ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଡୁ ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବି

କେସିଙ୍ଗା -:   ଜଣେ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ କିପରି ହୁଏ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ?

୭/୮ ମାସ ଭିତରେ ବହୁ ସରକାରୀ କର୍ମଚାରୀ କୋଟି କୋଟି ଟଙ୍କା ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ଦ୍ବାରା ଧରାପଡ଼ିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ସଂପୃକ୍ତ କର୍ମଚାରୀ ଜଣଙ୍କ ଗୋଟିଏ ଦିନରେ କୋଟି କୋଟି ଟଙ୍କାର ମାଲିକ ହୋଇପାରିଛି କି ? ମୋ ମତ ତଥା ବହୁ ବୁଦ୍ଧିଜୀବୀଙ୍କ ମତ ନା।

ଉଦାହରଣ ସ୍ୱରୂପ କେସିଙ୍ଗା ବ୍ଲକର ଏକ ଏସ୍ ଏଚ୍ ଜି ମାର୍ଚ୍ଚ ମାସରେ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ଦେଇଥିବା ଲଡୁରେ ବାଲି ମାଟି ମଶିଥିବା ସହିତ ପିତା ଲାଗୁଥିବା ନେଇ ଜଣେ ହିତାଧିକାରୀ ଅଭିଯୋଗ କଲାପରେ ପରୀକ୍ଷା ସ୍ବରୂପ ଉକ୍ତ ଲଡୁ ଖାଇବାରୁ ତାହା ପିତା ଲାଗିବା ସହିତ ସେଥିରେ ବାଲି ମାଟି ଥିବା ଯୋଗୁଁ ରଚ୍ ରଚ୍ ଲାଗିଥିଲା। ଏନେଇ  ଦୈନିକ  ଖବର କାଗଜରେ ସମ୍ବାଦ ପ୍ରକାଶିତ ପରେ ବିଭାଗ ତରଫରୁ ୨/୩  ଦିନ ଭିତରେ ତଦନ୍ତ କରାଯାଇଥିଲା। କିନ୍ତୁ ବିଭାଗୀୟ ଅଧିକାରୀ ଅଭିଯୋଗକାରୀ କିମ୍ବା ପ୍ରକାଶିତ ଖବର କାଗଜର ପ୍ରତିନିଧିଙ୍କୁ ନ ଡକାଇ ଉକ୍ତ ଏସ ଏଚ୍ ଜି କୁ ସୁହାଇଲା ଭଳି ତଦନ୍ତ କରି ଫେରିଗଲେ। ଏଥିରୁ ସ୍ପଷ୍ଟ ଅନୁମାନ ହେଉଛି ଯେ ଏହି ଦୁର୍ନୀତିରେ ତଳୁ ଉପର ଯାଏଁ ସଂପୃକ୍ତ ଥାଇ ପ୍ରକୃତ ସତ କଥାକୁ ଲୁଚାଇବାକୁ ଚେଷ୍ଟା କରାଯାଇଛି। ଏପରି ହେଲେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସାହସ କାହିଁକି ନ ବଢିବ? ଯେ କୌଣସି ଦୁର୍ନୀତି ବିଷୟରେ ଅଭିଯୋଗ ହେଲା ପରେ ଯଦି ପ୍ରଥମରୁ ସଠିକ୍ ତଦନ୍ତ କରା ଯାଆନ୍ତା , ପିଅନ କି କନେଷ୍ଟବଳ, କିରାଣୀ କିମ୍ବା ଯନ୍ତ୍ରୀମାନଙ୍କ ଭଳି ବହୁ ସରକାରୀ କର୍ମଚାରୀ କୋଟି କୋଟି ଟଙ୍କାର ମାଲିକ ହୋଇପାରନ୍ତେ ନାହିଁ। ତେବେ କଳାହାଣ୍ଡି ଭିଜିଲାନ୍ସ ବିଭାଗ ଲଡୁ ଦୁର୍ନୀତିର ତଦନ୍ତ କରି ପ୍ରକୃତ ସତ୍ୟକଥା ଲୋକଲୋଚନକୁ ଆଣିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।କେସିଙ୍ଗା ରୁ ଚନ୍ଦ୍ର ମଣି ସ୍ୱାଇଁ ଙ୍କ ରିପୋର୍ଟ ।

 

 

 

Related posts

ବନ୍ୟ ଜନ୍ତୁ ସପ୍ତାହ 2022 ପାଳିତ 

Sunil Chandra Nayak

ଵହଳଦା ଥାନା ପରିସରରେ ପୋଲିସ ଏବଂ ବନ ବିଭାଗ ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ

Sunil Chandra Nayak

କୋକସରା ପୁଲିସ ରେ ବିଜୟା ଦଶମୀ ଉତ୍ସବ ରେ ପୁଜିତ ହେଲେ ମା ଭଣ୍ଡାର ଘରଣୀ

Sunil Chandra Nayak

Leave a Comment

error: Content is protected !!