ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁରେ ବାହୁଡ଼ାଯାତ୍ରାରେ ଅବସରରେ ବାମନଘାଟୀ ବ୍ରାହ୍ମଣ ମହାସଭା ତରଫରୁ ଅନ୍ନପ୍ରସାଦ ବଣ୍ଟନ ସେବା

ରାଇରଙ୍ଗପୁରେ ବାହୁଡ଼ାଯାତ୍ରାରେ ଅବସରରେ ବାମନଘାଟୀ ବ୍ରାହ୍ମଣ ମହାସଭା ତରଫରୁ ଅନ୍ନପ୍ରସାଦ ବଣ୍ଟନ ସେବା

 ମୟୂରଭଞ୍ଜ- ୧୫/୦୭ ( ମସିହା)ଉତ୍ତର ଓଡ଼ିଶା ସିମାନ୍ତ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପ୍ରସିଦ୍ଧ ବାହୁଡ଼ାଯାତ୍ରାର ଆଜି ପ୍ରଥମ ଦିବସରେ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗତଥା ଵାମଘାଟୀ ଉପଖଣ୍ଡ ଆଖପାଖ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଲୋକାରଣ୍ୟ ହୋଇଛି । ଲୋକଙ୍କ ଉପସ୍ଥିତି ଆବାଳବୃଦ୍ଧବନିତା ଙ୍କ ଖାଇବା ପାଇଁ ନାନା ହଇରାଣ ହରକତ ଓ ଅସୁବିଧାରେ ପଡନ୍ତି । ଅନ୍ନ ସେବା ମହତ ସେବା । ବାମନଘାଟୀ ବ୍ରାହ୍ମଣ ମହାସଭା, ରାଇରଙ୍ଗପୁର ତରଫରୁ କିଛି ବର୍ଷ ହେଲା ଆଜି ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ପାଖରେ ଏକ ଅନ୍ନପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି । ସେମାନଙ୍କ କହିବା ଅନୁଯାୟୀ ବ୍ରାହ୍ମଣ ମାନେ ଯେ କେବଳ ଦାନ ନିଅନ୍ତି ତାହା ନୁହେଁ ସେମାନେ ମଧ୍ୟ ଦାନ କରନ୍ତି । ପୂର୍ବାହ୍ନ ହ୍ନ ୧୧ ଘଟିବାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ପ୍ରସାଦ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ବାମନଘାଟୀ ବ୍ରାହ୍ମଣ ମହାସଭାର ସମସ୍ତ କାର୍ଯ୍ୟକର୍ତ୍ତା, ସଦସ୍ୟ,ସଦସ୍ୟା ବୃନ୍ଦ ପ୍ରମୁଖ ଯୋଗ ଦେଇ ଅନ୍ନ ପ୍ରସାଦ ବଣ୍ଟନ ପରିଚାଳନାରେ ସହଯୋଗ କରିଥିଲେ ।ପରେ ପରେ ରଥ କମିଟି ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରିଥିଲେ । ତୃଷାର୍ତ୍ତ ଓ କ୍ଷୁଦାର୍ତ୍ତ ଶ୍ରଦ୍ଧାଳୁ ଅନ୍ନ ଖାଇ ଆତ୍ମସନ୍ତୋଷ କରିବା ସହ ଵାମନଘାଟୀ ବ୍ରାହ୍ମଣ ମହାସଭାର କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରଶଂସା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଧୋବେନ ପଡା ମା ଘାଟି ମୁଣ୍ଡିଆଣିଙ୍କ ବାର୍ଷିକ ମାଘ ଯାତ୍ରା

Sunil Chandra Nayak

ଭାଗବତ ଅଗଣାରେ ଭାଗବତ ସଂଧ୍ୟା

Sunil Chandra Nayak

ରାମେଶ୍ୱର ମନ୍ଦିରରେ ଶୀତଳ ସଷ୍ଟି ଅନୁଷ୍ଠିତ

Leave a Comment

error: Content is protected !!