ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା କ୍ଲଷ୍ଟର ପକ୍ଷରୁ ନିପୁଣ ଓଡିଶା ମେଳା

ନର୍ଲା କ୍ଲଷ୍ଟର ପକ୍ଷରୁ ନିପୁଣ ଓଡିଶା ମେଳା

ନର୍ଲା କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ନର୍ଲା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ନର୍ଲା ରେ ସି ଆର୍ ସି ସି ଶ୍ରୀ କ୍ଷୀର ସିନ୍ଧୁ ବାଗ ଙ୍କ ସଭାପତିତ୍ବ ରେ ତା ୦୭.୦୨.୨୦୨୫ରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଅଛି। ଏହି ଉତ୍ସବରେ ନର୍ଲା ବିଇଓ ଶ୍ରୀଯୁକ୍ତ ତପିମଣି ଜାନୀ ମୁଖ୍ୟଅତିଥି ଯୁର୍କା ଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଟଙ୍କ ଧର ନିଆଲ୍ ମୁଖ୍ୟ ବକ୍ତା ଏବଂ ଏ ବି ଇ ଓ କମ୍ ବି ଆର୍ ସି ସି ଶ୍ରୀଯୁକ୍ତ ଗୋବର୍ଦ୍ଧନ ମାଝୀ ଓ ଖଇର ମାଲ୍ ସି ଆର୍ ସି ସି ଶ୍ରୀଯୁକ୍ତ ଫିରୋଜ କୁମାର୍ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ନର୍ଲା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଶ୍ରୀଯୁକ୍ତ ଅଜିତ ନାଏକ, ସହ ଶିକ୍ଷୟତ୍ରୀ ଶ୍ରୀମତୀ କଲ୍ୟାଣୀ ଦାସ୍, ଉପର ପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅର୍ଜୁନ ବାଗ୍, ଭଟାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଦିପାଞ୍ଜଳି ପାଢ଼ୀ,ସମେତ ନର୍ଲା କ୍ଳଷ୍ଟର ର ବିଭିନ୍ନ ବିଦ୍ୟାଳୟର ଏଫ୍. ଏଲ୍. ଏନ୍ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟ କ୍ରମ ରେ ସହଯୋଗ କରିଥିଲେ। ସି ଆର୍ ସି ସି ଶ୍ରୀଯୁକ୍ତ କ୍ଷୀର ସିନ୍ଧୁ ବାଗ ମଞ୍ଚ ପରିଚାଳନା ଏବଂ ଶପଥ ପାଠ କରାଇଥିବା ବେଳେ ଶିକ୍ଷକ ଶ୍ରୀଯୁକ୍ତ ଅର୍ଜୁନ ବାଗ୍ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇଥିଲେ। କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । 

ଦୀପକ୍ ଠାକୁର ଙ୍କ ରିପୋର୍ଟ୍ 

Related posts

ବିଦ୍ୟାନଗରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

Sunil Chandra Nayak

ଗୁରୁ ଭକ୍ତ ସମ୍ମିଳନୀ ଅଧିବାସ ରେ ପ୍ରେମଚାର୍ଯ୍ୟଙ୍କ ଶ୍ରୀ ବିଗ୍ରହ ପରିକ୍ରମା କଲା

Sunil Chandra Nayak

ରାୟଗଡ ଜିଲ୍ଲାପାଳଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ  

Sunil Chandra Nayak

Leave a Comment

error: Content is protected !!