ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ 

ନବରଙ୍ଗପୁର:(୧୩|୯)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସଂଘର ବରିଷ୍ଠ ସଦସ୍ୟଙ୍କ ଦେହାନ୍ତ ପରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସଂଘର ବରିଷ୍ଠ ସଦସ୍ୟ ଫଣି ବୈଦଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ‌ । ଉକ୍ତ ଦିନ ସଂଘର କର୍ମକର୍ତ୍ତା ମାନେ ତାଙ୍କ ଶେଷ ଯାତ୍ରାରେ ସାମିଲ ହୋଇ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏହାପରେ ଶୁକ୍ରବାର ସ୍ଥାନୀୟ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଠାରେ ସ୍ଵର୍ଗତ ଫଣି ବୈଦଙ୍କ ଆତ୍ମାର ସଦ୍‌ଗତି ପାଇଁ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଦସ୍ୟ ମାନେ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ସର୍ଗତ ବୈଦ ଜଣେ ଦକ୍ଷ, କର୍ତ୍ତବ୍ୟ ନିଷ୍ଠା ଓ ସଂଘର ଜଣେ ପରିଚାଳକ ଥିଲେ ବୋଲି ବକ୍ତା ମାନେ ସୃତିଚାରଣ କରିଥିଲେ । ସଂଘର କର୍ମକର୍ତ୍ତା ସାଧାରଣ ସମ୍ପାଦକ ବି ରାମମୂର୍ତ୍ତୀ ପଟ୍ଟନାୟକ, ଅବନୀ ତ୍ରିପାଠୀ, କାହ୍ନୁ ଚରଣ ମିଶ୍ର, ଭି ପ୍ରସାଦ ରାଓ, କେ ତ୍ରିନାଥ ପ୍ରସାଦ, କୁମୁଦ ନାୟକ, ନରେଶ ନାୟକ, ବିଷ୍ଣୁ ଚରଣ ମହାପାତ୍ର, ଜଗନ୍ନାଥ ଦାଶ, ଶଶିଧର ପଣ୍ଡା ପ୍ରମୁଖ ସଦସ୍ୟ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ହିଞ୍ଜିଳିକାଟୁରେ ଶ୍ରୀରାମ ଚରିତ ମାନସ ଓ ପ୍ରବଚନ ଆରମ୍ଭ 

ହାପି ମୋମେଣ୍ଟସର ସମ୍ବଲପୁର ଦିନ

Sunil Chandra Nayak

ରାଜନଗର ବିଜେଡି ବିଧାୟକ ପ୍ରାଥୀ ଧ୍ରୁବ ଙ୍କ ଶୋଭାଯାତ୍ରା ସମୟରେ ଫୁଟୁଥିବା ବାଣପଡି ଜଳିଗଲା ଘର

masiha

Leave a Comment

error: Content is protected !!