ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଇଟା ମାସ ଯାଇନି ରାସ୍ତା ରୁ ଉଠିଲାଣି ପିଚୁ: ଦୋଷ ଲଦି ଦାୟିତ୍ଵମୁକ୍ତ ସଭିଏଁ

କେଇଟା ମାସ ଯାଇନି ରାସ୍ତା ରୁ ଉଠିଲାଣି ପିଚୁ: ଦୋଷ ଲଦି ଦାୟିତ୍ଵମୁକ୍ତ ସଭିଏଁ

ତେନ୍ତୁଳିଖୁଣ୍ଟି ୦୯/୦୯/୨୪ //  ଲୋକଙ୍କ ସୁବିଧା ନିମନ୍ତେ ତଥା ବହୁ ଦିନର ଦାବୀ ପରେ ପିଚୁ ରାସ୍ତା ହୋଇଥିଲା ପଣସ ପଦର ଅଣ୍ଟ।ସର ରାସ୍ତା। ଏହି ପକ୍କା ରାସ୍ତା ହେବା ପରେ ଲୋ ଖୁସି ହୋଇଥିଲେ କାରଣ ବହୁ ବର୍ଷ ପରେ ବହୁଳ ବ୍ୟବହୃତ ମାଟି ରାସ୍ତା ହୋଇଥିବାରୁ,କିନ୍ତୁ ଖୁସି ମାତ୍ର କେଇ ମାସରେ ତୁଟି ଯାଇଛି। ଏହି ରାସ୍ତା ତେନ୍ତୁଳିଖୁଣ୍ଟି ବ୍ଲକ ଓ ନନ୍ଦା ହାଣ୍ଡି ବ୍ଲକ କୁ ସଂଯୋଗ କାରୀ ରାସ୍ତା ହୋଇ ପାରିଥିଲା। ବର୍ତ୍ତମାନ ରାସ୍ତା ର ଅଧିକାଂଶ ସ୍ଥାନରେ ପିଚୁ ଉଠିଲାଣି ତ କେଉଁଠି ଗର୍ତ୍ତ ହେଲାଣି। ବର୍ଷା ବର୍ତ୍ତମାନ ଯେଉଁଭଳି ହେଉଛି ଏହି ରାସ୍ତା ଆହୁରି ଦୟନୀୟ ହୋଇଯିବା ସମ୍ଭାବନା ରହିଛି । ଯାହାଫଳରେ ଯାତାୟାତ ବାଧାପ୍ରାପ୍ତ ହେବ। ଏହି ରାସ୍ତା ଆର୍ ଡି ଦ୍ଵାରା ସତୁରୀ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ହୋଇଛି। ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ନିମ୍ନ ମାନର ହୋଇ ଥିବା ଅଭିଯୋଗ କୁ ବିଭାଗୀୟ ଯନ୍ତ୍ରୀ ସାଗର କୁମାର ନାୟକ ଖଣ୍ଡନ କରିଛନ୍ତି। ଗ୍ରାମ୍ୟ ରାସ୍ତା ମାନ ରେ ରାସ୍ତା ନିର୍ମିତ ହୋଇଛି , ଭାରି ଯାନ ବାହନ ଚାଳଚଳ ବୃଦ୍ଧି ଯୋଗୁଁ ଏଭଳି ହୋଇଛି। ଠିକାଦାର ଙ୍କ ଚୁକ୍ତିନାମା ପ୍ରକାରେ ଠିକାଦାର ରକ୍ଷଣାବେକ୍ଷଣ କରିବ ଶୀଘ୍ର ମରାମତି କରିଦିଆଯିବ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

୭୮ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ ରାଜଧାନୀର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବାଚସ୍ପତିଙ୍କ ଆହ୍ୱାନ

Sunil Chandra Nayak

ପାଣି ପାଇଁ ଡହଲ ବିକଳ , ଜଳ ସଙ୍କଟ ସମସ୍ୟାର ସମାଧାନ କେବେ ? ଚିନ୍ତିତ ଡୁଙ୍ଗୁରି ପଡ଼ାବସୀ 

Sunil Chandra Nayak

ପ୍ରେମରେ ପ୍ରତାରଣା : ପ୍ରେମିକ ଘରେ ବିଷ ପିଇ ଜୀବନ ହାରିଲେ ପ୍ରେମିକା

Sunil Chandra Nayak

Leave a Comment

error: Content is protected !!