ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ପାଘାତରେ ମହିଳା ମୃତ 

ସର୍ପାଘାତରେ ମହିଳା ମୃତ 

ମୟୂରଭଞ୍ଜ- ୨୭/୦୯- ( ମସିହା )ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ଭାଲେଇ ଡିହି ଗାଁ ରେ ସର୍ପାଘାତରେ ଜଣେ ମହିଳାଙ୍କ ଅମୂଲ୍ୟ ଜୀବନ ଚାଲିଯାଇଛି । ମହିଳା ଜଣକ ରାତିରେ ଖାଦ୍ୟ ଖାଇ ଘରେ ଶୋଇଥିଲେ ।ସତେ ଯେମିତି ଯମ ଆଗରୁ ସେଠି ଜଗି କି ଥିଲା । ମହିଳା ଜଣକ ଶୋଇଥିବା ଅବସ୍ଥାରେ କେତେ ରାତିରେ ଖଟ ଉପରକୁ ବିଷାକ୍ତ ସାପ ମହିଳାଙ୍କ ଗୋଡକୁ ଛୋଟ ମାରି ପଳାଇ ଯାଇଥିଲା । ମହିଳା ଜଣକ ଗାଢ଼ ନିଦ ଯୋଗୁଁ କିଛି ଜାଣି ପାରି ନଥିଲେ ପରେ ରାତିରେ ଅଳ୍ପ ଯନ୍ତ୍ରଣା ହୋଇଥିଲା ।ପରେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକଙ୍କୁ ଡାକିଥିଲେ । ପରେ ଯନ୍ତ୍ରଣା ଅଧିକ ହେବାରୁ ରାଇରଙ୍ଗପୁର ଡାକ୍ତର ଖାନାକୁ ଅଣାଯାଇଥିଲା । କିନ୍ତୁ ଡାକ୍ତର ସାପ କାମୁଡା କ୍ଷତ ଜାଣି ପାରିଥିଲେ ।ପରେ ଚିକିତ୍ସା ପାଇଁ ଆରମ୍ଭ କଲାବେଳକୁ ମହିଳାଙ୍କ ପ୍ରାଣବାୟୁ ଉଡି ଯାଇଥିଲା ।ମୃତକ ମହିଳା ହେଲେ ସ୍ବର୍ଗତ ଫାଦୁନ୍ ମୁର୍ମୁ ଙ୍କ ପତ୍ନୀ ହିସି ମୁର୍ମୁ ବୋଲି ଜଣାପଡିଥିଲା । ଡାକ୍ତର ମାଇନା ପରେ ମର ଶରୀର କୁ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିଲେ । ତିରିଂ ପୋଲିସ ଏକ ଉପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି ।।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଭୁର୍ଟିଗଡ଼ ଓ ବନ୍ଧପାରିରେ ଆମ ବ୍ୟାଙ୍କ ଲୋକାର୍ପିତ

masiha

ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ରମେଶ ଚନ୍ଦ୍ର ପାତ୍ର ସମ୍ବର୍ଦ୍ଧିତ 

Sunil Chandra Nayak

ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ ପାଇଁ କିଶୋର କିଶୋରୀ ମାନଙ୍କ ଦ୍ବାରା ବୃକ୍ଷରୋପଣ

masiha

Leave a Comment

error: Content is protected !!