ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଙ୍କିଆରେ ଧାନ ମଣ୍ଡି ଶୁଭ ଉଦଘାଟନ 

ମଙ୍କିଆରେ ଧାନ ମଣ୍ଡି ଶୁଭ ଉଦଘାଟନ 

ନବରଙ୍ଗପୁର:(୧୫|୧୨)(ରବି ନାରାୟଣ ମହାନ୍ତି))-ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ମଙ୍କିଆ ଆରଏମସି ଗୃହ ଠାରେ ଜୟ ଜଗନ୍ନାଥ ଏସଏଚଜି ତରଫରୁ ଧାନ ମଣ୍ଡି ଶୁଭ ଉଦଘାଟନ ହୋଇଛି lସ୍ଥାନୀୟ ସରପଞ୍ଚ ଜଗତ ଜୀବନ ନାୟକଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ ବ୍ଲକ ଅଧକ୍ଷା ହେମଲତା ମାଝୀ,ଉପାଧକ୍ଷ ସୁଶାନ୍ତ ବେହେରା, ଡେଙ୍ଗାଗୁଡା ସରପଞ୍ଚ ସୁମିତ୍ରା ମାଝୀ,ମଙ୍କିଆ ପୂର୍ବତନ ସମିତି ସଭ୍ୟ ଯୁଗଳ ବିଶୋଇ,ତ୍ରିନାଥ ମଣ୍ଡଳ, ପୂର୍ବତନ ସରପଞ୍ଚ ତୁଳାରାମ ମାଝୀ, ପ୍ରମୁଖ ଉପସ୍ଥିତ ଥିଲେ l ସମସ୍ତ ଅତିଥି ମାନେ ନଡିଆ ଭାଙ୍ଗି ଧୂପ ଦ୍ବୀପ ପ୍ରଜ୍ୱଳନ କରିଥିଲେ lଅତିଥିମାନେ ଉଚ୍ଚ ମାନ ର ଧାନ ଆଣିବା ସହ ମିଲର ଓ ଚାଷୀ ମଧ୍ୟରେ ତାଳମେଳ ଠିକ ରହିଲେ ଧାନ କିଣା ସଠିକରେ ହେବ ବୋଲି ଅତିଥି ମାନେ କହିଥିଲେ l ବାଲି, ଗୋଡି, ଅଗାଡି ମିଶା ଧାନ ନ ଆଣିବା ଲାଗି ଚାଷୀଙ୍କୁ ପରାମର୍ଶ ଦିଆଯାଇଥିଲା lମିଲର ମାନେ ଚାଷିଙ୍କୁ ସହଯୋଗ କରିବା ଲାଗି ଅନୁରୋଧ କରାଯାଇଥିଲା l ଆରଏମସି କର୍ମଚାରୀ ମଣ୍ଡିର ଆନୁସଙ୍ଗିକ ବ୍ୟବସ୍ଥା କରାଇବା ଲାଗି ନିବେଦନ କରାଯାଇଥିଲା । ଶନିବାର ଓ ରବିବାର ମଙ୍କିଆ ମଣ୍ଡିରେ ଧାନ କିଣା ଲାଗି ଦିନ ନିର୍ଧାରିତ ହୋଇଛି । ( ମ ନି ସ ) 

Related posts

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ସାଂଘାତିକ ତ୍ରୁଟି କୁ ନେଇ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ‘ଶିକ୍ଷା ବଞ୍ଚାଅ ଆନ୍ଦୋଳନ’ ଓ ବିକ୍ଷୋଭ 

Sunil Chandra Nayak

କଳାହାଣ୍ଡି ଆଉଟ ସୋର୍ସଙ୍ଗ କର୍ମଚାରୀ ମହାସଂଘ ର ଜରୁରୀ ବୈଠକ

masiha

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳ ରେ “ସି ଏମ କିସାନ” ସହାୟତା ରାଶି ହସ୍ତାନ୍ତର lନବରଙ୍ଗପୁର ଜିଲ୍ଲାର ଚାଷୀ ଙ୍କୁ ଡି ବି ଟି ମାଧ୍ୟମରେ “ସି ଏମ କିସାନ” ସହାୟତା ରାଶି ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!