ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆପୋଲୋ ହସ୍ପିଟାଲରେ ରୋଗୀମାନଙ୍କୁ ଟାଟା ଗ୍ଲୁକୋଜ ଯୋଗାଇଲା ସାମାଜିକ ସଙ୍ଗଠନ ‘ଉପହାର 

ଆପୋଲୋ ହସ୍ପିଟାଲରେ ରୋଗୀମାନଙ୍କୁ ଟାଟା ଗ୍ଲୁକୋଜ ଯୋଗାଇଲା ସାମାଜିକ ସଙ୍ଗଠନ ‘ଉପହାର 

ରାଉରକେଲା: ସହରର ସେକ୍ଟର ୧୯ ସ୍ଥିତ ଆପୋଲୋ ହସ୍ପିଟାଲକୁ ଆସିଥିବା ରୋଗୀ ମାନଙ୍କୁ ସହରର ଅଗ୍ରଣୀ ସାମାଜିକ ସଙ୍ଗଠନ ଉପହାର ତରଫରୁ ଟାଟା ଗୁଲକୋଜ ଯୋଗାଇ ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଉପହାରର ସଭାପତି ସୂର୍ଯ୍ୟକାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଅନୁଷ୍ଠିତ ହୋଇଥିଲା । ଆପୋଲୋ ହସ୍ପିଟାଲକୁ ଦୂରଦୂରାନ୍ତରୁ ଆସିଥିବା ରୋଗୀ ଓ ସେମାନଙ୍କ ସହଯୋଗୀଙ୍କୁ ଥଣ୍ଡା ପାନୀୟ ଯୋଗାଇଦେବା ସହ ସେମାନଙ୍କ ଭଲମନ୍ଦ ଖବର ବୁଝିଥିଲେ । ପ୍ରତି ମାସରେ ବିଭିନ୍ନ ପ୍ରକାର ଜନ ହିତକର କାର୍ଯ୍ୟ ଉପହାର କରି ଆସୁଛି ବୋଲି ଅନୁଷ୍ଠାନ ସଭାପତି ପ୍ରକାଶ କରିଥିଲେ ।ଏହି କାର୍ଯ୍ୟ ପାଇଁ ସହରରେ ବୁଦ୍ଧିଜୀବୀ ମହଲ ଅନୁଷ୍ଠାନରକୁ ସାଧୁବାଦ ଦେବା ସହ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆପୋଲୋ ହସ୍ପିଟାଲର ଚିଫ ଅପେରଟିଂ ଅଫିସର ଡା ସା , ଡା ସଜଲ ସେନ ମୁଖ୍ୟ ଚିକିତ୍ସାଧିକାରୀ ଆପୋଲୋ ହସ୍ପିଟାଲ , ଡା ଅରବିନ୍ଦ ସାମଲ,ଅତିରିକ୍ତ ମେଡିକାଲ ସୁପରିଟେଣ୍ଡେଣ୍ଟ ଡା ଚିନ୍ମୟ ସାହୁ, ଉପହାର ର ସମ୍ପାଦକ ସୂର୍ଯ୍ୟକାନ୍ତ ସାହୁ, ସଭାପତି ଚିନ୍ମୟ ପତି, କାର୍ଯ୍ୟକାରୀ ସଭାପତି ଯୁବେଜାନୀ ବେଜ, ଉପଦେଷ୍ଟା , ମହେନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୋକସରା ଜଗନ୍ନାଥ ମନ୍ଦିରରେ ସ୍ନାନବେଶ ଅନୁଷ୍ଠିତ

masiha

ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି 

Sunil Chandra Nayak

ବାରମ୍ବାର ପ୍ରଚାର ପ୍ରସାର ପରେ ବି କୁମ୍ଭକର୍ଣ୍ଣ ନିଦ୍ରାରେ ଅଧିକାରୀ ଓ ଡବଲ ଇଞ୍ଜିନ ସରକାର

masiha

Leave a Comment

error: Content is protected !!