ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆନ୍ତଃ ଜିଲ୍ଲା ଏକଦିବସୀୟ ବିଦ୍ୟାଳୟ କ୍ରିକେଟ ମ୍ୟାଚ ନିମନ୍ତେ ନବରଙ୍ଗପୁର ଜିଲ୍ଲା ଦଳ ଚୟନ

ଆନ୍ତଃ ଜିଲ୍ଲା ଏକଦିବସୀୟ ବିଦ୍ୟାଳୟ କ୍ରିକେଟ ମ୍ୟାଚ ନିମନ୍ତେ ନବରଙ୍ଗପୁର ଜିଲ୍ଲା ଦଳ ଚୟନ

ନବରଙ୍ଗପୁର :(୧୩|୯)(ରବି ନାରାୟଣ ମହାନ୍ତି)ସ୍ଥାନୀୟ ଷ୍ଟାଡିୟମ୍ ପରିସରରେ ୧୬ ବର୍ଷରୁ କମ ଆନ୍ତଃ ଜିଲ୍ଲା ଏକଦିବସୀୟ ବିଦ୍ୟାଳୟ କ୍ରିକେଟ ମ୍ୟଚ ନିମନ୍ତେ ଜିଲ୍ଲା କ୍ରିକେଟ ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ଏକ ପନ୍ଦର ଜଣିଆ ଦଳ ଘୋଷଣା କରିଛନ୍ତି। ଅଂଶୁମାନ ପଣ୍ଡା ଙ୍କୁ ଦଳର ଅଧିନାୟକ ଦାଇତ୍ୱ ଦିଆ ଯାଇ ଥିବା ବେଳେ , ଲିୱାନ ଲାଜେ, ଯୁବରାଜ ପାଇକ, ସାଇ ରୁଦ୍ର ପାତ୍ର, ଭରତ ସାହୁ, ସ୍ଵାଧୀନ ପଟ୍ଟନାୟକ, ସିଦ୍ଧାର୍ଥ ପଟ୍ଟନାୟକ, ପଙ୍କଜ ସତନାମି, ରଜଦିପ ବାଳା, ସୁମିତ ପାଣିଗ୍ରାହୀ, ଦେବେନ୍ଦ୍ର କୁମାର ରାଉତ, ଅଂଶୁମାନ ପଟ୍ଟନାୟକ, ଏ.ଅକ୍ଷତ, ବିଭୁଦତ୍ତ ମିଶ୍ର ଏବଂ ବୈଭବ କୁମାର ବେହେରା ପ୍ରମୁଖ ଦଳରେ ସ୍ଥାନ ପାଇଛନ୍ତି। ଚୟନ ପ୍ରକ୍ରିୟା ରେ ଜିଲ୍ଲାର କୋଣ ଅନୁକୋଣ ଖେଳାଳି ମାନେ ଭାଗ ନେଇଥିଲେ। ଦଳ ଘୋଷଣା ସମୟରେ କ୍ରିକେଟ୍ ସଂଘର ସଭାପତି ଦେବାଶିଷ ପଟ୍ଟନାୟକ, ଉପ ସଭାପତି ଶୁଭେନ୍ଦୁ ବେହେରା, କାର୍ଯୟନିର୍ବାହୀ ସଭ୍ୟ ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ନବରଙ୍ଗପୁର ଜିଲ୍ଲା ଦଳ ଗ୍ରୁପ ଏ ରେ ସ୍ଥାନ ପାଇଛନ୍ତି ଓ ଲିଗ୍ ମ୍ୟାଚରେ ଭୁବନେଶ୍ବର, କେଉଁଝର, କନ୍ଧମାଳ, ଜଗତସିଂପୁର ଏବଂ ନୂଆପଡ଼ା ଦଳ ସହ ନବରଙ୍ଗପୁର ଦଳ ଖେଳିବେ ବୋଲି କ୍ରିକେଟ ସଂଘର ସହ ସମ୍ପାଦକ ଏମ. ବାଲାକ୍ରୀଷ୍ଣା ରାଓ କହିଛନ୍ତି। ସେହିପରି ଦଳ ସହ କୋଚ ଭାବରେ ସୁବ୍ରତ ଗଣ୍ଡ ଏବଂ ମ୍ୟାନେଜର ଭାବରେ ଶଶାଙ୍କ ଶେଖର ବେହେରା କଟକ ଗସ୍ତ କରିବେ ବୋଲି କ୍ରିକେଟ ସଂଘର ମିଡ଼ିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

କାମତା ର ରାଜା ଗ୍ରାମୀଣ ଦଳ ରୁ ଜାତୀୟ ଅଣ୍ଡର 19 ଫୁଟବଲ ଦଳରେ  

masiha

Rourkela School Chess Championship 2025 held 

Sunil Chandra Nayak

ଖେଲୋ ଇଣ୍ଡିଆ ବିଚ୍ ଗେମ୍ ରେ ନବରଙ୍ଗପୁର ଜିଲ୍ଲା ଖେଳାଳିଙ୍କ ସଫଳତା

masiha

Leave a Comment

error: Content is protected !!