ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ,୪୭, ୫୭୪ହେକ୍ଟର ଜମିରେ ରବି ଜଳ ସେଚନ ର ଲକ୍ଷ୍ୟ!!

ଇନ୍ଦ୍ରାବତୀ,୪୭, ୫୭୪ହେକ୍ଟର ଜମିରେ ରବି ଜଳ ସେଚନ ର ଲକ୍ଷ୍ୟ!!

ଆସନ୍ତା ୧୪ତାରିଖ ରୁ ଇନ୍ଦ୍ରାବତୀ ଖରିଫ ଜଳ ସେଚନ ବନ୍ଦ କରିବାର ନିଷ୍ପତ୍ତି…..

କଳାହାଣ୍ଡି ଜିଲ୍ଲା ପାଇଁ କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣି ଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାର ଚଳିତ ବର୍ଷ ଆବଶ୍ୟକ ପରିମାଣରେ ଜଳ ସଂଗ୍ରହ ହୋଇ ପାରି ନ ଥିବାରୁ ରବି ଜଳ ସେଚନ କୁ ସଙ୍କୁଚିତ କରିଥିବା ବିଭାଗ ସୂତ୍ରରୁ ଜଣା ପଡ଼ିଛି।ଗତ ବର୍ଷ ତୁଳନାରେ ଚଳିତ ବର୍ଷ କଳାହାଣ୍ଡି ସମେତ ଇନ୍ଦ୍ରାବତୀ ଉପର ମୁଣ୍ଡରେ ୨୦୦ମି,ମି କମ୍ ବର୍ଷା ହୋଇଥିବାରୁ ଏପରି ସ୍ଥିତାବସ୍ଥା ଉତ୍ପନ୍ନ ହୋଇଛି ବୋଲି ଆଲୋଚନା ହେଉଛି।ଗତବର୍ଷ କ୍ୟାଲେଣ୍ଡର ବର୍ଷ ରେ ୧୨୧୬ମିଳି ମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚଳିତ ବର୍ଷ ୧୦୭୮ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ଯାହାକି କଳାହାଣ୍ଡି ଜିଲ୍ଲାର ହାରାହାରି ବର୍ଷା ର ପରିମାଣ ରୁ କମ।ଆସନ୍ତା ୧୪ତାରିଖ ରୁ ଇନ୍ଦ୍ରାବତୀ ଖରିଫ ଜଳ ସେଚନ ବନ୍ଦ କରିବାର ନିଷ୍ପତ୍ତି ନିଆ ଯାଇଥିବା ବେଳେ ଆଗାମୀ ରବି ଜଳ ସେଚନ ପାଇଁ ପରିବର୍ତ୍ତିତ ଚିଠା ଚୂଡାନ୍ତ ହୋଇଥିବା ସୂଚନା ମିଳିଛି।ଚଳିତ ବର୍ଷ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ରେ ରବି ଜଳ ସେଚନ କୁ ସମ୍ପୂର୍ଣ୍ଣ ବନ୍ଦ କରା ଯାଇଥିବା ବେଳେ ଇନ୍ଦ୍ରାବତୀ ବାମ ଓ ଦକ୍ଷିଣ କେନାଲ ର ୩୩୫ଗ୍ରାମର ୪୭, ୫୭୪ହେକ୍ଟର ଜମିରେ ଜଳ ସେଚନ ର ଲକ୍ଷ୍ୟ ରଖାଯାଇ ଥିବା ବିଭାଗ ସୂତ୍ରରୁ ପ୍ରକାଶ।ଏ ସଂକ୍ରାନ୍ତରେ ମେଗା ଲିଫ୍ଟ ପରିସର ରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟ ରେ ପ୍ରଚାର ମଧ୍ୟ କରାଯାଇ ଥିବା ସୂଚନା ମିଳିଛି।ସାଂପ୍ରତିକ ସ୍ଥିତି ରେ ଜଳଭଣ୍ଡାର ର ଜଳ ସଂରକ୍ଷଣ କୁ ନଜର ରେ ରଖି ଦକ୍ଷିଣ କେନାଲ ପରିସର ରେ ୨୦, ୦୭୪ହେକ୍ଟର ଓ ବାମ କେନାଲ ପରିସର ରେ ୨୭, ୫୦୧ହେକ୍ଟର ଜମିରେ ଜଳ ସେଚନ ର ଲକ୍ଷ୍ୟ ରଖା ଯାଇଛି।ଫଳରେ ଜୟପାଟଣା ବ୍ଲକ ୮୦ଟି ଗ୍ରାମର ୧୩, ୭୮୫ହେକ୍ଟର, କଲମପୁର ବ୍ଲକ ୪୮ଟି ଗ୍ରାମର ୮୮୪୪.୨୧ହେକ୍ଟର, ଜୁନାଗଡ ବ୍ଲକ ୧୩୬ଗ୍ରାମର ୨୧, ୭୨୮.୪୫ହେକ୍ଟର, କୋକସରା ବ୍ଲକ ୩୬ଟି ଗ୍ରାମର ୧୯୧୦.୬୨ହେକ୍ଟର, ଓ ଧର୍ମଗଡ ବ୍ଲକ ୩୬ଗ୍ରାମର ୧୩୦୫.୮୭ହେକ୍ଟର ଜମିରେ ଜଳସେଚନ ଚୂଡାନ୍ତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣା ପଡ଼ିଛି।ଜଳସେଚନ ସମୟରେ ଜଳଭଣ୍ଡାର ର ସାଂପ୍ରତିକ ସ୍ଥିତି କୁ ଦେଖି ସ୍ୱଳ୍ପ ମିଆଦି ଧାନ ଚାଷ କରିବା ପାଇଁ ସମସ୍ତଙ୍କର ସହଯୋଗ ଲୋଡା ଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଭବାନୀପାଟଣା ଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ପ୍ରଭୁ ଅନନ୍ତଶୟନ ପୀଠରେ ବାଲିଯାତ୍ରା ଅନୁଷ୍ଠିତ

Sunil Chandra Nayak

ବିଶ୍ବ ଗଣମାଧ୍ୟମ ସ୍ବତନ୍ତ୍ରତା ଦିବସ

Leave a Comment

error: Content is protected !!