ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖଇରା,୨୧/୬/୨୪- ବାଲେଶ୍ଵର ଜିଲ୍ଲା ଖଇରା ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. କମଳାକାନ୍ତ ପତି, ଲେପ୍ଟନାଣ୍ଟ ଅଧ୍ୟାପକ ଉଦୟ ରଞ୍ଜନ ଦାସ, ବିଡ଼ିଓ ଅନନ୍ତ କୁମାର ହାଁସଦା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଦାଧର ଦାସ, ବ୍ଲକ ମୁଖ୍ୟ ପ୍ରତିଷ୍ଠାତା ଅଧିକାରୀ ବ୍ରହ୍ମାନନ୍ଦ ଦାଶ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଉତ୍ତମ କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ଇଂ ଗଗନ ବିହାରୀ ଜେନା, ବିଏସଏସଓ ସରୋଜ କୁମାର ନାୟକ, ଶିକ୍ଷକ ନେତା ଭରତ ଚନ୍ଦ୍ର ସାହୁ ଏବଂ ବ୍ଲକର ସମସ୍ତ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଶିବିରରେ କଲେଜ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

       ସେହିପରି କୁପାରି ଡଃ ହରେକୃଷ୍ଣ ମହତାବ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ମହାବିଦ୍ୟାଳୟ ଅଧ୍ୟକ୍ଷ ଗଗନ ବିହାରୀ ରାଉତଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଯୋଗ ମଣିଷର ଶାରୀରିକ, ମାନସିକ ସନ୍ତୁଳନ ରକ୍ଷା କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ବୋଲି ଅଧ୍ୟକ୍ଷ ଶ୍ରୀ ରାଉତ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ଯୋଗାଚାର୍ଯ୍ୟ ଲମ୍ବୋଦର ବାବାଙ୍କ ତତ୍ବାବଧାନରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇଥିଲେ । ଶେଷରେ ଅଧ୍ୟାପକ ଗୋପୀନାଥ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସୁନ୍ଦର ସମାଜ ଗଠନରେ ଲୋକ କଳାର ଭୂମିକା ଅତୀବ ଗୁରୁତ୍ବପୂର୍ଣ୍ଣ : ବରିଷ୍ଠ କଳାକାର ସଂଘ

Sunil Chandra Nayak

ୠତୁସ୍ରାବ ଜନିତ ଶିକ୍ଷା ଓ ସ୍ୱଚ୍ଛତା ସହ ସାନିଟାରୀ ନାପକିନ ବଣ୍ଟନ

Sunil Chandra Nayak

ବ୍ଲକ ସ୍ତରିୟ ପରବ ଢେମସା ନାଚରେ ମଞ୍ଚ ଦୁଲୁକିଲା 

masiha

Leave a Comment

error: Content is protected !!