ଛୋଟ ଛୋଟ ୪ ଭାଇଙ୍କୁ ପାଳନ ପୋଷଣ କରୁଛନ୍ତି। ସେମାନଙ୍କୁ ସରକାରଙ୍କ ତରଫରୁ କୌଣସି ସୁବିଧା ଯୋଗାଇ ଦିଆ ଯାଇ ନାହିଁ। ସେମାନଙ୍କ ରହିବା ପାଇଁ ଘର ମଧ୍ୟ ନାହିଁ । ଜଣେ ଗ୍ରାମବାସୀଙ୍କ ଜାଗାରେ ସେମାନେ ଚାଲ ଛପର ଘର କରି ରହୁଛନ୍ତି । ପୂର୍ବରୁ ତାଙ୍କ ଆଈ ଡମେନ ପହରିଆଙ୍କ ନାମରେ ଏକ ଆବାସ ଗୃହ ଆସିଥିଲା ହେଲେ ଜଣେ ଠିକାଦାର ଗୃହ କର୍ମ ଅଧାରୁ ଛାଡି ପଇସା ଖାଇ ଦେଇ କୁଆଡେ ଗାୟବ ହୋଇ ଗଲେ । ତେଣୁ ତାଙ୍କ ପ୍ରତି ଦୃଷ୍ଟି ଦେଇ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ଜସୋବନ୍ତି।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଆନ୍ଧ୍ର ପ୍ରଦେଶ ପୋଏନୁର୍ କମ୍ପାନୀ ଖଣି ଖନନ ଓ ପରିବହନ ବିରୋଧ

masiha

ଜିଙ୍ଗଲ ବେଲ ଇଂଲିଶ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ଜୁନାଗଡ଼ ଧାନମଣ୍ଡି ଉଦଘାଟିତ

masiha

Leave a Comment

error: Content is protected !!