ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ – ୨୦୨୫ ପଥ ଉତ୍ସବ ଅନୁଷ୍ଠିତ
ଭବାନୀପାଟଣା : ତା. ୨୮.୧୦.୨୦୨୪ ଭାରତ ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ଙ୍କ ନିର୍ଦ୍ଦେଶକ୍ରମେ ଆଜି ସ୍ଵତନ୍ତ୍ର ସଂକ୍ଷିପ୍ତ କାର୍ଯ୍ୟକ୍ରମ ୨୦୨୫ ଅବସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ପଥ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ପତାକା ଦେଖାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ପଥ ଉତ୍ସବର ଶୁଭାରମ୍ଭ କରିଥିଲେ । ପଥ ଉତ୍ସବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଜିଲ୍ଲା କାରାଗାର ଛକ, ନୂଆ ବସଷ୍ଟାଣ୍ଡ, ଘୋଡାଘାଟ ଛକ, ପୁରୁଣା ବସଷ୍ଟାଣ୍ଡ ଦେଇ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ତନ୍ମୟ କୁମାର ଦରୱାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଦୟାମୟ ପାଢି, ଭାରତୀୟ ପ୍ରଶାସନିକ ସେବା (ପ୍ରୋବେସନ) ଅଧିକାରୀ କସ୍ତୁରୀ ପଣ୍ଡା, ଉପ ଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁ, ପିଡିଡୁଡ଼ା ମୁନୀନ୍ଦ୍ର ହୋନନାଗା, ଡି. ଡି., ଡି ପି ଏମ ୟୁ, ଶ୍ରୀକାନ୍ତ ଦଳେଇ, ଡି ଏସ ଆର ଦିପ୍ତିମୟୀ ପ୍ରଧାନ, ଡେପୁଟି ଜିଲ୍ଲାପାଳ ଚନ୍ଦ୍ରଦାସ ମହାନନ୍ଦିଆ, ପୌରପାଳିକା ନିର୍ବାହୀ ଅଧିକାରୀ ସତ୍ୟସମ୍ପର୍ଣ୍ଣା ରାଉତ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ ଭୋଇଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ , ବିଦ୍ୟାଳୟ, ମହାବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ, ଛାତ୍ରଛାତ୍ରୀ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରେ ଭାରତ ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ଙ୍କ ନିର୍ଦ୍ଦେଶକ୍ରମେ ଆଜି ୨୯.୧୦.୨୦୨୪ ରିଖ ଦିନ ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନର ଡ୍ରାଫ୍ଟ ରୋଲ ପ୍ରକାଶିତ କରାଗଲା, ଏହି ଡ୍ରାଫ୍ଟ ରୋଲ କଳାହାଣ୍ଡି ଜିଲ୍ଲାର ପାଞ୍ଚ ଗୋଟି ବିଧାନ ସଭା ନିର୍ବାଚନ ମଣ୍ଡଳୀର ୧୪୧୩ ଟି ବୁଥ ( ପୋଲିଂ ଷ୍ଟେସନ୍ ) ରେ ପ୍ରକାଶିତ କରାଯାଇଛି । ସମସ୍ତ ବୁଥ ପାଇଁ ଜଣେ ଜଣେ ବୁଥ ଲେଭେଲ ଅଧିକାରୀ ନିଯୁକ୍ତି କରାଯାଇଅଛି । ଯେଉଁ ମାନେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ନିଯୋଜିତ ହୋଇଛନ୍ତି। ନୂତନ ଭାବରେ ଭୋଟ ଦାତା ହେବାକୁ ଥିବା ଯୋଗ୍ୟ ବ୍ୟକ୍ତି ଫର୍ମ ନମ୍ବର ୬ ରେ ଆବେଦନ କରିପାରିବେ, ବାଦ ପାଇଁ ଫର୍ମ ନମ୍ବର ୭ ଏବଂ ସଂଶୋଧନ ପାଇଁ ଫର୍ମ ନମ୍ବର ୮ ରେ ଆବେଦନ କରିପାରିବେ । ଆବେଦନ ପାଇଁ ନିର୍ବାଚନ ଆୟୋଗ ୪ ଟି ସ୍ଵତନ୍ତ୍ର ପ୍ରଚାର ଦିବସ ନିର୍ଦ୍ଧାରଣ କରିଛନ୍ତି : ଯଥା ନଭେମ୍ବର ଏକ ତାରିଖ, ଦସ ତାରିଖ, ଷୋହଳ ତାରିଖ ଓ ଚବିଶ ତାରିଖ ଏହି ଦିନ ମାନଙ୍କରେ ବୁଥ ଲେଭେଲ ଅଧିକାରୀମାନେ ନିଜ ନିଜ ବୁଥରେ ରହିବେ ଓ ଯୋଗ୍ୟ ବିବେଚିତ ବ୍ୟକ୍ତିଙ୍କ ଠାରୁ ଫର୍ମ ସଂଗ୍ରହ କରିବେ । ଏହା ବ୍ୟତୀତ ଯୋଗ୍ୟ ବ୍ୟକ୍ତି ଭୋଟର ହେଲ୍ପଲାଇନ ଆପ ଏବଂ ଜନସେବା କେନ୍ଦ୍ରରେ ଅନଲାଇନ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ । ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶକ୍ରମେ କଳାହାଣ୍ଡି ଜିଲ୍ଲାରେ ପଥ ଉତ୍ସବ ଓ ୱାକଥଂନ କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଥିଲା। ଏଥି ପାଇଁ ଜିଲ୍ଲା ମହାକୁମା ଠାରେ ରଙ୍ଗୋଲୀ ପ୍ରତିଯୋଗିତା, ବାଲୁକା କଳା ପରିଦର୍ଶନ, ସଚେତନତା କେନ୍ଦ୍ର, ସେଲଫି ପଏଣ୍ଟ ଓ ସାସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ବକୃତା, ଚିତ୍ରାଙ୍କନ ଓ ରଙ୍ଗୋଲୀ ପ୍ରତିଯୋଗିତା କରାଯାଇଥିଲା ଓ କୃତୀ ପ୍ରତିଯୋଗୀମାନଙ୍କୁ ଆଜି ଉତ୍ସବରେ ପୁରସ୍କୃତ କରାଯାଇଥିଲା । ଏହି କ୍ରମରେ ନିର୍ବାଚନ ଆୟୋଗ ସୋସିଆଲ ମିଡିଆ କନଟେଷ୍ଟ ଲଞ୍ଚ କରିଛନ୍ତି , ଯେଉଁଥିରେ ଅଠର ବର୍ଷ କିମ୍ବା ଅଠର ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ନିଜେ ରୀଲ ତିଆରି କରି ଡିଷ୍ଟ୍ରିକ୍ଟ ସୋସିଆଲ ମିଡିଆ ହେଣ୍ଡେଲ ଏବଂ ସିଇଓ ଓଡ଼ିଶା ରେ ଟ୍ୟାଗ କରିପାରିବେ । ଜିଲ୍ଲାର ସମସ୍ତ ଜନସାଧାରଣ ବିଶେଷ କରି ଯୁବ ଭୋଟର ସଚେତନ ହୋଇ ଭୋଟର ତାଲିକାରେ ପଞ୍ଜୀକରଣ କରି ଗଣତନ୍ତ୍ରର ଏହି ବୃହତ କାର୍ଯ୍ୟକ୍ରମରେ ସାମିଲ ହୋଇ ଏକ ସୁଦୃଢ ଓ ବିକଶିତ ରାଷ୍ଟ୍ର ଗଠନରେ ଭାଗୀଦାର ହେବା ପାଇଁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଆହ୍ୱାନ ଦେଇଥିଲେ ।

