ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସଟିଏସସି ଙ୍କ ପ୍ରତି କେନ୍ଦ୍ର ସରକାର ଙ୍କ ଅବହେଳା କୁ ନେଇ ରାଜ୍ୟସଭା ରେ ଗର୍ଜିଲେ ସାଂସଦ ନିରଞ୍ଜନ ବିଶି

ଏସଟିଏସସି ଙ୍କ ପ୍ରତି କେନ୍ଦ୍ର ସରକାର ଙ୍କ ଅବହେଳା କୁ ନେଇ ରାଜ୍ୟସଭା ରେ ଗର୍ଜିଲେ ସାଂସଦ ନିରଞ୍ଜନ ବିଶି

ଦିଲ୍ଲୀ ତା ୩ /୭ ରାଷ୍ଟ୍ରପତି ଙ୍କ ଅଭିଭାଷଣ ସମ୍ବନ୍ଧରେ ଧନ୍ୟବାଦ ପ୍ରସ୍ତାବ ରେ ଆଜି ରାଜ୍ୟସଭା ରେ ସାଂସଦ ନିରଞ୍ଜନ ବିଶି କେନ୍ଦ୍ର ସରକାର ଙ୍କୁ ଘେରିଛନ୍ତି l ସାଂସଦ ଶ୍ରୀ ବିଶି ତାଙ୍କ ବକ୍ତବ୍ୟ ରେ କହିଛନ୍ତି ଯେ ଦେଶରେ ୫0 ପ୍ରତିଶତ ଆଦିବାସୀ ଦlରିଦ୍ୟ ସୀମାରେଖା ତଳେ ଥିବାବେଳେ ୩୩ ପ୍ରତିଶତ ଅନୁସୂଚିତ ଜାତି ବିପିଏଲ ଶ୍ରେଣୀ ରେ ଅଛନ୍ତି ସେହିପରି ଭାରତ ରେ ୫୧ ପ୍ରତିଶତ ଆଦିବାସୀ ମହିଳା ନିରକ୍ଷର ଥିବା ବେଳେ ୫୨ ପ୍ରତିଶତ ମହିଳା ନିରକ୍ଷର ଅଛନ୍ତି ତେବେ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଙ୍କ ସପ୍ନ କିଭଳି ପୂରଣ ହେବ, ସମାଜର ତଳ ଶ୍ରେଣୀ ରେ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଯଦି ଦରିଦ୍ୟ ସୀମାରେଖା ତଳେ ରହିବେ ନିରକ୍ଷର ରହିବେ ତେବେ ସେମାନେ କେବେ ଦେଶର ମୁଖ୍ୟ ସ୍ରୋତ ରେ ସାମିଲ ହେବେ ବୋଲି ସାଂସଦ ଶ୍ରୀ ବିଶି କ୍ଷୋଭ ପ୍ରକାଶ କରିଥିଲେ l ସାଂସଦ ଶ୍ରୀ ବିଶି ଆହୁରି କହିଥିଲେ ଯେ ଭାରତ ରେ ୨0 କୋଟି ୧୩ ଲକ୍ଷ ୭୮ ହଜାର ରୁ ଉର୍ଦ୍ଧ ଅନୁସୂଚିତ ଜାତି ଅଛନ୍ତି ଯାହାକି ଦେଶର ମୋଟ ଜନସଂଖ୍ୟା ର ୧୬. ୬ ପ୍ରତିଶତ ଏବଂ ୧0 କୋଟି 4୨ ଲକ୍ଷ ୮୧ ହଜାର ଆଦିବାସୀ ଦେଶର ମୋଟ ଜନସଂଖ୍ୟା ର ୮.୬ ପ୍ରତିଶତ କିନ୍ତୁ କେନ୍ଦ୍ର ସରକାର ଙ୍କ ପ୍ରତିଷ୍ଠାନ, ରେଲୱେ,ବ୍ୟାଙ୍କ ବୀମା ସରକାରୀ ଉଦ୍ୟୋଗ ବିଭାଗ ରେ ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ର ରେ ଏସସି ବର୍ଗ ର ପ୍ରାର୍ଥୀ ପାଇଁ ୧୫ ପ୍ରତିଶତ ସଂରକ୍ଷଣ ଏବଂ ଏସଟି ବର୍ଗ ର ପ୍ରାର୍ଥୀ ମାନଙ୍କ ପାଇଁ ୭.୫ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି ଯାହାକି ଉଭୟ ବର୍ଗ ର ପ୍ରାର୍ଥୀ ପାଇଁ ୧.୬ ପ୍ରତିଶତ କମ ସ୍ଥାନ ସଂରକ୍ଷଣ ରହିଛି l ପୂର୍ବରୁ କଂଗେସ ସରକାର ସମୟ ରେ ଏସସି ଏସଟି ପ୍ରାର୍ଥୀ ମାନଙ୍କ ପାଇଁ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିଭିନ୍ନ ବିଭାଗ, ରେଲୱେ, ବ୍ୟାଙ୍କ ବୀମା, ସରକାରୀ ଉଦ୍ୟୋଗ ରେ ନିଯୁକ୍ତି ମିଳୁଥିଲା କିନ୍ତୁ ବିଜେପି ସରକାର ଅମଳ ରେ ଏସସି ଏସଟି ମାନଙ୍କ ପାଇଁ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ହେଉ ନାହିଁ l ବିଜେପି ସରକାର କଣ ଏସସି ଏସଟି ବିରୋଧୀ କି ବୋଲି ସାଂସଦ ଶ୍ରୀ ବିଶି ଉଦବେଗ ପ୍ରକାଶ କରିଛନ୍ତି l କେନ୍ଦ୍ର ଏବଂ ରାଜ୍ୟ ସରକାର ଙ୍କ ସମସ୍ତ ବିଭାଗ ର ଚତୁର୍ଥ ଶ୍ରେଣୀ କର୍ମଚାରୀ ଗ୍ରୁପ ଡି ପଦବୀ ପିଅନ,ଝାଡୁଦାର, ଜଗୁଆଳି, ସଫେଇ କର୍ମଚାରୀ ଆଦି ପଦବୀ ରେ ୯୯ ପ୍ରତିଶତ ଏସସି ଏସସଟି ନିଯୁକ୍ତି ସୁଯୋଗ ପାଉଥିଲେ ଏବେ କେନ୍ଦ୍ର ସରକାର କାହିଁକି ବନ୍ଦ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ l ଦେଶରେ ୯୫ ଟି ବିଶେଷ ଦୁର୍ବଳ ଆଦିବାସୀ ସମ୍ପ୍ରଦାୟ ଯାହାର ଜନସଂଖ୍ୟା ୨୮ ଲକ୍ଷ ତାଙ୍କର ଭାଷା, କଳା,ସଂସ୍କୃତି, ପ୍ରଥା ପରମ୍ପରା,ବିଲୁପ୍ତ ହେବାକୁ ଯାଉଥିବା ବେଳେ ତାଙ୍କ ଜମି ଜଳ ଜଙ୍ଗଲ ଜୀବନ ଜୀବିକା ଅସୁରକ୍ଷିତ ତେଣୁ ତାଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ହେବା ଉଚିତ, କେନ୍ଦ୍ର ସରକାର ଆଦିବାସୀ ଭାଷା ହୋ, ମୁଣ୍ଡାରୀ, ଭୂମିଜ, କୁଇ, ସଉରା ଭାଷା ସମ୍ବିଧାନ ର ଅଷ୍ଟମ ଅନୁସୂଚୀ ରେ ସାମିଲ କରିବା ଉଚିତ, ବାଦ ପଡିଥବା ଆଦିବାସୀ ଗୋଷ୍ଠୀ କୁ ଆଦିବାସୀ ତାଲିକାରେ ସାମିଲ କରିବା ଉଚିତ ବୋଲି ସାଂସଦ ଶ୍ରୀ ବିଶି ଦାବୀ କରିଥିଲେ l କେନ୍ଦ୍ର ସରକାର ଭଗବାନ ବିର୍ସା ମୁଣ୍ଡା ଜୟନ୍ତୀ କୁ ଜଣଜାତୀୟ ଗୌରବ ଦିବସ ରୂପେ ପାଳନ କରୁଛି, ତାହା ସ୍ୱାଗତ ଯୋଗ୍ୟ କିନ୍ତୁ ଆଦିବାସୀ ଙ୍କ ଜମି,ଜଳ, ଜଙ୍ଗଲ, କଳା ସଂସ୍କୃତି, ଧର୍ମ ର ସୁରକ୍ଷା ପାଇଁ ଇଂରେଜ ବିରୁଦ୍ଧରେ ବିର୍ସା ମୁଣ୍ଡା ଲଢେଇ କରିଥିଲେ l ତେବେ ଆଦିବାସୀ ଙ୍କ ଜମି ଜଳ ଜଙ୍ଗଲ କଳା ସଂସ୍କୃତି ଭାଷା ଧର୍ମ ର ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେବା ଉଚିତ ବୋଲି ରାଜ୍ୟସଭା ରେ ସାଂସଦ ଶ୍ରୀ ବିଶି ଦାବୀ କରିଥିଲେ l

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ସରକାରଙ୍କ ମାଗଣା ଔଷଧ ଗଛମୂଳରେ, ସନ୍ଧ୍ୟାରେ ଫୋପାଡି ରାତିରେ ପୁଣି ଅନ୍ୟତ୍ର

Sunil Chandra Nayak

୧୬ଶ ଅର୍ଥ କମିଶନ ସଦସ୍ୟଙ୍କ ଲାଞ୍ଜିଗଡ଼ ବ୍ଲକ ଗସ୍ତ 

masiha

ଚାଷୀ ଓ ଶ୍ରମିକଙ୍କ ଦାବି ପୂରଣ କଲେ ବିଧାୟକ

Sunil Chandra Nayak

Leave a Comment

error: Content is protected !!