ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ ସହିତ ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ବୈଠକ 

ଜିଲ୍ଲାପାଳଙ୍କ ସହିତ ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ବୈଠକ 

ଜିଲ୍ଲାପାଳ କନଫରେନ୍ସ ହଲ ଠାରେ ଜିଲ୍ଲାପାଳଙ୍କ ଅଧ୍ୟାକ୍ଷତାରେ ଏକ ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି | ଗତ ତା. 16/12/24ସୋମବାର ଦିନ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ କୁଳି ମାନଙ୍କୁ ଆଦିବାସୀ ଜାତିଗତ ପ୍ରମାଣ ପତ୍ର ନଦେବାକୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଭୁବନେଶ୍ୱର, କେନ୍ଦ୍ର ଆଦିବାସୀ ମନ୍ତ୍ରୀ, କେନ୍ଦ୍ର ଆଦିବାସୀ ମନ୍ତ୍ରଣାଲୟଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ | ଜିଲ୍ଲାପାଳ 19ତାରିଖରେ ଜିଲ୍ଲାପାଳ ଓ ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ବୈଠକ କରିବାକୁ ପ୍ରତିଶୃତି ଦେଇଥିଲେ | ଆଜି ଜିଲ୍ଲାପାଳ କନଫରେନ୍ସ ହଲ ଠାରେ କୁଳି ଜାତିକୁ ଆଦିବାସୀ ଜାତିଗତ ପ୍ରମାଣ ପତ୍ର ଦେଇଥିବା ବିଷୟରେ ଆଲୋଚନା ହୋଇଥିଲା | ଆଦିବାସୀ ସଂଘ ପକ୍ଷରୁ ଯୁକ୍ତି ଉପସ୍ଥାପନ କରି ଓଡିଶା ସରକାରଙ୍କ ଆଦିବାସୀ ଜାତିଗତ ପ୍ରମାଣ ପତ୍ର ତାଲିକା ନଂ. 42ରେ କୁଲିସ (KULIS )ମାନଙ୍କୁ ଆଦିବାସୀ ଜାତିଗତ ପ୍ରମାଣ ପତ୍ର ଦେବାର ପ୍ରବଧାନ ରହିଛି | କୁଳି ଏବଂ କୁଲିସ ସାମାନ୍ ବୋଲି କୁଳି ମାନଙ୍କୁ କାହିଁକି ଆଦିବାସୀ ଜାତିଗତ ପ୍ରମାଣ ପତ୍ର ଦିଆ ଯାଉଛି | କୁଳି ମାନେ ପ୍ରକୃତରେ ଆଦିବାସୀ ନୁହନ୍ତି ସେମାନଙ୍କର ଆଦିବାସୀ ସଂସ୍କୃତି, ପ୍ରଥା, ପରମ୍ପରା, ପୂଜା ପଦ୍ଧତି ସହିତ କୌଣସି ପ୍ରକାର ସାମଞ୍ଜସ୍ୟ ନାହିଁ | କୁଳି ମାନେ ବିଗତ ଦିନରେ ଏସି. ସି ପ୍ରମାଣ ପତ୍ର ନେଇଛନ୍ତି ଓ କେତେବେଳେ ଓବିସି ପ୍ରମାଣ ପତ୍ର ମଧ୍ୟ ନେଇଛନ୍ତି ବର୍ତମାନ ଏମାନେ ଆଦିବାସୀ ବୋଲି ଜାତିଗତ ପ୍ରମାଣ ପତ୍ର ହାତେଇଛନ୍ତି | କୁଳି ମାନେ କେଉଁ ସମୟରେ କେଉଁ ଜାତି ବଦଳେଇବା ଏହା କେଉଁ ପ୍ରକାର ନିୟମ ଓ ପ୍ରଶାସନ ମଧ୍ୟ ଜାଣିଶୁଣି ଜାତିଗତ ପ୍ରମାଣ ପତ୍ର ଦେବା କେତେ ଦୂର ଯୁକ୍ତିଯୁକ୍ତ | କୁଳିମାନେ ଅନ୍ୟ ଜିଲ୍ଲାରେ ଅନ୍ୟ ରାଜ୍ୟରେ କେଉଁଠି ଏସ.ସି ଲେଖୁଛନ୍ତି ତ କେଉଁଠି ଓବିସି ଲେଖୁଛନ୍ତି | ନିୟମ ଅନୁସାରେ ରାଜ୍ୟ ଟ୍ରାଇବାଲ ଏଡଭାଇଜରୀ କମିଟି ତୃଣମୂଳ ସ୍ତରରୁ ସବୁ ତଥ୍ୟ ଅନୁଧ୍ୟାନ କଲାପରେ ଓ ସବୁ ଦସ୍ତାବିଜ ସଂଗ୍ରହ କରି କେନ୍ଦ୍ର ସରକାର ପାଖକୁ ପଠାଇ ଥାଏ, କେନ୍ଦ୍ର ସରକାରଙ୍କ ପାଖକୁ ଗଲାପରେ ପ୍ରଥମେ ଲୋକସଭା ଅନୁମୋଦନ ପରେ ରାଜ୍ୟସଭାରେ ଅନୁମୋଦନ ପରେ ରାଷ୍ଟ୍ରପତି ପାଖକୁ ଯାଇଥାଏ ଅନୁମୋଦନ ପାଇଁ ଓ ପରେ ଆଇନ ରେ ପରିଣତ ହୋଉଥାଏ କିନ୍ତୁ ବଲାଙ୍ଗୀର ଜିଲ୍ଲାପାଳ କେଉଁ ଉଦ୍ଦେଶ୍ୟରେ କାହା ଚାପରେ କୁଳି ମାନଙ୍କୁ ଆଦିବାସୀ ଜାତିଗତ ପ୍ରମାଣ ପତ୍ର ଦେଲେ ପ୍ରଶ୍ନବାଚୀ ବିଷୟ | କିନ୍ତୁ ଜିଲ୍ଲାପାଳ ନିଜର ଦୋଷ ନିଜେ ନ ମୁଣ୍ଡେଇ ସୁପ୍ରିମକୋର୍ଟକୁ ଦାୟୀ କଲେ, ଯାହା ସରକାର ନିର୍ଦ୍ଧେଶ ଦେଇଛନ୍ତି ସେ ହିସାବରେ ଆମେ ପାଳନ କରୁଛୁ | ଏଭଳିଆ ମନମାନି କଲେ, ଆଦିବାସୀ ମାରଣ ନୀତି କଲେ ଆଦିବାସୀ ମାନଙ୍କ ଥିବା ସାମୁହିକ ସମସ୍ୟା ସମାଧାନ ବହୁତ ବିଳମ୍ବ ହେବା ସହ ଆଦିବାସୀ ମାନେ ଆହୁରି ରସାତଳଗାମୀ ହେବା ସ୍ୱାଭାବିକ | ଜିଲ୍ଲାପାଳଙ୍କ ଏଭଳିଆ ମନମୁଖୀ କାର୍ଯ୍ୟକଳାପକୁ ଆଦିବାସୀ ସଂଘ ତୀବ୍ର ନିନ୍ଦା କରିବା ସହ ଆନ୍ଦୋଳନ ଦୀର୍ଘ 2006ରୁ ଯେଉଁଭଳି ଚାଲୁଅଛି ଆଗାମୀ ଦିନରେ ମଧ୍ୟ ଆନ୍ଦୋଳନ ତୀବ୍ରତର ହେବ ଯେଉଁ ଦିନ ପର୍ଯ୍ୟନ୍ତ ଆଦିବାସୀ ନିଜର ହକ ଅଧିକାର ନ ପାଇଛି | ନିଜର ହକ ଅଧିକାର କୁ ଯିଏ ଛଡେଇ ନେବ ତାକୁ ଆଗାମୀ ଦିନରେ ଉଚିତ ଜବାବ ଦିଆଯିବ ବୋଲି ଆହ୍ୱାନ ଦେଇଥିଲେ | ଆଜିର ଆଲୋଚନା ସମୟରେ ଜିଲ୍ଲା ମଙ୍ଗଳ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ, କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବନଳତା ମାଝୀ, ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ, ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପଧାନୀ, ଗୁଡ଼ାଭେଲା ସଭାପତି ବିକ୍ରମ ଭୋଇ, ବେଲପଡା ସଭାପତି ରସିକ ଧରୁଆ, ଖପ୍ରାଖୋଲ ସଭାପତି ଚନ୍ଦ୍ର ଶେଖର ବରିହା, ଆଗଲପୁର ସଭାପତି ଭୁବନେଶ୍ୱର ଧରୁଆ, ସଇଁତଳା ସଭାପତି ସନ୍ତୋଷ ପୁଟା, ସଂଯୋଜକ ଗୌରାଙ୍ଗ ବରିହା, ସଂଗଠକ ଥବିର ପୁଝାରୀ, ନିତ୍ୟା ମାଝୀ, ପଞ୍ଚାନନ ଭୋଇ, ଧନରାମ ଭୋଇ, ଗୋପାଳ ପଧାନ ଓ ଅନ୍ୟ ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ | 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ବଡ ଏକାଦଶୀ ଅବସରରେ ଧର୍ମଗଡ ଶ୍ୟାମ ପରିବାର ପକ୍ଷରୁ ବାବା ଖଟ୍ଟୁ ଶ୍ୟାମଜୀ ଙ୍କ ପବିତ୍ର ଜନ୍ମଦିନ ପାଳନ

masiha

World Population day was observed by the Institution of Engineers, India

Sunil Chandra Nayak

ପୁଅ ବହୁ ହେବ ତ ଏମିତି

Leave a Comment

error: Content is protected !!