ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବରଗଛ ରୁ ଯୁବକର ମୃତ ଦେହ ଠାବ, ହତ୍ୟା ସନ୍ଦେହ ଘଟଣାସ୍ଥଳରେ ଉତ୍ତେଜନା….

ବରଗଛ ରୁ ଯୁବକର ମୃତ ଦେହ ଠାବ, ହତ୍ୟା ସନ୍ଦେହ

ଘଟଣାସ୍ଥଳରେ ଉତ୍ତେଜନା….

 କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅଧିନସ୍ଥ ବଜାର ପଡ଼ା ବରଗଛ ରେ ଝୁଲନ୍ତା ଅବସ୍ଥା ରେ ଯୁବକ ର ମୃତ ଦେହ ଠାବ ହୋଇଛି । ହତ୍ୟା ପରେ ଗଛ ରେ କେହି ଝୁଲେଇ ଦେଇଥିବା ସନ୍ଧେହ କରାଯାଉଛି । ମୃତ ଯୁବକ ହେଉଛନ୍ତି ନୂଆପଡ଼ା ଜିଲ୍ଲା ଖରିଆର ଥାନା କୁର୍ଲୁଭଟା ଗାଁ ର ଝଜ ସା ( ୩୫) ବୋଲି ଜଣା ପଡିଛି l ସେ ଦଶପୁର ଫାଣ୍ଡି କଲୋନୀପଡା ର କନ୍ଦର୍ପ ସା ଙ୍କ ଝିଅ ଅପୁଛା ସା କୁ ବିବାହ କରିଥିଲେ l ପୂର୍ବରୁ ସ୍ବାମୀ ସ୍ତ୍ରୀ ମଧ୍ୟରେ ଛାଡ ପତ୍ର ହୋଇଥିବା ବେଳେ ନିଜ ପୂର୍ବ ସ୍ତ୍ରୀ ଅପୁଛା ରହୁଥିବା ବାପ ଘରକୁ ନିଜ ଦୁଇ ଗୋଟି ଝିଅ କୁ ଦେଖିବାକୁ ଆସିଥିଲେ l ମଧ୍ୟ ରାତ୍ରିରେ ଲକ୍ଷ୍ମୀ ପୂଜା ଅବସରରେ ସେହି ସ୍ଥାନରେ ଏକ ନାଟକ ପରିବେଷଣ ହେଉଥିଲା। ନାଟ୍ୟ କଳାକାର ମାନେ ନୂଆପଡା ଜିଲ୍ଲା ଖରିଆର ଥାନା ବାଦୀ ଅଞ୍ଚଳର ହେବା ହେତୁ ତାଙ୍କ ଚିହ୍ନା ପରିଚୟ । ତେଣୁ ନାଟକ ଦେଖି ସକାଳୁ ତାଙ୍କ ସାଙ୍ଗରେ ଘରକୁ ଯିବା ପାଇଁ ସେ ନାଟ୍ୟ କଳାକାର ମାନଙ୍କ ସହ ରହିଥିଲେ। ହେଲେ ସକାଳୁ ସ୍ଥାନୀୟ ଲୋକେ ଏକ ବରଗଛ ରେ ଏକ ଗାମୁଛା ସାହାଯ୍ୟରେ ଝୁଲନ୍ତା ମୃତ ଦେହ ଦେଖି ସ୍ଥାନୀୟ ପୁଲିସ କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଦଶପୁର ପୁଲିସ ପହଞ୍ଚି ତଦନ୍ତ ଜାରୀ ରଖିଛି l ଅନ୍ୟପଟେ ମୃତକ ଙ୍କ ପରିବାର ଲୋକେ ସୁକଳ୍ପିତ ହତ୍ୟାକାଣ୍ଡ ଅଭିଯୋଗ ରେ ଦଶପୁର ଫାଣ୍ଡି ରେ ଶଶୁର ଘର ଲୋକ ଓ ନାଟ୍ୟ କଳାକାର ଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକେ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରିବା ପାଇଁ ଜିଦ ଧରି ବସିଥିଲେ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଘଟଣାସ୍ଥଳକୁ ଧର୍ମଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ବେହେରା ପହଁଚି ଲୋକଙ୍କୁ ବୁଝାସୁଝା କରିବା ପରେ ଶବ ଜବତ କରିବା ସହ ଶବ ଵୈବଚ୍ଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଥିବା ଜଣାପଡିଛି। ଅଭିଯୋଗ କୁ ଆଧାର କରି ଦଶପୁର ଫାଣ୍ଡି ରେ ଏକ ମାମଲା ରୁଜୁ ହୋଇଛି ତଦନ୍ତ ପରେ ଏହା ହତ୍ୟା ନା କଣ ସ୍ପଷ୍ଟ ଜଣା ପଡ଼ିବ ଓ ଦୋଷୀ କୁ ଧରା ହେବ ବୋଲି ଦଶପୁର ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନକଲି ନୋଟ୍ କାରବାର, : ୨୦୦ ଟଙ୍କିଆ ୧୦୦ ଖଣ୍ଡ ନକଲି ନୋଟ ସହ ମୋବାଇଲ୍ ଜବତ, ଜଣେ ଗିରଫ 

Sunil Chandra Nayak

ଶିଶୁ ଶ୍ରମିକ ଆଇନର ଖୋଲାଖୋଲି ଉଲ୍ଲଂଘନ , ତେଲ ମିଲ୍ ମାଲିକଙ୍କ ବେଆଇନ କାରବାର , ମେସିନରେ ପଡ଼ି ଶିଶୁ ଶ୍ରମିକଙ୍କ ହାତ କଟିଲା

Sunil Chandra Nayak

ଜମି ଲିଜ କୁ କେନ୍ଦ୍ରକରି ଟାଙ୍ଗିଆ ରେ ଆକ୍ରମଣ ,୩ ଅଭିଯୁକ୍ତ କୋର୍ଟ ଚାଲାଣ 

masiha

Leave a Comment

error: Content is protected !!