ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ରାୟଗଡ଼: 8/3/2025 ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି I ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ I ଏହି ଅବସରରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଏକ କର୍ମଶାଳା ଓ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା I ଉକ୍ତ କର୍ମଶାଳାରେ ଜିଲ୍ଲା ସୂଚନା ଓ ପ୍ରଯୁକ୍ତି ଅଧିକାରୀ ଗୁଣ ଶେଖର, ଓରମାସର ଡେପୁଟି ସି ଇ ଓ ମନୋଜ ପାତ୍ର, ରାୟଗଡ଼ ସ୍ୱୟଂ ଶାଶିତ ମହାବିଦ୍ୟାଳୟର ଅଧ୍ୟକ୍ଷା ବବିଳତା ସରାଫ, ଜିଲ୍ଲା ଦକ୍ଷତା ଅଧିକାରୀ ସ୍ଵର୍ଣ୍ଣଲତା ରାଉତ, ପ୍ରମୁଖ ଯୋଗ ଦେଇ ମହିଳା ମାନଙ୍କ ଆର୍ଥିକ ଉନ୍ନତି, ବୈଷୟିକ ଶିକ୍ଷା ଓ ମହିଳା ସଶକ୍ତିକରଣ, ଗ୍ରାମ୍ୟ ନିଯୁକ୍ତି ଓ ବଜାର ସହିତ ଯୋଗାଯୋଗରେ ମହିଳା ମାନଙ୍କ ଅବଦାନ ଭଳି ବିଷୟ ଗୁଡିକ ଉପରେ ଆଲୋଚନା କରିଥିଲେ I

ଏହା ପରେ ଜିଲ୍ଲାସ୍ତରୀୟ ପାଳନ ଉତ୍ସବ ରେ ଯୋଗଦେଇ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ ମହିଳା ଦିବସ, ମିଳିତ ଜାତି ସଂଘର ଘୋଷଣାନାମା, ଶିଶୁ ସୁରକ୍ଷା, ମହିଳା ସୁରକ୍ଷା, ମହିଳା ସଶକ୍ତିକରଣ ପାଇଁ ହୋଇଥିବା ଚୁକ୍ତିନାମା ବିଷୟରେ ଆଲୋଚନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ମଧୁସ୍ମିତା ବେହେରା, ସହକାରୀ ଜିଲ୍ଲାପାଳ ବିଚିତ୍ରା ସେଠି ପ୍ରମୁଖ ମହିଳା ମାନଙ୍କର ସମାଜ ପାଇଁ ଅବଦାନ ବିଷୟରେ ଆଲୋଚନା କରିଥିଲେ I ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିନତୀ ଦେଓ ସ୍ୱାଗତ ଭାଷଣ ପ୍ରସଙ୍ଗରେ ମହିଳା ମାନେ କିପରି ଧୀରେ ଧୀରେ ସ୍ୱାବଲମ୍ବୀ ହେଲେଣି ସେହି ବିଷୟରେ ଆଲୋକପାତ କରିଥିଲେ I ରାମନାଗୁଡ଼ା ବ୍ଲକର ଲିଲି କଣ୍ଡାଗରି ନିଜର ବାଲ୍ୟ ବିବାହ ରୋକିବା ସହିତ ନିଜ ଗାଁ ରେ ଅନ୍ୟ ମାନଙ୍କୁ ବୁଝାଇ ୭ ଟି ବାଲ୍ୟ ବିବାହ ରୋକିଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି ପରିପ୍ରେକ୍ଷୀରେ ପୋଷଣ ଅଭିଯାନ ମାଧ୍ୟମରେ ନିଜ ଅଂଚଳରେ ବିଭିନ୍ନ କାର୍ଯ୍ୟକୁ ସୁଚାରୁରୂପେ ତୁଲାଇଥିବା ଯୋଗୁଁ ଗୁଡାରି ବ୍ଲକର ସିଡ଼ିପିଓ ଙ୍କୁ ଜିଲ୍ଲାରେ ଉତ୍ତମ ସିଡ଼ିପିଓ ଭାବେ ସମ୍ମାନିତ କରାଯାଇଥିଲା I

ଏହି କାର୍ଯ୍ୟକ୍ରମକୁ ଆକ୍ସନ ଏଡ଼ ର ଜିଲ୍ଲା ସଂଯୋଜକ ରତ୍ନେଶ୍ୱର ସାହୁ, ବରିଷ୍ଠ ରାଜସ୍ୱ ସହାୟକ ସୂର୍ଯ୍ୟ ନାରାୟଣ ନାୟକ, ସୁନିତା ମାଝୀ, ଶାନ୍ତନୁ ଚୌଧୁରୀ, ପୋଷଣ ଜିଲ୍ଲା ସଂଯୋଜିକା ମଧୁଲତା ଦଣ୍ଡସେନା, ଜିଲ୍ଲା ଜେଣ୍ଡର ସଂଯୋଜିକା ବାସନ୍ତୀ ଖୁଣ୍ଟିଆ, ବୈକୁଣ୍ଠ ପୀଡ଼ିକା ପ୍ରମୁଖ ପରିଚାଳନା କରିଥିଲା ବେଳେ କାର୍ଯ୍ୟକ୍ରମ ଅଧିକାରୀ ଅନିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଧାୟକଙ୍କ ଦ୍ୱାରା ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବିତରଣ

masiha

ବହଳଦାରେ ବ୍ଳକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ୩୦୦ ଜଣ ଆଶାୟୀ

masiha

ଆଦର୍ଶ ଶିକ୍ଷକ ସୁଦାମ ଚରଣ ବେହେରାଙ୍କ ସ୍ମୃତି ସଭା ଅନୁଷ୍ଟିତ 

masiha

Leave a Comment

error: Content is protected !!