ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ବଡ଼ଭାଇ ହାତରେ ସାନଭାଇର ଜୀବନ ଗଲା

ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ

ବଡ଼ଭାଇ ହାତରେ ସାନଭାଇର ଜୀବନ ଗଲା

ଲାଞ୍ଜିଗଡ଼, ୦୮/୦୨( ମନିସ)-ବର୍ଷକ ପୂର୍ବରୁ ସାମାନ୍ୟ କଥାକୁ ନେଇ ଦୁଇଭାଇଙ୍କ ମଧ୍ୟରେ ଅପଡ଼ ହୋଇଥିଲା। ସେତେବେଳେ ରାଗିଯାଇ ବଡ଼ଭାଇକୁ ଚାପୁଡାଟିଏ ମାରିଥିଲା ସାନଭାଇ। ସେତିକିରେ କଥା ସରିଥିଲା। କିନ୍ତୁ ସେଇ ଚାପୁଡ଼ା ଖାଇବାର ରାଗକୁ ଭୁଲିନଥିଲା ବଡଭାଇ। ସତେ ଯେମିତି ସୁଯୋଗ ଖୋଜୁଥିଲା। ଆଉ ଖାଇପିଇ ଘରେ ଶୋଇଥିବାବେଳେ ଏକ ଦେଶୀ ବନ୍ଧୁକରୁ ଗୁଳି ମାରି ସାନଭାଇର ଜୀବନ ନେଇଗଲା ନୃଶଂସ ବଡ଼ଭାଇ। ସେତିକି ନୁହେଁ ସାନଭାଇ ମରିଯିବାପରେ କୁଆଡେ ନଯାଇ ଶବକୁ ଜଗି ବସି ରହିଥିଲା ଘର ବାହାରେ। ଶେଷରେ ପୁଲିସ ଯିବାପରେ ତାକୁ କାବୁ କରିବା ସହିତ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତଥା ବିଶ୍ୱନାଥପୁର ଥାନା ବେଡାଗାଁ ପଞ୍ଚାୟତ ଦେହେଡ଼ା ଗାଁରେ। ଏହି ଗାଁର ସାନଭାଇ ପୂର୍ଣ୍ଣ ମାଝୀ(୩୫)ଙ୍କୁ ତାଙ୍କର ନିଜ ବଡ଼ଭାଇ କୃଷ୍ଣ ମାଝୀ ଏକ ଦେଶୀ ବନ୍ଧୁକରୁ ପଏଣ୍ଟ ବ୍ଲାଙ୍କରେ ଗୁଳି ଚଳାଇ ହତ୍ୟା କରିଛି। ସୂଚନାନୁସାରେ, ବର୍ଷକ ପୂର୍ବରୁ କୃଷ୍ଣ ଓ ପୂର୍ଣ୍ଣଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ ବଡ଼ଭାଇ କୃଷ୍ଣକୁ ମୃତକ ପୂର୍ଣ୍ଣ ଚାପୁଡ଼ାଟିଏ ଦେଇଥିଲା। ତେବେ ଏହାକୁ ନେଇ ସେମାନଙ୍କ ମଧ୍ୟରେ ବୁଝାମଣା ହୋଇଥିଲେ ହେଁ ମନରେ ରାଗ ରଖିଥିଲା କୃଷ୍ଣ। ଦୀର୍ଘ ଦିନରୁ ସୁଯୋଗ ଖୋଜୁଥିବା କୃଷ୍ଣ ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ ପୂର୍ଣ୍ଣ ଖାଇପିଇ ଶୋଇଥିବାବେଳେ ଘର ଭିତରକୁ ପଶି ଏକ ଦେଶୀ ବନ୍ଧୁକକୁ ସିଧା ରଖି ଗୁଳି ଚଳାଇ ଦେବାରୁ ଘଟଣାସ୍ଥଳରେ ହିଁ ପୂର୍ଣ୍ଣଙ୍କ ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ଖବର ପାଇ ବିଶ୍ୱନାଥପୁର ଥାନାଧିକାରୀ ମମତା ହେମ୍ବ୍ରମଙ୍କ ନେତୃତ୍ୱରେ ଏସଆଇ ବୁଦ୍ଧିରାମ ମାଝୀ, ବୁଦ୍ଧେଶ୍ୟାମ ମାଝୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ଅଭିଯୁକ୍ତ ବଡ଼ଭାଇକୁ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ଜବତ କରିଛି।

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

କଲର୍ଭଟ ତଳୁ ଏଟିଏମ ରୁ ଚୋରୀ ରେ ବ୍ୟବହୃତ ସାମଗ୍ରୀ ଜବତ

Sunil Chandra Nayak

ODISHA VIGILANCE LAUNCHES DA SEARCHES AT 9 LOCATIONS ASSOCIATED WITH FOREST RANGE OFFICER, KASHIPUR, DIST-RAYAGADA

Sunil Chandra Nayak

ବେକରେ ରସି ଲଗାଇ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

masiha

Leave a Comment

error: Content is protected !!