ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ତିରୋଧାନ ଦିବସ ପାଳିତ

ବିଜୁ ଜନତା ଦଳ, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ତିରୋଧାନ ଦିବସ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ମୌଷଧି ବାଗ ଯୋଗଦେଇ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି ଅବସରରେ ବିଜେଡ଼ି ଜିଲ୍ଲା ସମ୍ପାଦକ ଥବିର ପ୍ରସାଦ ସାହୁ, ବିଜେଡ଼ି ଧର୍ମଗଡ଼ ବ୍ଲକ୍ ସଭାପତି ଟିକମନ ଯାଦବ, କୋକସରା ବ୍ଲକ ସଭାପତି ସୁଶାନ୍ତ ବେହେରା, କଲମପୁର ବ୍ଲକ ସଭାପତି ନବୀନ ପଣ୍ଡା, ଧର୍ମଗଡ଼ ଏନ୍ଏସି ସଭାପତି ମଦନ ନାଏକ, ଧର୍ମଗଡ଼ ବ୍ଲକ୍ ବିଧାୟକ ପ୍ରତିନିଧି ସ୍ଵାଧୀନ ବାଗ, କଲମପୁର ବ୍ଲକ ବିଧାୟକ ପ୍ରତିନିଧି ସଦାନନ୍ଦ ଚନ୍ଦନ, ବଲାଙ୍ଗୀର ଜୋନ ସଭାନେତ୍ରୀ କଲ୍ୟାଣୀ ନାଏକ, ଯୁବ ନେତା ମାନସ ରଞ୍ଜନ ବାଗ, ଧର୍ମଗଡ଼ କୋକସରା ଓ କଲମପୁର ବ୍ଲକର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ସମେତ ବହୁ ବିଜେଡି କର୍ମକର୍ତ୍ତା ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଖଡିଆଳ ବ୍ଲକ ବରଗାଁରେ ଫ୍ଲଡ୍ ଲାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଅବିନାଶ ମହାପାତ୍ର ଙ୍କ କବିତା ଆହେ ଗଜାନନ

Sunil Chandra Nayak

ବିପଦ ସଙ୍କୁଳ ଅବସ୍ଥାରେ ଜୀବନ୍ତ ଲୁହା ବିଦ୍ୟୁତ୍ ଖୁଣ୍ଟ ,ବିଦ୍ୟୁତ୍ ବିଭାଗର ପଡୁନାହିଁ ଦୃଷ୍ଟି

Leave a Comment

error: Content is protected !!