ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରତା : ଭାରତ ଚ୍ଯାମ୍ବର ଅଫ୍ କମର୍ସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରତା : ଭାରତ ଚ୍ଯାମ୍ବର ଅଫ୍ କମର୍ସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା ୧୧/୧୧, ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରତା, ଏକ ସଚେତନତା କାର୍ଯ୍ୟକ୍ରମ ଆଜି ଭାରତ ଚ୍ଯାମ୍ବର ଅଫ୍ କମର୍ସ ପକ୍ଷରୁ ରାଉରକେଲା ହୋଟେଲ ମେଫେୟାର ଠାରେ ଅନୁଷ୍ଠିତ ହୋଇଯାଇଛି। ଭାରତ ଚ୍ଯାମ୍ବର ଅଫ୍ କମର୍ସ ପକ୍ଷରୁ ରାଉରକେଲା ଚ୍ଯାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି ସହଯୋଗରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ଏମ୍ଏସ୍ଏମ୍ଇର ଉପଯୋଗ କିପରି କରାଯାଇ ପାରିବ, ତାହା ବକ୍ତାମାନେ ଉପସ୍ଥାପନ କରିଥିଲେ।

    ଏହି ସଚେତନତା କାର୍ଯ୍ୟକ୍ରମରେ ରାଉରକେଲା ଚ୍ଯାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିର ସଭାପତି ମଳୟ ମଣ୍ଡଳ ସ୍ବାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ, ଭାରତ ଚ୍ଯାମ୍ବର ଅଫ୍ କମର୍ସ ସହଯୋଗରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ରାଉରକେଲାରେ ଯେତକ ଶିଳ୍ପ ରହିଛି, ସେସବୁ ଶିଳ୍ପରେ ପ୍ରତିରକ୍ଷା ସାମଗ୍ରୀ କିପରି ପ୍ରସ୍ତୁତ କରିପାରିବେ ତାହା ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଭାରତରେ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ୨୭ ହଜାର ୮ଶହ ୮୬ କୋଟି ଟଙ୍କା ପୁଞ୍ଜି ରହିଥିଲା ବେଳେ, ରାଉରକେଲା ଏଥିରୁ କୌଣସି ଲାଭ ପାଇପାରୁ ନାହିଁ। ରାଉରକେଲା ଚ୍ଯାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଚେଷ୍ଟା କରାଯାଉଛି, କିପରି ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଉପଯୋଗ କରି ପ୍ରତିରକ୍ଷା ସାମଗ୍ରୀ ପ୍ରସ୍ତୁତି କ୍ଷେତ୍ରରେ ସରକାରୀ ସ୍ତରରେ ଆତ୍ମନିର୍ଭର ହୋଇପାରିବା ତାହା ଏହି ସଚେତନତା କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ରାଉରକେଲାରେ ଥିବା ଶିଳ୍ପଗୁଡିକ ଏମ୍ଏସ୍ଏମ୍ଇର ଉପଯୋଗ କରି କିପରି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିପାରିବେ ତାହା ହିଁ ଏହାର ଲକ୍ଷ୍ୟ। ରାଉରକେଲା ଇସ୍ପାତ କାରଖାନାରୁ ପ୍ରସ୍ତୁତ ଇସ୍ପାତ ଦ୍ବାରା ଭାରତର ଜାହାଜ ତିଆରି ହୋଇପାରୁଥିଲା ବେଳେ ରାଉରକେଲା ସହରରେ ଥିବା ଛୋଟବଡ ଶିଳ୍ପଗୁଡିକ କାହିଁକି ପ୍ରତିରକ୍ଷା ସାମଗ୍ରୀ ପ୍ରସ୍ତୁତ କରି ନପାରିବେ। ଏଥିପାଇଁ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନର ଉପ ନିର୍ଦ୍ଦେଶକ ଆନନ୍ଦ କୁମାର ସିଂହ ଏବଂ ବଲାଙ୍ଗୀର ଜିଲ୍ଲାର ବଡମାଲ ଠାରେ ଥିବା ମ୍ଯୁନିସନ୍ସ ଇଣ୍ଡିଆ ଲିମିଟେଡ ଅର୍ଡନାନ୍ସ କାରଖାନାର ଅତିରିକ୍ତ ସାଧାରଣ ପ୍ରବନ୍ଧକ ରାମ କୁମାର ଏ ବିଷୟରେ ସଚେତନତା କରାଇଥିଲେ। ଏଠାରେ ପ୍ରତିରକ୍ଷା ସାମଗ୍ରୀର ପରୀକ୍ଷା ପାଇଁ କୌଣସି ସୁବିଧା ନଥିବାରୁ, ପ୍ରତିରକ୍ଷା ସାମଗ୍ରୀ ପରୀକ୍ଷା ପାଇଁ ଏଠାରେ କିପରି ସୁଯୋଗ ସୃଷ୍ଟି କରାଯାଇପାରିବ, ସେ ବିଷୟ ନେଇ ଆଗକୁ ମଧ୍ୟ ଆଲୋଚନା ହୋଇ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇପାରିବ, ସେ ସମସ୍ତ ବିଷୟକୁ ନେଇ ଆଗାମୀ ଦିନରେ ଏମ୍ଏସ୍ଏମ୍ଇକୁ ବିନିଯୋଗ କରାଯାଇ ପାରିବ ତାହା ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

       ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକୁ ନେଇ ଏହି ସଚେତନତା କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗରୁ ଆସିଥିବା ଏରୋସ୍ପେଶ ଏଣ୍ଡ ଡିଫେନ୍ସ ଇରନେଷ୍ଟ ଏଣ୍ଡ ୟଙ୍ଗ୍ ଏଲ୍ଏଲପିର ପ୍ରବନ୍ଧକ ବଲପ୍ରିତ ସିଂହ, ଭାରତ ସରକାରଙ୍କ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ମନ୍ତ୍ରାଳୟର ଉପ ନିର୍ଦ୍ଦେଶକ ସାଧାରଣ (ଏନଡିସିଡି) ଆନନ୍ଦ କୁମାର ସିଂହ, ବଡମାଲ ଅର୍ଡନାନ୍ସ କାରଖାନା ମ୍ଯୁନିସନ୍ସ ଇଣ୍ଡିଆ ଲିମିଟେଡର ଅତିରିକ୍ତ ସାଧାରଣ ପ୍ରବନ୍ଧକ ରାମ କୁମାର ଏବଂ ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ବିକାଶ ସଂସ୍ଥାନର ଯୁଗ୍ମ ନିର୍ଦ୍ଦେଶକ ଏସ୍ କେ ସାହୁ ଯୋଗଦେଇ ପ୍ରତିରକ୍ଷା ସାମଗ୍ରୀ ପ୍ରସ୍ତୁତି କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ସଚେତନତା ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରୁଦ୍ରାଣୀ ମିତ୍ର। ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ବନାଥ ଦେ,ମନୀଷ ମୋଦୀ, ସନ୍ଦୀପ ଗୈ।ତମ, ପ୍ରଭାତ ଟିବ୍ରେଓ୍ବ।ଲ, ସିଦ୍ଧାର୍ଥ କୋଚର, ପ୍ରବୀନ ଜୈନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। କେକା ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୋଲନରା ବ୍ଲକ ର ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଙ୍କ ମନମୁଖୀ ଶାସନ କୁ ରାୟଗଡା ଜିଲ୍ଲା ପ୍ରଶାସନ ଆଖିରେ କଳା ପଟି ବାନ୍ଧି ଚୁପ ରହିଛି 

masiha

ରାୟଗଡ ମୁଖ୍ୟ ଡାକ୍ତରଖାନାରେ ସିଟି ସ୍କାନ ବ୍ୟବସ୍ଥାକୁ ଉଦଘାଟନ କଲେ ଜିଲ୍ଲାପାଳ 

masiha

କଳାହାଣ୍ଡି ତୃତୀୟ ପର୍ଯ୍ୟାୟ ରେ ସାମିଲ ହେଲା ୧୧୫ ଉଚ୍ଚ ବିଦ୍ୟାଳୟ

Leave a Comment

error: Content is protected !!