ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩୯୧ ବ୍ଲକ କ୍ୟାଟେରିଆ ଅଧ୍ୟାପକ ଓ କର୍ମଚାରୀ ସଂଘର ବୈଠକ

୩୯୧ ବ୍ଲକ କ୍ୟାଟେରିଆ ଅଧ୍ୟାପକ ଓ କର୍ମଚାରୀ ସଂଘର ବୈଠକ

ସ୍ଥାନୀୟ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ୩୯୧ ବ୍ଲକ କ୍ୟାଟେରିଆ ଅଧ୍ୟାପକ ଓ କର୍ମଚାରୀ ସଂଘ, କଳାହାଣ୍ଡିର ବୈଠକ ଅନୁଷ୍ଠିତ ହୋଇଯାଇଛି।

ଦୀର୍ଘଦିନ ଧରି ୩୯୧ ବ୍ଲକ କ୍ୟାଟେରିଆ କଲେଜମାନଙ୍କୁ ୧୯୯୪ ଅନୁଦାନ ନୀତି ଆଧାରରେ ନୋସନାଲ ଗ୍ରାଣ୍ଟ ଇନ୍ ଏଡ ଦେବାପାଇଁ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଅନୁମୋଦିତ ଓ ଅର୍ଥ ବିଭାଗକୁ ପ୍ରେରିତ ଫାଇଲକୁ ତୁରନ୍ତ ଅନୁମୋଦନ କରାଯାଇ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କୁ ଧ୍ୟାନ ଆକର୍ଷଣ କରାଯାଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ସରକାର ଯଥାଶୀଘ୍ର ୩୯୧ ବ୍ଲକ କ୍ୟାଟେରିଆର ସମସ୍ତ ଦାବୀ ମାନିନେବା ସହ ୧୯୯୪ ଅନୁଦାନ ନୀତି ଆଧାରରେ ସମସ୍ତ ସୁବିଧା ପ୍ରଦାନ କରିବେ ନାହିଁ ତାହେଲେ ଆଗାମୀ ସମୟରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସମସ୍ତେ ମତପୋଷଣ କରିଥିଲେ। ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଏହିପରି ବୈଠକ ଆୟୋଜିତ କରିବା ପାଇଁ ୩୯୧ ବ୍ଲକ କ୍ୟାଟେରିଆ ଅଧ୍ୟାପକ ଓ କର୍ମଚାରୀ ସଂଘକୁ କଳାହାଣ୍ଡି ଜିଲ୍ଲା ୩୯୧ବ୍ଲକ କ୍ୟାଟେରିଆ ସଂଘ ତରଫରୁ ଅନୁରୋଧ କରିଛନ୍ତି। ୩୯୧ ବ୍ଲକ କ୍ୟାଟେରିଆ ଅଧ୍ୟାପକ ଓ କର୍ମଚାରୀ ସଂଘର ରାଜ୍ୟ ସଭାପତି ଅଶ୍ବିନୀ କୁମାର ମେହେର ଉପସ୍ଥିତରେ ଓ ୩୯୧ ବ୍ଲକ କ୍ୟାଟେରିଆ, କଳାହାଣ୍ଡିର ବଙ୍କିମ ମୁଣ୍ଡ, ଜୟକୃଷ୍ଣ ପ୍ରଧାନ, ଭବାନୀ ଶଙ୍କର ପଣ୍ଡା, ପୁଷ୍ପରାଜ ମେହେର,ନିର୍ମଳ ଚନ୍ଦ୍ର ନାଏକ,ସରୋଜ କୁମାର ପଟ୍ଟଯୋଶୀ, ଗୋବିନ୍ଦ ସାହୁ, ନିତ୍ୟାନନ୍ଦ ନାଥଶର୍ମା, ବୀର କିଶୋର ମେହେର, କୁଳମଣି ବାଣୁଆ,ପ୍ରଶନ୍ନ କୁମାର ସାହୁ, ଡ.ଅନ୍ତର୍ଯ୍ୟାମୀ ପରିଡ଼ା,ଅରୁଣ କୁମାର ଚନ୍ଦନ, ମହେନ୍ଦ୍ର କୁମାର ପଣ୍ଡା,ନିରଞ୍ଜନ ପାଢ଼ୀ, ରାଜେଶ କୁମାର ମୁଣ୍ଡ, ମୋହନ ଚରଣ ବିଷି, ଅନିଳ କୁମାର ପଣ୍ଡା ପରି କଳାହାଣ୍ଡି ଜିଲ୍ଲାର ୧୮ଟି କଲେଜର ଅଧ୍ୟକ୍ଷ,ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ। ବୈଠକ ପରିଚାଳନାରେ ସଂଜୀବ ମୁଣ୍ଡ, ଡମ୍ବରୁଧର ନାଏକ, ଲକ୍ଷପତି ନାଏକ,ମନୋଜ କୁମାର ସେଠୀ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ 

Sunil Chandra Nayak

ବିଜେଡିର ଜନସମ୍ପର୍କ ଅଭିଯାନ ଆରମ୍ଭ

masiha

ନୂତନ ଏବିଇଓଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!