ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁସୁମି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଵଣ୍ଟନ

କୁସୁମି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଵଣ୍ଟନ

  ମୟୂରଭଞ୍ଜ – ୨୬/୦୪ // ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ବାଦାମପାହାଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଯକ୍ଷ୍ମା ରୋଗୀଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ପୁଡିଆ ବଣ୍ଟନ କାର୍ଯକ୍ରମ ର ଆୟୋଜନ କରାଯାଇଥିଲା । ଏହି କାର୍ଯକ୍ରମ ଭୁବନେଶ୍ୱର ର କଳିଙ୍ଗ ନେଟୱର୍କ ଫର୍ ପିପଲ ଲି ଭିଂ ୱିଥ ଏଚ ଆଇ ଭି ଏଡ଼ସ ନାମକ ଏକ ସଂସ୍ଥା ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ପୁଡିଆ ବଣ୍ଟନ କରିଥିଲେ ।ଏହି ସଂସ୍ଥା ୨୧ ଜଣ ଯକ୍ଷ୍ମା ରୋଗୀ ପୁରା ଆରୋଗ୍ୟ ହେବା ପର୍ଯ୍ୟନ୍ତ ପୁଷ୍ଟିକର ଖାଦ୍ୟ ପୁଡିଆ ବଣ୍ଟନ କରିବେ ବୋଲି ଏହି ସଂସ୍ଥା ର କର୍ମଚାରୀ ଅଜୟ କୁମାର ପାତ୍ର କହିଛନ୍ତି । ଏହି କାର୍ଯକ୍ରମ ରେ ବାଦାମପାହାଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ଡାକ୍ତର ରିତେଶ ଚୈତନ, ଜନସ୍ୱାସ୍ଥ୍ୟ ଅଧିକାରୀ ହିମାଂଶୁ ଶେଖର ବେହେରା, ବି ପି ଏମ ନିରାକାର ନାୟକ, ବରିଷ୍ଠ ଯକ୍ଷ୍ମା ତଦାରଖକାରି ରୋହିତ କୁମାର ବାରିକ୍, ବାମ ସାଲଖୁ ମାଝୀ ଓ ଏଚ ଆଇ ଭି ଏଡ଼ସ ର ଆଉ ଜଣେ କର୍ମଚାରୀ ନିଲୟ କୁମାର ମହାନ୍ତ ଉପସ୍ଥିତ ରହି ରୋଗୀ ମାନଙ୍କୁ ପୁଷ୍ଟିକର ଖାଦ୍ୟ ପୁଡିଆ ବଣ୍ଟନ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ଆମପାଣି ଘାଟିରେ ଟ୍ରଲର ଦୁର୍ଘଟଣା ଦୁଇ ଡ୍ରାଇଭର ଗୁରୁତର

ଜାମଦା ବ୍ଳକର ବିଭିନ୍ନ ଗ୍ରାମର ମୋରମ୍ ଓ ମାଟି ରାସ୍ତାକୁ କଂକ୍ରିଟ୍ ରାସ୍ତା କରିବା ପାଇଁ ଅଂଚଳ ବାସୀଙ୍କ ଦାବୀ

masiha

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ 

masiha

Leave a Comment

error: Content is protected !!