ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଭାରତ ରେ ହୋଇଥିବା ପ୍ରଥମ ଦକ୍ଷିଣ ଏସିଆନ କରାଟେ ପ୍ରତିଯୋଗିତା ୨୦୨୫-୨୬ ରେ ଓଡିଶା ର ସଫଳତା 

ଭାରତ ରେ ହୋଇଥିବା ପ୍ରଥମ ଦକ୍ଷିଣ ଏସିଆନ କରାଟେ ପ୍ରତିଯୋଗିତା ୨୦୨୫-୨୬ ରେ ଓଡିଶା ର ସଫଳତା 

କଣ୍ଟାବାଞ୍ଜି: ଝାରଖଣ୍ଡର ଗିରିଡିହି ଠାରେ ଅନୁଷ୍ଠିତ ପ୍ରଥମ ଦକ୍ଷିଣ ଏସିଆନ କରାଟେ ପ୍ରତିଯୋଗିତା ୨୦୨୫-୨୬ ରେ ଓଡିଶାର କରାଟେ ଖେଳାଳିମାନେ ବିଶେଷ ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଓଡିଶାର ୧୦ ଜଣ ଖେଳାଳି ସେନସେଇ ଜିତୁ ପୃଷ୍ଟିଙ୍କ ନେତୃତ୍ୱରେ ଅଂଶଗ୍ରହଣ କରି ମୋଟ ୧୮ ଟି ପଦକ ଜିତିଛନ୍ତି। ସେଥିମଧ୍ୟରୁ ୧୦ ଟି ରୌପ୍ୟ ଓ ୮ ଟି ବ୍ରୋଞ୍ଜ ପଦକ ରହିଛି। ଏହି ସଫଳତା ପାଇଁ ସେନସେଇ ଜିତୁ ପୃଷ୍ଟି ଓ ସମ୍ପାଇ ସାରଳା ସାହୁ ଖେଳାଳିମାନଙ୍କୁ ଦୀର୍ଘ ଦିନ ଧରି ତାଲିମ ପ୍ରଦାନ କରିଥିଲେ।

 ଏହି ପ୍ରତିଯୋଗିତା ରେ ଗୁରୁଃକୃପା ମାର୍ଶାଲଟ ଏକାଡେମୀ କଣ୍ଟାବାଞ୍ଜି ଏବଂ ଟିଟିଲାଗଡ଼ କରାଟେ ଆସୋସିଏସନ, ଟିଟିଲାଗଡ଼ ରୁ ଉତ୍ତମ ଖେଳାଳିଙ୍କୁ ଚୟନ କରି ସେନସେଇ ଜିତୁ ପୃଷ୍ଟି ଏବଂ ସମ୍ପାଇ ସାରଳା ସାହୁ ଦୀର୍ଘ ଦିନ ରୁ କଠିନ ତାଲିମ ପ୍ରଦାନ କରୁଥିଲେ। ସେନସେଇ ଜିତୁ ପୃଷ୍ଟି ଙ୍କ ନେତୃତ୍ୱ ରେ କରାଟେ ଖେଳାଳି ତାଲିମ ନେଇ ନିଜ ପ୍ରତିଯୋଗୀ ଙ୍କୁ ହରାଇ ମେଡାଲ ଜିତି ବିଜୟ ର ଅଧିକାରୀ ହୋଇପାରିଛନ୍ତି ଏବଂ ନିଜ ଦେଶ, ରାଜ୍ୟ ଓ ଅଂଚଳ ର ଗର୍ବ ମାନ ଟେକ ରଖିଛନ୍ତି। ଏହି ପ୍ରତିଯୋଗିତାରେ ସଫଳ ହୋଇଥିବା ଖେଳାଳିମାନେ ହେଲେ ଚନ୍ଦ୍ରାଂଶୁ ସାହୁ, ସୁରଜ କୁମାର, ଏମ ଡି ଜୟାନ ଖାନ, ରେହଂଶୀ ସେଠି, ସାଇ ପ୍ରତ୍ୟୁଷ ବୁଡ଼େକ, ସୂର୍ଯ୍ୟମ୍ବାଲା ସାହୁ, ସାହିଲ ମେହେର, ପ୍ରତ୍ୟୁଷ ବୁଡ଼େକ,ଚିତ୍ତପ୍ରିୟ ସାହୁ ,ଷ୍ଟେଭେନ ସାହୁ । 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଆନ୍ତଃ ଜିଲ୍ଲା ଏକଦିବସୀୟ ବିଦ୍ୟାଳୟ କ୍ରିକେଟ ମ୍ୟାଚ ନିମନ୍ତେ ନବରଙ୍ଗପୁର ଜିଲ୍ଲା ଦଳ ଚୟନ

masiha

ପ୍ରଜ୍ଞା ମେମୋରିଆଲ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵୀତୀୟ ମ୍ୟାଚ୍ ବଲାଙ୍ଗୀର , ସ୍ପୋର୍ଟସ ହଷ୍ଟେଲ ୪ ଗୋଲରେ ବିଜୟୀ

Sunil Chandra Nayak

ମାନସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ, ସର୍ଗିଗୁଡା ଚାମ୍ପିୟାନ

masiha

Leave a Comment

error: Content is protected !!