ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟିକା ମନୋରମା ମହାନ୍ତିଙ୍କ ଦ୍ଵାରାନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକ

ବିଧାୟିକା ମନୋରମା ମହାନ୍ତିଙ୍କ ଦ୍ଵାରାନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକ

ନର୍ଲା/ମସିହା  // ନର୍ଲା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟିକା ମନୋରମା ମହାନ୍ତିଙ୍କ ଦ୍ଵାରା ନର୍ଲା ବ୍ଲକ ସମ୍ମିଳନୀ କକ୍ଷରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ ସମେତ ମଦନପୁର ରାମପୁର, କର୍ଲାମୁଣ୍ଡା ଓ କେଶିଙ୍ଗା ବ୍ଲକର ଯନ୍ତ୍ରୀ ଓ ଉନ୍ନୟନ ଅଧିକାରୀମାନେ ଯୋଗଦେଇ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ତଥ୍ୟ ବିଧାୟିକାଙ୍କୁ ପ୍ରଦାନ କରିଥିଲେ। ସାଧାରଣ ଲୋକଙ୍କ ପାଇଁ ସରକାରୀ ସ୍ତରରେ ଦିଆଯାଇଥିବା ଆବଶ୍ୟକୀୟ ସମସ୍ତ ବିକାଶ ମୂଳକ କାର୍ଯ୍ୟକ୍ରମ ଗୁଡିକର ଅଗ୍ରଗତି ବିଷୟରେ ବିଧାୟିକା ସବିଶେଷ ତଥ୍ୟ ଗ୍ରହଣ କରିବା ସହ ସେଗୁଡ଼ିକର ତ୍ଵରିତ ରୂପାୟନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ବ୍ଲକର ଏଇ ଓ ଯନ୍ତ୍ରୀ ମାନଙ୍କ ସହ ନର୍ଲା ବିଡିଓ ରିପୁନାଥ ସୁନା ଯୋଗଦେଇ ବିଧାୟିକାଙ୍କୁ ନିର୍ବାଚନରେ ବିଜୟୀ ହେବାର ଶୁଭକାମନା ଜଣାଇବା ସହ ତାଙ୍କର ନେତୃତ୍ବରେ ନିର୍ବାଚନ ମଣ୍ଡଳୀର ବିକାଶ ଧାରା ଆହୁରି ଆଗକୁ ଯିବ ବୋଲି ପ୍ରକାଶ କରିଥିଲେ

ନର୍ଲା ରୁ ଦିପକ କୁମାର ଠାକୁର ଙ୍କ ରିପୋର୍ଟ

Related posts

ସୁନାପୋଷି ଗ୍ରାମ୍ଯ ବିଲରେ ମଶାରି ମାଛ ଜାଲରୁ ୧୨ ଫୁଟିଆ ଵିଶାଳକାୟ ଅଜଗର ଉଦ୍ଧାର

Sunil Chandra Nayak

ଚେପଟିଆମ୍ବ ଘାଟିରେ ଅଟୋ ଓଲଟି ୯ ଆହତ, ୫ ଗୁରୁତ୍ତର 

masiha

ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ ମୋଟ ୨୯୩ଗୋଟି ଅଭିଯୋଗର ହେଲା ଶୁଣାଣି 

Sunil Chandra Nayak

Leave a Comment

error: Content is protected !!