ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାନସାରୀ ନେତାଜୀ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ପାଳିତ 

ଚାନସାରୀ ନେତାଜୀ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ପାଳିତ 

“ଦୀର୍ଘ ୨୫ବର୍ଷର ତ୍ୟାଗ ଓ ସଫଳତା ଏକ ସ୍ମରଣୀୟ ଇତିହାସ :-ଅତିଥି ବୃନ୍ଦ “

ରାୟଗଡ:- ତା.୨୩/୦୧/୨୫- ଗୁଣୁପୁର ବବ୍ଲର ଚାନସାରୀ ଗ୍ରାମପଂଚାୟତ ଅନ୍ତର୍ଗତ ଚୀନlସlରି ଉଚ୍ଚ ବିଦ୍ୟାଳୟ ତାର ୨୫ବର୍ଷ ପୂର୍ତ୍ତି ଉପଲଖେ ଦୁଇଦିନ ଧରି ତାହାର ରୌପ୍ୟ ଜୟନ୍ତୀ ଗତ ୨୨/୦୧/୨୫ ଓ ୨୩/୦୧/୨୫ରିଖ ଦୁଇଦିନ ଧରି ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି l ବିଦ୍ୟାଳୟର ପ୍ରତିଷ୍ଠାତା ଆଇନଜୀବୀ ତଥା ସମାଜ ସେବି ଶ୍ରୀ ପ୍ରଦୀପ କୁମମାର ଦlଶଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ବ୍ରଜମୋହନ ନାୟକ, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଇନ୍ଦିରା ମହାପାତ୍ର, ସମ୍ମାନିତ ଅତିଥି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ପଂଚାୟତ ସମିତି ଅଧ୍ୟକ୍ଷା ଗୁଣୁପର ଶ୍ରୀମତୀ ଝିଲ୍ଲୀ ଶବର ଆଦି ଯୋଗଦାନ କରି ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଅବସରରେ ଦୀର୍ଘ ୨୫ବର୍ଷର ତ୍ୟାଗ ଓ ସଫଳତା ଏକ ସ୍ମରଣୀୟ ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ l ମୁଖ୍ୟ ଅତିଥି ଶ୍ରୀ ବ୍ରଜମୋହନ ନାୟକ, ଦୁର୍ଗ ପତି ,ଆଇ,ଆର,ବି, ଏନ୍,ଭାମିନୀ ଯୋଗ ଦେଇଥିଲେ ଏବଂ କହିଥିଲେ ଯେ , ଶିକ୍ଷକ ପଦବୀ କେବଳ ମନୁଷ୍ୟ ତିଆରି ର ବିନ୍ଧାଣି ନୁହେଁ ବରଂ ତ୍ୟାଗ ଓ ବଳିଦାନର ପ୍ରତିକ ଅଟେ ‌। ସମ୍ମାନୀୟ ଅତିଥି ଶ୍ରୀ ପ୍ରଧାନ ନିଜ ଭାଷଣରେ କହିଥିଲେ ଯେ, ଆଦିବାସୀ ଅଧ୍ୟୁସିତ ଇଲାକା ରେ ଶିକ୍ଷାର ଜ୍ୟୋତି ପ୍ରକାଶ ପାଇଁ ସଭାପତିଙ୍କ ଉଦ୍ୟମ ନିଶ୍ଚିତ ଅଭିନନ୍ଦନ ଯୋଗ୍ୟ। ଏହି ଉତ୍ସବରେ କମିଟିର ପ୍ରତିଷ୍ଠାତା ସଦସ୍ୟ ମାନଙ୍କୁ ସମ୍ମାନୀତ କରିବା ସହିତ ବିଦ୍ୟାଳୟର ଉଚ୍ଚ ପଦ ପଦବୀରେ ଅବସ୍ଥାପିତ ସମସ୍ତ ଛାତ୍ର ବନ୍ଧୁଙ୍କୁ ସମ୍ମାନୀତ କରାଯାଇଥିଲା । ସେହିପରି ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଝିଲି ଶବର ଅଭିଭାଷଣ ରେ କହିଥିଲେ ଯେ, ଦୁଇ ଦୁଇଟି ପଂଚାୟତକୁ ନେଇ ଆରମ୍ଭ କରାଯାଇଥିବା ବିଦ୍ୟାଳୟ ଯେ, ଛାତ୍ର ଛାତ୍ରୀ ମାନଙ୍କର ଲକ୍ଷ୍ୟ ପୁରଣ ରେ ସହାୟକ ହୋଇ ପାରିଛି ଏଥି ରେ ସଂଦେହ ନାହିଁ। ଦୁଇ ଧରି ଚାଲିଥିବା ‌ଉତ୍ସବରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିବା ବେଳେ ଭୂଵନେଶର ରୁ ଆସିଥିବା ଅକେର୍ଷ୍ଟା ମଧ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମର ଆକର୍ଷଣ ର ମାଧ୍ୟମ ପାଲଟିଥିଲା।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନିଆଁ ଲାଗି ୫ ଏକରଚାଷ ଜମି ର ପନିପରିବା ଓ ଡାଲି ଜାତୀୟ ଫସଲ ନଷ୍ଟ 

Sunil Chandra Nayak

ବାମନଘାଟୀ ଉପଖଣ୍ଡର ମୁସଲମାନ ସଂପ୍ରଦାୟ ତରଫରୁ ଆନନ୍ଦ ଉଲ୍ଲାସର ସହ ଇଦ୍ ପର୍ବ ପାଳିତ 

Sunil Chandra Nayak

ଅବ୍ୟବସ୍ଥା ଘେରରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

Leave a Comment

error: Content is protected !!