ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଉପହାରରେ ଗୁରୁଦିବସ ପାଳନ 

ରାଉରକେଲା ଉପହାରରେ ଗୁରୁଦିବସ ପାଳନ 

ରାଉରକେଲା: ଗୁରୁଦିବସ ଅବସରରେ ଆଜି ସେକ୍ଟର-୧୮ ଉପହାର ଠାରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ପକ୍ଷରୁ ପୂଜ୍ଯପୂଜା ଉତ୍ସବର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏନ୍ଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମା ମହେଶ୍ବର ରାଓ, ମୁଖ୍ୟ ବକ୍ତା ଭାବେ ମ୍ଯୁନିସପାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସନାତନ ପ୍ରଧାନ, ସ୍ବତନ୍ତ୍ର ଅତିଥି ଭାବରେ ବିପିୟୁଟିର ଉପକୁଳାଧିପତି ପଫେସର ଡକ୍ଟର ଅମୀୟ କୁମାର ରଥ, ସମ୍ମାନୀତ ଅତିଥି ଭାବେ ବିଶ୍ରା ବ୍ଲକ୍ ଶିକ୍ଷାଧିକାରୀ ସଦାନନ୍ଦ ପ୍ରଧାନ ଯୋଗଦେଇ ଥିଲାବେଳେ ମଞ୍ଚ ପରିଚାଳନା କରିଥିଲେ ସେକ୍ଟର-୬ ହାଇସ୍କୁଲର ପ୍ରଧାନ-ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର। ଗୁରୁଦିବସ ଅବସରରେ ସେକ୍ଟର-୬ ହାଇସ୍କୁଲର ଶିକ୍ଷୟିତ୍ରୀ ସୁଜାତା ଜେନାଙ୍କ ମନ୍ତ୍ର ଉଚ୍ଚାରଣରେ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ବଳନ କରାଯିବା ପରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଦ୍ବାରା ସମସ୍ତ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ । ସେକ୍ଟର-୬ ସରକାରୀ ହାଇସ୍କୁଲର ଛାତ୍ରୀମାନଙ୍କ ଦ୍ଵାରା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ସାମ୍ବାଦିକ ତଥା ଅତିଥିଙ୍କୁ ପୁଷ୍ପ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ସେକ୍ଟର-୬ ହାଇସ୍କୁଲର ଛାତ୍ରୀ ଦୀପିକା ରାଣୀ ଦାସ ଏବଂ ସାଥୀଙ୍କ ଦ୍ବାରା ଗୁରୁ ବନ୍ଦନା ଗାନ ପରେ, ରଘୁନାଥପାଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ସ୍ବାଗତ ଭାଷଣ ଦେଇ କହିଥିଲେ ଯେ ଭାରତୀୟ ଶିକ୍ଷା ଓ ସଂସ୍କୃତି, ପୃଥିବୀର ଅନ୍ୟାନ୍ୟ ଦେଶ ଅପେକ୍ଷା ଉନ୍ନତ ଥିଲା। ବିଦେଶରୁ ଛାତ୍ରଛାତ୍ରୀମାନେ ଶିକ୍ଷାଲାଭ ପାଇଁ ଭାରତର ନାଳନ୍ଦା ବିଶ୍ବବିଦ୍ୟାଳୟକୁ ଆସୁଥିଲେ। ଭାରତୀୟ ସଂସ୍କୃତିରେ ଗୁରୁର ସ୍ଥାନ ସର୍ବାଗ୍ରେ ଥିଲା। ବିଦେଶୀ ସଂସ୍କୃତିର ପ୍ରବେଶରେ ଆମର ଶିକ୍ଷା ନଷ୍ଟ ହେଲା। ଶିକ୍ଷା ନଷ୍ଟ ହେଲେ ସଂସ୍କୃତି ମଧ୍ୟ ନଷ୍ଟ ହୋଇଥାଏ। ବର୍ତ୍ତମାନ ଆମ ସଂସ୍କୃତିରେ ଗୁରୁ ସର୍ବ ପୂଜିତ, ତେଣୁ ଆଜିର ଗୁରୁଦିବସ ପାଳନ ତାତ୍ପର୍ଯ୍ୟପୂର୍ଣ୍ଣ।

ସମ୍ମାନିତ ଅତିଥି ବିଶ୍ରା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ ଶିକ୍ଷକ ଓ ଗୁରୁ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନଦର୍ଶନ ଉପରେ ଆଲୋକପାତ କରି, ଶିଷ୍ଯର ଜୀବନରେ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ସ୍ବତନ୍ତ୍ର ଅତିଥି ତଥା ବିପିୟୁଟିର ଉପକୁଳାଧିପତି ପଫେସର ଡକ୍ଟର ଅମୀୟ କୁମାର ରଥ ତାଙ୍କ ବକ୍ତବ୍ୟରେ ଗୁରୁଦିବସରେ ଅବତାରଣା କରି କହିଲେ ଯେ ଗୁରୁ ତଥା ଶିକ୍ଷକଙ୍କ ସମ୍ମାନ ସର୍ବାଗ୍ରେ ଏବଂ ଶିକ୍ଷକଙ୍କ ପ୍ରଥମ ଦାୟିତ୍ବ ଶିଷ୍ଯ ତଥା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳା ଜ୍ଞାନ ଶିଖାଇବା। ଜଣେ ଗୁରୁ ତଥା ମଣିଷ ଜନ୍ମ ଉଦ୍ଦେଶ୍ଯ ହେଉଛି ସମାଜର ମଙ୍ଗଳ କରିବା । ମୁଖ୍ୟ ବକ୍ତା ତଥା ମ୍ଯୁନିସପାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସନାତନ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଲେ ଯେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଗୁରୁ ଓ ଶିକ୍ଷକ ଭାବରେ ସ୍ମରଣ କରିବା ସହିତ ସମାଜର ପରିବର୍ତ୍ତନର କାରଣ ଜଣେ ଶିକ୍ଷକ ହୋଇଥାଏ ଏବଂ ପେଟ ପୋଷିବା ପାଇଁ ଯେଉଁ ବିଦ୍ଯା ଆହରଣ କରାଯାଏ ତାହା ଅପରା ବିଦ୍ଯା । ଏହା ସହ ପରା ବିଦ୍ୟା ଓ ଅପରା ବିଦ୍ୟାର ପାର୍ଥକ୍ୟ, ଜାତୀୟତାବୋଧ, ଆଚରଣ, ଉଚ୍ଚାରଣ, ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ଯପକ୍ଷରେ ପରମେଶ୍ବର କିଏ, ମଣିଷର ଜନ୍ମ କ’ଣ ପାଇଁର ଅବତାରଣା କରିଥିଲେ। ମୁଖ୍ୟ ଅତିଥି ତଥା ଏନ୍ଆଇଟିର ନିର୍ଦ୍ଦେଶକ ଡକ୍ଟର କେ ଉମା ମହେଶ୍ବର ରାଓ ଗୁରୁଦିବସ ଅବସରରେ ଗୁରୁ ଓ ଛାତ୍ରଙ୍କ ଅଧୋଗତି ସମ୍ପର୍କରେ, ଛାତ୍ର ପ୍ରଥମେ ନିଜ ଘରେ ମିଛ କହିବା ଶିକ୍ଷା କରିଥାଏ ଏବଂ ପରେ ବିଦ୍ଯାଳୟରେ ପ୍ରୟୋଗ କରିଥାଏ। ସ୍ବାଧିନତାର ୭୭ ବର୍ଷ ବିତିଯାଇଥିଲେ ମଧ୍ୟ ଭାରତ ଆଜି ଏକ ବିକଶିତ ଦେଶ ହୋଇ ରହିଯାଇଛି। ଶିକ୍ଷକଙ୍କୁ ଉପଦେଶ ଦେବା ଛଳରେ ଡକ୍ଟର ରାଓ ଇଣ୍ଟେଗ୍ରିଟି ଓ କରପ୍ସନ ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଆଜି ସମ୍ଭବ ହୋଇପାରିନାହିଁ ଏହି ସମସ୍ତ ପରିସ୍ଥିତିରେ। ଗୁରୁ ଓ ଶିକ୍ଷକ ସବୁ ସମୟରେ ଆତ୍ମନିର୍ଭର ହୋଇ ଶିକ୍ଷା ଦାନ କରିବା ଉଚିତ। ଶିକ୍ଷକ ମାଟି ପିଣ୍ଡୁଳାରୁ ମଣିଷ ଗଢି ତୋଳିଥାଏ। ତେଣୁ ଗୁରୁ ଓ ଶିକ୍ଷକ, ଛାତ୍ରଛାତ୍ରୀମାନଙ୍କୁ ଏହିଭଳି ଗଢିବା ଉଚିତ। ଗୁରୁ ଶିଷ୍ୟ ମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ପ୍ରେରଣା ର ଉତ୍ସ ହେବା ଦରକାର ବୋଲି ମତ ରଖିଥିଲେ। ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ମେହେମୁଦ ଅହମ୍ମଦ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଜିଲ୍ଲା ବିଜେପି ସଭାନେତ୍ରୀ ଲତିକା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକର ଶିକ୍ଷା ଅଧିକାରୀଙ୍କ ସହ ବହୁ ସଂଖ୍ୟାରେ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପାଉଡର ମେଟାଲରଜି ଆଣ୍ଡ ସ୍ମାର୍ଟ୍ ମ୍ୟାଟେରିଆଲ ଉପରେ କର୍ମଶାଳା

masiha

ଦୀର୍ଘ ୧୫ ପରେ ଇନ୍ଦ୍ରାବତୀ ଦକ୍ଷିଣ ସଂପ୍ରସାରଣ କେନାଲ ପ୍ରଣାଳୀ ର ରାସ୍ତା ଉନ୍ନତି କରଣ

masiha

ପାଠ ପଢ଼ାଇଲେ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ

Sunil Chandra Nayak

Leave a Comment

error: Content is protected !!