ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣି ଶୌଣ୍ଢିକ ସାଂସ୍କୃତିକ ମହାସଂଘ,କଳାହାଣ୍ଡି ଓ ଟିଟଲାଗଡ ସବ ଡିଭିଜନ ଜିଲ୍ଲା କମିଟିର ଏକ ସାଧାରଣ ବୈଠକ ସାମାଜିକ ଏକତା ଓ ସଂଘଠନ ସୁଦୃଢ଼ ପାଇଁ ଆହ୍ଵାନ..

ଦକ୍ଷିଣି ଶୌଣ୍ଢିକ ସାଂସ୍କୃତିକ ମହାସଂଘ,କଳାହାଣ୍ଡି ଓ ଟିଟଲାଗଡ ସବ ଡିଭିଜନ ଜିଲ୍ଲା କମିଟିର ଏକ ସାଧାରଣ ବୈଠକ

ସାମାଜିକ ଏକତା ଓ ସଂଘଠନ ସୁଦୃଢ଼ ପାଇଁ ଆହ୍ଵାନ….

ଦକ୍ଷିଣି ଶୌଣ୍ଢିକ ମହାସଂଘ,କଳାହାଣ୍ଡି ଓ ଟିଟଲାଗଡ୍ ସବଡିଭିଜନ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କେସିଙ୍ଗା ବ୍ଲକ ଚାଞ୍ଚେର ଠାରେ ଅନୁଷ୍ଠିତ ହୋଇଯାଇଛି। ମହାସଂଘର ସଭାପତି ଥବିର ପ୍ରସାଦ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ସଂପାଦକ ଗୋପାଳ ଚନ୍ଦ୍ର ସାହୁ,ଉପ ସଭାପତି ତୁଳସୀ ରାମ ସାହୁ, ଅନିରୁଦ୍ଧ ସାହୁ,ରାଜେନ୍ଦ୍ର ସାହୁ ଯୋଗ ଦେଇଥିଲେ।ସଂଘର ନୂତନ ଭବନ ନିର୍ମାଣ ଓ ଅନ୍ୟାନ୍ୟ ସମାଜ ସଂପର୍କିତ ପ୍ରସଙ୍ଗରେ ବୈଠକରେ ଆଲୋଚନା କରାଯାଇଥିଲା। ସମାଜର ସର୍ବବିଧ ଉନ୍ନତି ପାଇଁ ଗ୍ରାମ୍ୟ କମିଟି ଗୁଡିକକୁ ସୁଦୃଢ଼ କରାଯିବା, ରକ୍ତ ଦାନ,ବୃକ୍ଷରୋପଣ ଭଳି ସାମାଜିକ କାର୍ଯ୍ୟକ୍ରମ ସହ ସମାଜର ଗରୀବ ଅସହାୟ ଙ୍କ ପାଇଁ ଏକ କର୍ପସ ଫଣ୍ଡ ସୃଷ୍ଟି ଉଦ୍ୟମ କରିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା।ଦକ୍ଷିଣି ଶୌଣ୍ଢିକ ସମାଜ ଭବନ ନିର୍ମାଣ ପାଇଁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ଅନୁଦାନ ଦେଇଥିବା ବେଳେ ତତ୍କାଳୀନ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା,ସାଂସଦ ସୁଜିତ କୁମାର,ଭବାନୀପାଟଣା ର ପୂର୍ବତନ ବିଧାୟକ ପ୍ରଦୀପ୍ତ କୁମାର ନାଏକ ୫ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦେଇଥିବାରୁ ସମସ୍ତଙ୍କୁ ବୈଠକରେ ଧନ୍ୟବାଦ ଦିଆ ଯାଇଥିଲା।

ଏହି ବୈଠକରେ ସମାଜର ବରିଷ୍ଠ ଉପଦେଷ୍ଟା ବିଦ୍ୟାଧର ପାଇକରାୟ,ଅଭିରାମ ସାହୁ, ଜୁନାଗଡ଼ ଧର୍ମଗଡ ଆଞ୍ଚଳିକ ବ୍ଲକ କମିଟିର ସଭାପତି ବିଦ୍ୟାଧର ସାହୁ,ସଂପାଦକ ମନୋଜ କୁମାର ସାହୁ,ଟିଟଲାଗଡ ବ୍ଲକ ସଭାପତି ପ୍ରଦୀପ କୁମାର ସାହୁ, ସଂପାଦକ ଦିଗାମ୍ବର ବେହେରା,ଭବାନୀପାଟଣା ବ୍ଲକ ସଭାପତି କୁଳମଣି ସାହୁ, ସଂପାଦକ ମକରଧ୍ଵଜ ସାହୁ, କୋକସରା ବ୍ଲକ ସଭାପତି ଅଖିଳ ସାହୁ, ସଂପାଦକ ହେମନ୍ତ ସାହୁ, କଲମପୁର ବ୍ଲକ ସଭାପତି ଗଣେଶ ସାହୁ, ଜୟ ପାଟଣା ବ୍ଲକ ଉପସଭାପତି ଗୁପ୍ତେଶ୍ୱର ସାହୁ, କେସିଙ୍ଗା ବ୍ଲକ ସଭାପତି ଭବାନୀ ସାହୁ,ସଂପାଦକ କୁଶଚନ୍ଦ୍ର ସାହୁ, ଉପ ସଭାନେତ୍ରୀ ପ୍ରମିଳା ସାହୁ, ସୀତା ଚୌଧୁରୀ,ସହ ସଂପାଦକ ମିତ୍ରସେନ ସାହୁ, ଗୋଲାମୁଣ୍ଡା ବ୍ଲକ ସଭାପତି ରମେଶ ଚନ୍ଦ୍ର ସାହୁ, ସଂପାଦକ ଦୂର୍ବାଦଳ ସାହୁ, ଅଧ୍ୟାପକ ସୁଶାନ୍ତ କୁମାର ସାହୁ ସମେତ ଚାଞ୍ଚେର ଗ୍ରାମର ଉଦ୍ୟମୀ ଯୁବକ ପ୍ରଶାନ୍ତ ସାହୁ, ରମେଶ ସାହୁ, ଭିକରାମ ସାହୁ, ଶ୍ରୀକାନ୍ତ ସାହୁ, ଭକ୍ତବନ୍ଧୁ ସାହୁ ପ୍ରମୁଖ ଙ୍କ ସହଯୋଗରେ ବୈଠକ ସଫଳତାର ସହ ଆୟୋଜିତ ହୋଇଥଲା। ନରୋତ୍ତମ ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ କୁଶଧ୍ଵଜ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ୍ 

Related posts

୪ଦଫା ଦାବୀ ନେଇ ଗୋଲାମୁଣ୍ଡାକୃଷି ଅଫିସ ସଂମ୍ମୁଖରେ ଗ୍ରାମ୍ୟ କୃଷି କର୍ମଚାରୀଙ୍କ କଲାବ୍ୟାଚ ପିନ୍ଦି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ , ସରକାର ଦାବୀ ପୂରଣ ନ କଲେ ଆଗାମୀ ୧ରୁ ସାମୁହିକ ଭାବେ ଅନିର୍ଦ୍ଦିଷ୍ଟ କାଳ ଛୁଟିରେ ଯିବେ

Sunil Chandra Nayak

ବହୁ ଚର୍ଚ୍ଚିତ ବନ୍ୟା ପାଣିରେ ଭାସିଯାଇଥିବା ଖବର କାଗଜ ବିକ୍ରେତାଙ୍କ ମୃତଦେହ ଉଦ୍ଧାର

Sunil Chandra Nayak

ବାଲିଗୁଡା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟେରିଂ ଛାଡ଼ ଆନ୍ଦୋଳନ: ଯାତାୟାତ ଯାତ୍ରୀ ହନ୍ତସନ୍ତ 

Sunil Chandra Nayak

Leave a Comment

error: Content is protected !!