ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ପାଘାତରେ ମହିଳା ମୃତ 

ସର୍ପାଘାତରେ ମହିଳା ମୃତ 

ମୟୂରଭଞ୍ଜ- ୨୭/୦୯- ( ମସିହା )ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ଭାଲେଇ ଡିହି ଗାଁ ରେ ସର୍ପାଘାତରେ ଜଣେ ମହିଳାଙ୍କ ଅମୂଲ୍ୟ ଜୀବନ ଚାଲିଯାଇଛି । ମହିଳା ଜଣକ ରାତିରେ ଖାଦ୍ୟ ଖାଇ ଘରେ ଶୋଇଥିଲେ ।ସତେ ଯେମିତି ଯମ ଆଗରୁ ସେଠି ଜଗି କି ଥିଲା । ମହିଳା ଜଣକ ଶୋଇଥିବା ଅବସ୍ଥାରେ କେତେ ରାତିରେ ଖଟ ଉପରକୁ ବିଷାକ୍ତ ସାପ ମହିଳାଙ୍କ ଗୋଡକୁ ଛୋଟ ମାରି ପଳାଇ ଯାଇଥିଲା । ମହିଳା ଜଣକ ଗାଢ଼ ନିଦ ଯୋଗୁଁ କିଛି ଜାଣି ପାରି ନଥିଲେ ପରେ ରାତିରେ ଅଳ୍ପ ଯନ୍ତ୍ରଣା ହୋଇଥିଲା ।ପରେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକଙ୍କୁ ଡାକିଥିଲେ । ପରେ ଯନ୍ତ୍ରଣା ଅଧିକ ହେବାରୁ ରାଇରଙ୍ଗପୁର ଡାକ୍ତର ଖାନାକୁ ଅଣାଯାଇଥିଲା । କିନ୍ତୁ ଡାକ୍ତର ସାପ କାମୁଡା କ୍ଷତ ଜାଣି ପାରିଥିଲେ ।ପରେ ଚିକିତ୍ସା ପାଇଁ ଆରମ୍ଭ କଲାବେଳକୁ ମହିଳାଙ୍କ ପ୍ରାଣବାୟୁ ଉଡି ଯାଇଥିଲା ।ମୃତକ ମହିଳା ହେଲେ ସ୍ବର୍ଗତ ଫାଦୁନ୍ ମୁର୍ମୁ ଙ୍କ ପତ୍ନୀ ହିସି ମୁର୍ମୁ ବୋଲି ଜଣାପଡିଥିଲା । ଡାକ୍ତର ମାଇନା ପରେ ମର ଶରୀର କୁ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିଲେ । ତିରିଂ ପୋଲିସ ଏକ ଉପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି ।।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନେସ୍କୋ ସାଧାରଣ ସଂପାଦକ ତାରାକାନ୍ତ ପଟନାୟକଙ୍କ ବିୟୋଗରେ ଶୋକସଭା

Sunil Chandra Nayak

ବୀରନରସିହପୁର ଦୁମୁରିମୁଣ୍ଡା ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ସ୍ବର୍ଗତ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଶୋକ ସଭା 

masiha

Leave a Comment

error: Content is protected !!