ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ପୂର୍ଣ୍ଣତା ଅଭିଯାନ ଉଦଘାଟନ ଉତ୍ସବ ପାଳନ 

ସମ୍ପୂର୍ଣ୍ଣତା ଅଭିଯାନ ଉଦଘାଟନ ଉତ୍ସବ ପାଳନ 

ଡାବୁଗାଁ, ୪/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ପରିସରରେ ସମ୍ପୂର୍ଣ୍ଣତା ଅଭିଯାନ ଉଦଘାଟନ ଉତ୍ସବ ବ୍ଲକ ଅଧ୍ୟକ୍ଷା ବୀଣା ମାଝିଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି | ଏଥିରେ ପ୍ରଥମେ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରୁ ଏକ ରାଲି ବାହାରି ବ୍ଲକ କାର୍ଯ୍ୟ|ଳୟ ଠାରେ ପହଞ୍ଚିଥିଲା | ପରେ ଅତିଥି ମାନଙ୍କ ଦ୍ଵାରା ବିଭିନ୍ନ ବିଭାଗର ଷ୍ଟଲ ଗୁଡିକ ଉଦଘାଟନ କରଯାଇଥିଲା | ପରେ ଶପଥ ପାଠ ହୋଇଥିଲା | ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା:- ଗର୍ଭବତୀ ମହିଳା ମାନଙ୍କର ସଠିକ ସମୟରେ ଯାଞ୍ଚ ଓ ପୁଷ୍ଟିକର ପୋଷଣ ପ୍ରାପ୍ତ କରାଇବା, ସମସ୍ତ ଶିଶୁଙ୍କୁ ସଂପୂର୍ଣ୍ଣ ଟୀକାକରଣ, ୩୦ ବର୍ଷରୁ ଊର୍ଦ୍ଧ୍ଵ ସମସ୍ତ ଲୋକ ମାନଙ୍କର ମଧୁମେହ ଓ ରକ୍ତଚାପର ଯାଞ୍ଚ କରାଯିବା, ସମସ୍ତ କୃଷକଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ, ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀକୁ ଆବର୍ତ୍ତି କାଳୀନ ପାଣ୍ଠି ଯୋଗାଇ ଦେବା, ବିଦ୍ୟାଳୟ ମାନଙ୍କରେ ସମସ୍ତ ଅତ୍ୟାବଶ୍ୟକୀୟସୁବିଧା ଉପଲବ୍ଧ କରାଇବା ଆଦି ୬ ଗୋଟି କାର୍ଯ୍ୟକ୍ରମ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଶତ ପ୍ରତିଶତ ସଂପୂର୍ଣ୍ଣ କରିବା ନିମନ୍ତେ ସମ୍ପୂର୍ଣ୍ଣତା ଅଭିଯାନ ର ଆରମ୍ଭ ହୋଇଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲା ଯୋଜନା ଉପନିର୍ଦ୍ଦେଶକ ଐଶ୍ଵର୍ଯ୍ୟ ଭଞ୍ଜ, ନୀତି ଆୟୋଗ ର ପ୍ରତିନିଧି ପିରାମିଡ ଫାଉଣ୍ଡେସନ ର କାର୍ଯ୍ୟକ୍ରମ ପରିଚାଳକ ବିକ୍ରମ ପଣ୍ଡା, ଜିଲା ପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ସାଂସଦ ପ୍ରତିନିଧି ଜେ. ରାଜଶେଖର ରାଓ, ବିଡିଓ ଶରତ ମାଝି ପ୍ରମୁଖ ମଞ୍ଚାସୀନ ଥିଲେ | ଶେଷରେ ୫ ଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ଲେଖାଏଁ ଆବର୍ତ୍ତି କାଳୀନ ପାଣ୍ଠି ପ୍ରଦାନ, ୫ ଜଣ ଚାଷୀ ଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ, ଚିତ୍ରାଙ୍କନ ପ୍ରତିଯୋଗୀତାରେ କୃତକାର୍ଯ୍ୟ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଶେଷରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମକୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ପରିଚାଳନା କରିଥିବା ବେଳେ ବ୍ଲକ ଓ ଆଇସିଡିଏସ ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

୨୫ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆସନ୍ତା ୨୦ ରୁ ୨୪ ପର୍ଯ୍ୟନ୍ତ 

masiha

ଅଖିଳ ଭାରତୀୟ ତେରପନ୍ଥ ମହିଳା ମଣ୍ଡଳ ଙ୍କ ନିର୍ଦ୍ଦେଶ ଅନୁଯାୟୀ ତେରପନ୍ଥ ମହିଳା ମଣ୍ଡଳ ନବରଙ୍ଗପୁର ଦ୍ୱାରା ଅବଚେତନ ମନ ର ଶକ୍ତି କାର୍ଯ୍ୟକ୍ରମ 

masiha

ନବରଙ୍ଗପୁର ସାଂସଦ ଙ୍କ ସମୀକ୍ଷା ବୈଠକ 

masiha

Leave a Comment

error: Content is protected !!