ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ ଜାଗରଣର ପ୍ରତୀକ ସାମାଜିକ କର୍ମୀ ଦିବ୍ୟାଂଶୁ ଆଚାର୍ଯ୍ୟ 

ଜନ ଜାଗରଣର ପ୍ରତୀକ ସାମାଜିକ କର୍ମୀ ଦିବ୍ୟାଂଶୁ ଆଚାର୍ଯ୍ୟ 

କଟକ : ମଣିଷ ନିଜର କର୍ମ ବେଇ ପୂଜା ପାଏ ବା ପୁରସ୍କୃତ ହିଏ । ଆମ ପୂର୍ଣ୍ଣ ଜୀବନ କାଳରେ ଯୌବନ ହିଁ ଦେଶ ଗଠନ ପାଇଁ ଉପଯୁକ୍ତ ସମୟ । ଯୁବ ଶକ୍ତିର ବିକାଶ ହିଁ ଦେଶର ବିକାଶ । ସମାଜର ବିକାଶ ପାଇଁ ଯୁବ ପୀଢ଼ି ମାନଂକର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ସେହିଭଳି ସଂଗଠିତ ଯୁବ ଶକ୍ତି ଆମ ଜାତିର ଉନ୍ନତି ବା ପ୍ରଗତି ସମ୍ଭବ । ଏହି ସମୟ ହିଁ ତାଙ୍କ ନିଜ ସ୍ୱପ୍ନ ଓ ଦେଶ ଗଠନରେ ତାଙ୍କ ଭୂମିକାକୁ ସମ୍ପାଦନ କରାଇଥାଏ । ଖାଲି ପୁସ୍ତକ ଗତ ଶିକ୍ଷା ସମାପନ କରି ବଡ଼ ଚାକିରି କରି ଜୀବନ ଅତିବାହିତ କରିବା ଆମ ଆଦର୍ଶ ନୁହେଁ ନିଜେ ବଞ୍ଚିବା ସହ ସମାଜ ପାଇଁ କିଛି ମହତ୍ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଯୁବ ସମାଜ ବା ସଭ୍ୟ ବିକଶିତ ମାନବର ଯୁଗରେ ମହାପୁରୁଷ ମାନଂକ ଜୀବନୀ ପାଠ,ସେହି ବରେଣ୍ୟ ସାରସ୍ଵତ ମାନଙ୍କ ବିଚାର,ଦର୍ଶନ,ସିଦ୍ଧାନ୍ତ,ଉଚ୍ଚଙ୍ଗ ଅଲୌକିକ ଚିନ୍ତା ଚେତନା ଓ ସେହି ଦିଗରେ କର୍ତ୍ତବ୍ୟ ସମ୍ପାଦନ କରାଯିବା ଜରୁରୀ । ସେହି ଭଳି ଆମ ସମୟର ଜଣେ ଯୁବ ସୁଲଭ ଅନନ୍ୟ ପ୍ରତିଭା,ଯୁବ ସମାଜସେବୀ,ସଂଗଠକ, ପରିବେଶବିତ,ରକ୍ତଦାତା ଦିବ୍ୟାଂଶୁ ଆଚାର୍ଯ୍ୟ ଅନ୍ୟତମ । ପିତା ଶିକ୍ଷାବିତ୍ କିଶୋର ଚନ୍ଦ୍ର ଆଚାର୍ଯ୍ୟ,ମାତା ଆଦର୍ଶ ନାରୀ ପ୍ରତିଭା ପୁଷ୍ପିତା ଆଚାର୍ଯ୍ୟଙ୍କ ଅମୀୟ ଅଙ୍କ ମଣ୍ଡନ କରି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ସାହାପୁର ପଞ୍ଚାୟତ ନୂର୍ତାଙ୍ଗ ଡାକ ଅନ୍ତର୍ଗତ ଅରିଲୋ ଶାସନ ଗ୍ରାମରେ ୨୦୦୦ ମସିହାରେ ଜନ୍ମ ଗ୍ରହଣ କରିଛନ୍ତି । ଗର୍ବ ଓ ଗୌରବର ପରିଭାଷା କି,ସେ ମହାନ୍ ସାରସ୍ଵତ ସାଧକ ନାଟ୍ୟ ଜଗତର ମଉଡମଣି ଗଣକବି ବୈଷ୍ଣବ ପାଣିଙ୍କ ପରିବାରର ଦାୟାଦ ଅଟନ୍ତି । ଜଣେ ମେଧାବୀ ଛାତ୍ର ଭାବେ ଅରିଲୋ ପ୍ରାଥମିକ ଉ.ପ୍ରା. ବିଦ୍ୟାଳୟରୁ ବାଲ୍ୟ ଶିକ୍ଷା ଆରଂଭ କରି ପରେ ଆର୍.ଏନ. ବିଦ୍ୟାପୀଠ କୋଠପଦାରୁ ମାଟ୍ରିକ,ଟେଟ୍ରା ହେଡେନ୍ ଜୁନିଅର କଲେଜ ଟାଙ୍ଗୀରୁ ଯୁକ୍ତଦୁଇ ବିଜ୍ଞାନ,ଇନଷ୍ଟିଚ୍ୟୁଟ ଅଫ୍ ଫାର୍ମାସୀ ସାଲେପୁରରୁ ବି ଫାର୍ମା ଓ ସିକିମ୍ ଉନିଭରସିଟିରୁ ଏମ ଫାର୍ମା ଭଳି ଉଚ୍ଚ ଶିକ୍ଷା ଲାଭ କରିଛନ୍ତି । ଅଧୁନା ଜଣେ ଡ୍ରଗ୍ ଏକ୍ସପର୍ଟ (ଡିଆରଏକ୍ସ) ଭାବେ ପ୍ରତିଷ୍ଠିତ ଘରୋଇ ଡ଼ାକ୍ତରଖାନା ମାନଙ୍କରେ କାର୍ଯ୍ୟ କରିବା ସହ ଭେଷଜ ବିଜ୍ଞାନ ଦିଗରେ ଗବେଷଣା ଜାରୀ ରଖି ଖୁବ୍ ସଫଳତା ଅର୍ଜନ କରି ନିଜର ଜ୍ଞାନ ଭଣ୍ଡାରକୁ ଆହୁରି ସୁଷ୍ଟପୁଷ୍ଟ ଆଉ ସମୃଦ୍ଧ କରି ପାରିଛନ୍ତି । ରକ୍ତଦାନ, ଜନ ଜାଗରଣ,ଆଲୋଚନା ଚକ୍ର,ଆଶ୍ରମ ସେବା,ସୃଜନଶୀଳ ଲେଖନୀ,ପରିବେଶ ସୁରକ୍ଷା,କଳା ସାହିତ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳ ସାଧନା ତାଙ୍କ ସହଜାତ ପ୍ରବୃତ୍ତି,ପିଲା ଦିନୁ ଛାତ୍ର ଜୀବନରୁ ସେ ଏହି ସବୁ ଦିଗରେ ଖୁବ୍ ଆଗ୍ରହୀ । ସେ ଗାଁ ମାଟିକୁ ଖୁବ୍ ଭଲ ପାଆନ୍ତି,ନିଜ ଗ୍ରାମର ବିକାଶ ପାଇଁ ସବୁବେଳେ ଚେଷ୍ଟିତ । ଆମ ରାଜ୍ୟର ବହୁ ଜାଗାରେ ଥିବା ଦୂର୍ଭେଦ୍ୟ ଅଂଚଳକୁ ଯାଇ ସେଠି ଲୋକ ମାନଂକ ସେବା କରିବା,ସ୍ବାସ୍ଥ୍ୟ ଓ ଶିକ୍ଷା ଉପରେ ସଚେତନ କରିବା ତଥା ସମାଜର ମୂଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲ କରିବା ଭଳି ବହୁ ଯୁଗାନ୍ତକାରୀ ପଦକ୍ଷେପ ଖୁବ୍ କମ୍ ବୟସରୁ ନେଇଛନ୍ତି ଯାହାକି ଆମ ପାଇଁ ପ୍ରେରଣା । ନିଜର ଅନନ୍ୟ ସାଧନା ଓ ସଫଳ କୃତୀର ସ୍ଵୀକୃତି ସ୍ୱରୂପ ସେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଯୁବ ପ୍ରତିଭା ସମ୍ମାନ ଲାଭ କରି ସମଗ୍ର ମାହାଙ୍ଗା ଅଂଚଳ ତଥା ରାଜ୍ୟ ପାଇଁ ଗୌରବ ଆଣି ପାରିଛନ୍ତି । ଜଣେ ଯୁବ ସମାଜସେବୀ ଭାବେ ଅନେକ ସେବା କାର୍ଯ୍ୟରେ ସେ ସମୟ ଦିୟନ୍ତି ଏଥିସହ ସାଙ୍ଗସାଥୀ ମାନଙ୍କୁ ନେଇ ବହୁ ଗଠନ ମୂଳକ କାର୍ଯ୍ୟ କରୁଛନ୍ତି । ତାଙ୍କ ପ୍ରଚେଷ୍ଟାରେ ୨୦୧୭ ମସିହାରେ ସେ ଏକ ସାମାଜିକ ସଂଗଠନ “ଆସ୍ଥା ଫାଉଣ୍ଡେସନ ଓଡ଼ିଶା” ଗଠନ କରି ଖୁବ୍ ଗଠନ ମୂଳକ କାର୍ଯ୍ୟ କରିଚାଲିଛନ୍ତି ଯାହାର ମୂଖ୍ୟ ବାର୍ତ୍ତା ଲଭ ଅଲ୍ ସର୍ଭ ଅଲ୍, ହେଲ୍ପ ଏଭର୍ ହର୍ଟ ନେଭର । ଚାରା ବଣ୍ଟନ ଓ ରୋପଣ,ରକ୍ତଦାନ ଶିବିର ଆୟୋଜନ,ସ୍ବାସ୍ଥ୍ୟ ସେବା ଶିବିର,ଜଳଛତ୍ର,କରୋନା ମହାମାରୀ ସମୟରେ ସେବା ସହଯୋଗ ପ୍ରଦାନ,ଜନ ସଚେତନତା ଆଦି ଅନେକ ଗଠନ ମୂଳକ କାର୍ଯ୍ୟରେ ସେ ଖୁବ୍ ରୁଚି ରଖିଛନ୍ତି । ଭବିଷ୍ୟତରେ ଜୀବନର ଲକ୍ଷ୍ୟ ସମ୍ପର୍କରେ କୁହନ୍ତି ଆଗକୁ ସମାଜସେବା ଦିଗରେ ଖୁବ୍ ସାଧନା ଜାରୀ ରଖି ଦେଶ ଓ ଜାତି ପାଇଁ କିଛି ମହତ୍ କାର୍ଯ୍ୟ କରିବାର ଦୃଢ଼ ଆଶା ପୋଷଣ କରିଛନ୍ତି । ସେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାହାଙ୍ଗା, ଯୁବ ଛାତ୍ର ସଂସଦ ବିଜେଡି,ବୟାଳିଶମୌଜା ସାଂସ୍କୃତିକ ପରିଷଦ,ଶିଶୁ ପତ୍ରିକା କୁନି ପ୍ରତିଭା ପରିବାର,ସୃଜନଶୀଳ କିଶୋର ପ୍ରତିଭା ମଂଚ କଟକ,ସରସ୍ଵତୀ କଳା ପରିଷଦ କନ୍ଦରପୁର,ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ,ଓଡ଼ିଶା,ଆରାଧ୍ୟା ଚାରିଟେବୁଲ୍ ଟ୍ରଷ୍ଟ ଫୁଲନଖରା, ସଂଯୁକ୍ତା ମେମୋରିଆ ଚାରିଟେବୁଲ୍ ଟ୍ରଷ୍ଟ ସାଲେପୁର,ଉତ୍କଳ ୟୁଥ୍ ଟ୍ରଷ୍ଟ ବାଙ୍ଗାଲୋର ଆଦି ବହୁ ସଂଗଠନ ପକ୍ଷରୁ ମର୍ଯ୍ୟାଦା ଜନକ ସମ୍ମାନ ଲାଭ କରିଛନ୍ତି । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ବିଜେପି ତରଫରୁ ସେବା ପକ୍ଷ ଅବସରରେ ବିଶାଳ ରକ୍ତଦାନ ଶିବିର,ଉପଖଣ୍ଡ ଚିକିତ୍ସାଳୟରେ ୧୩୫ ୟୁନିଟ୍ ରକ୍ତ ସଂଗ୍ରହ

Sunil Chandra Nayak

କାଶିବାହାଲ ପଞ୍ଚାୟତ ହାଇସ୍କୁଲରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ, ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ

masiha

ଜିଲ୍ଲା ସ୍ତରୀୟ “ଆଦି କର୍ମଯୋଗୀ ଅଭିଯାନ” ଓରିଏଣ୍ଟେସନ୍ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!