ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଡିରେ ଫୁଟିଲା ବ୍ରହ୍ମକମଳ ଫୁଲ

ବାଡିରେ ଫୁଟିଲା ବ୍ରହ୍ମକମଳ ଫୁଲ

ଖଇରା,୧୫/୭/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ଆଳଦା ଗ୍ରାମରେ ତପନ କୁମାର ପରିଡାଙ୍କ ଘର । ସେ ଜଣେ ସରକାରୀ କର୍ମଚାରୀ ଅଟନ୍ତି । ସେ ଜଣେ ପ୍ରକୃତି ପ୍ରେମୀ । ପ୍ରକୃତିର ଶୋଭା ବର୍ଦ୍ଧନ ପାଇଁ ବୃକ୍ଷ ରୋପଣ ତାଙ୍କର ମହାନ ନିଶା । ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ସହିତ ନିଜ ବାଡିରେ ବିଭିନ୍ନ ଫଳପୁଷ୍ପ ବୃକ୍ଷ ଲଗାଇବାକୁ ଭଲ ପାଆନ୍ତି ଏବଂ ପ୍ରତ୍ୟେକ ଦିନ ସଠିକ୍ ଯତ୍ନ ମଧ୍ୟ ନିଅନ୍ତି । ଏହି ପରିପ୍ରେକ୍ଷୀରେ ୩ ବର୍ଷ ପୂର୍ବ ନିଜ ବାଡିରେ ଏକ ବ୍ରହ୍ମକମଳ ଫୁଲ ଗଛ ଲଗାଇ ତା’ର ଯତ୍ନ ନେଉଥିଲେ । ଗତକାଲି ଅର୍ଥାତ ପବିତ୍ର ବାହୁଡା ଯାତ୍ରା ପୂର୍ବଦିନ ରାତ୍ରିରେ ବାଡିରେ ଗୋଟିଏ ବ୍ରହ୍ମକମଳ ଫୁଲ ଫୁଟିବା ତାଙ୍କ ପରିବାର ପ୍ରତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ବୋଲି ଶ୍ରୀ ପରିଡ଼ା ଏବଂ ପରିବାର ବର୍ଗ ପ୍ରକାଶ କରିଛନ୍ତି । ପ୍ରଥମ କରି ଫଲଟି ଫୁଟିଥିବାରୁ ଶ୍ରୀ ପରିଡ଼ା ସକାଳେ ସ୍ନାନ ଶୌଚ ସାରି ନିକଟସ୍ଥ ବଟେଶ୍ବର ଜଗନ୍ନାଥ ମନ୍ଦିରକୁ ଯାଇ ଜଗତରନାଥ ଶ୍ରୀଜଗନ୍ନାଥଙ୍କୁ ସମର୍ପଣ କରି ଫେରିଛନ୍ତି । ପରିବାର ପ୍ରତି ଏହା ଅତ୍ୟନ୍ତ ଶୁଭ ଏବଂ ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ବୋଲି ସଂପୃକ୍ତ ଅଞ୍ଚଳବାସୀ କହୁଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବେଲଖଣ୍ଡି ରୁ ରେଗଡ଼ା ରାସ୍ତା ରେ ସଡକ ଦୁର୍ଘଟଣା 

Sunil Chandra Nayak

୫ଟି ସଚିବ ପାଣ୍ଡିଆନ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସାନ୍ଦୂଲ୍ ଜଳସେଚନ ପ୍ରକଳ୍ପ ପରିଦର୍ଶନ କଲେ

ତିତିଲି ଫାଉଣ୍ଡେସନ ର ଦ୍ବିତୀୟ ବାର୍ଷିକ ଉତ୍ସବ 

Leave a Comment

error: Content is protected !!