ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡକାୟତ ମାମଲାରୁ ୯ ଜଣ ଗ୍ରାମବାସୀନ୍ଦା ଖଲାସ 

ଡକାୟତ ମାମଲାରୁ ୯ ଜଣ ଗ୍ରାମବାସୀନ୍ଦା ଖଲାସ 

ନବରଙ୍ଗପୁର:(୧୯|୫)(ରବି ନାରାୟଣ ମହାନ୍ତି)୯ ଜଣ ଗ୍ରାମ ବାସିନ୍ଦା ସାକ୍ଷ୍ୟ ପ୍ରମାଣ ଅଭାବରୁ ଖଲାସ ହୋଇଛନ୍ତି । ୨୦୨୨ ମସିହା ଜୁନ ୧୭ ତାରିଖ ଦିନ ସିନ୍ଧିଗୁଡା ଗ୍ରାମରେ ଏକ ସଡକ ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ ଖୁଣ୍ଟିଆ ଗ୍ରାମର ଧାନ ମିଲର ବୋଲେର ଗାଡି ସମ୍ପୃକ୍ତି ଅଭିଯୋଗ କରି ଗ୍ରାମ ବାସିନ୍ଦା ମାନେ ରାସ୍ତା ରୋକ କରିଥିଲେ । ପରବର୍ତ୍ତୀ ସମୟରେ ୧୮ ତାରିଖ ରାତ୍ର ପ୍ରାୟ ୧୧ ଘଣ୍ଟା ସମୟରେ ସିନ୍ଧିଗୁଡା ଗ୍ରାମର କିଛି ଲୋକ ମିଲରେ ଜବରଦସ୍ତ ପ୍ରବେଶ କରି ସମ୍ପତି ନଷ୍ଟ କରିବା ସହ 3 ଲକ୍ଷ ଟଙ୍କା ଲୁଟି ନେଇଥିବା ମିଲ ମାଲିକ ବି ଲକ୍ଷ୍ମୀ ଏତେଲା ଦେଇଥିଲେ । ଏତଲା ଆଧାରରେ ପୋଲିସ ତଦନ୍ତ କରି ସିନ୍ଧିଗୁଡା ଗ୍ରାମର ୯ ଜଣଙ୍କୁ ଅଭିଯୁକ୍ତ ଦର୍ଷେଇଥିଲା । ଇତି ମଧ୍ୟରେ ୯ ଜଣ ଅଭିଯୁକ୍ତ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଠାରୁ ଜାମିନରେ ଆସିଥିଲେ । ଶନିବାର ଦିନ ସି ଜେ ଏମ ସାକ୍ଷ୍ୟ ପ୍ରମାଣ ଅଭାବରୁ ୯ ଜଣ ଗ୍ରାମବାସୀଙ୍କୁ ଖୋଲାସ କରିଛନ୍ତି । ଅଭିଯୁକ୍ତ ମାନଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ସି ଏଚ ବାବା ଯୁଗନ୍ଧର, ଇମ୍ରାନ ସରିଫ ଓ ସି ଏଚ ଭେଙ୍କଟେଶ ମାମଲା ପରିଚାଳାନା କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନର୍ଲାରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦଘାଟିତ

Sunil Chandra Nayak

ଡାବୁଗାଁ ପଞ୍ଚାୟତ ସମିତି ସାଧାରଣ ବୈଠକ 

masiha

ଧର୍ମପରାୟଣ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିରଞ୍ଚିନାରାୟଣ ମହାନ୍ତଙ୍କ ଦେହାନ୍ତ ରେ ରାଇରଙ୍ଗପୁରରେ ଶୋକର ଛାୟା

masiha

Leave a Comment

error: Content is protected !!