ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିସ୍ ଆବାସିକ ବିଦ୍ୟାଳୟ ଠାରେ ଓଡିଶା ଦିବସ ପାଳିତ 

କିସ୍ ଆବାସିକ ବିଦ୍ୟାଳୟ ଠାରେ ଓଡିଶା ଦିବସ ପାଳିତ 

 କଳାହାଣ୍ଡି ଜିଲ୍ଲା ବାଦଲି ସ୍ଥିତ କିସ୍ ଆବାସିକ ପରିସରରେ ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି।ଏଠାରେ କିସ୍ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନୀତା ପଣ୍ଡା, ଉପକାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଷ୍ମନ୍ତ ପଧାନ,ଉପ ପ୍ରଶାସନିକ ଅଧିକାରୀ ସୁଶାନ୍ତ ବିଶ୍ଵାଳ ସମେତ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ପଣ୍ଡା,ଓ ମୁଖ୍ୟଅତିଥି ଭାବରେ ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ଉପ କୁଳପତି ଡ.ନିବେଦିତା ନାଥ ପ୍ରମୁଖ ଉପସ୍ଥିତ ରହି କିସ୍ ବିଦ୍ୟାଳୟର ୮୧୪ ଛାତ୍ରୀଙ୍କ ସହ ଏହି ଦିବସଟିକୁ ପାଳନ କରିଥିଲେ। ପ୍ରଥମେ ଦୀପ ପ୍ରଜ୍ବଳନ ଓ ମହାପୁରୁଷଙ୍କ ପ୍ରତିଛବିରେ ପୁଷ୍ପ ଅର୍ପଣ ପରେ ଅତିଥିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରି, ଛାତ୍ରୀ ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ ପରେ ପ୍ରଧାନ ଶିକ୍ଷୟିତ୍ରୀ ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟଅତିଥି ଅଚ୍ୟୁତ ସାମନ୍ତ ଙ୍କ ଏଭଳି ଅନୁଷ୍ଠାନକୁ ଭୂୟସୀ ପ୍ରଶଂସା କରି ପିଲାଙ୍କୁ ଉଚ୍ଚ ହେବାପାଇଁ କଠିନ ପରିଶ୍ରମ ଓ ନିଜ ମାତୃଭାଷା କୁ ଆଦରି ନେଇ ଓଡ଼ିଶା ର ଗୌରବ ଆଣିବାକୁ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ମଧ୍ୟ ଛାତ୍ର ଛାତ୍ରୀଙ୍କ ପାଇଁ ମାତୃଭାଷାର ଆବଶ୍ୟକତା ଓ ମହତ୍ତ୍ଵ ଦର୍ଶାଇଥିଲେ ।ତୃତୀୟ ଶ୍ରେଣୀ ଛାତ୍ରୀ ବିନୋଦିନୀ ମାଝୀ ଓ ଷଷ୍ଠ ଶ୍ରେଣୀ ଛାତ୍ରୀ ହଂସିକା ନାଏକ ମନ ମୁଗ୍ଧକର ବକ୍ତବ୍ୟ ରଖିବା ସହ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଜନୀଗନ୍ଧା ରାଉତ ଓଡ଼ିଶା ଦିବସ ଉପରେ ଭାଷଣ ରଖିଥିଲେ। ଛାତ୍ରୀ ମାନେ ଦେଶାତ୍ମକ ନୃତ୍ୟ ସହ ଏକ ପିରାମିଡ୍ ପ୍ରଦର୍ଶନ କରି ପରିବେଶକୁ ଆହୁରି ମନ ମଗ୍ଧକର କରିଥିଲେ । ଶେଷରେ କିସ୍ ଅନୁଷ୍ଠାନ ର ଉପକାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଷ୍ମନ୍ତ ପାଧାନ ଧନ୍ୟବାଦ୍ ଅର୍ପଣ ପରେ କାର୍ଯକ୍ରମର ପରିସମାପ୍ତି ହୋଇଥିଲା।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

 

Related posts

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ

masiha

ଆନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ ଭିଜନ ୨୦୩୬ ଆଲୋଚନା ଚକ୍ର

Sunil Chandra Nayak

ସାର ପାଇଁ ପଟ୍ଟା ବାଧ୍ୟ କୁ ନେଇ ତହସିଲ କାର୍ଯ୍ୟାଳୟ ଘେରାଉ କଲା ଚାଷୀ ମୁଲିଆ ଆଦିବାସୀ ସଙ୍ଘ

Sunil Chandra Nayak

Leave a Comment

error: Content is protected !!