ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁନିଗୁଡା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

ମୁନିଗୁଡା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

ମୁନିଗୁଡା/ରାୟଗଡ:- ତା. ୨୭-୦୫-୨୦୨୫ରିଖ ଦିନ ମୁନିଗୁଡା ବ୍ଲକ କାର୍ଯ୍ୟାଳୟର ସଭାଗୃହ ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ପାରୁଲ ପଟlୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଷ୍ଣୁ ପ୍ରସାଦ ପାତ୍ର, ଗୁଣପୁର ଉପ ଜିଲ୍ଲାପାଳ କିରନଦୀପ କୌର ସହତା, ଗୁଣପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ସିଡିଏମଓ ପ୍ରଫୁଲ୍ଲ କୁମାର ପାଢ଼ୀ ଯୋଗଦେଇ ଅଭିଯୋଗର ଶୁଣାଣୀ କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁନିଗୁଡାଙ୍କ ତତ୍ୱାବଧାନ ରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଆଜି ମୋଟ ୪୪ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ୩୦ଟି ବ୍ୟକ୍ତିଗତ, ୧୨ଟି ସାମୁହିକ, ଦୁଇଟି ସ୍ବାସ୍ଥ୍ୟଗତ ଦରଖାସ୍ତ ପଞ୍ଜିକରଣ ହୋଇଥିବା ବେଳେ ଜଣଙ୍କୁ ୫୦୦୦ହିସାବରେ ଦୁଇ ଜଣଙ୍କୁ ଦଶ ହଜାର ଟଙ୍କା ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଥିଲା । ପାଞ୍ଚଟି ଦରଖାସ୍ତର ଅଭିଯୋଗ ତୁରନ୍ତ ସମାଧାନ କରାଯାଇଥିଲା ।

ଏହି ଅଭିଯୋଗ ଶିବିରରେ ଜିଲ୍ଲା ସ୍ତରୀୟ ଅଧିକାରୀ, ଉପଖଣ୍ଡ ସ୍ତରୀୟ ଅଧିକାରୀ ଓ ମୁନିଗୁଡା ବ୍ଲକର ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଆଦି ଯୋଗଦାନ କରି ଅଭିଯୋଗ ମାନ ଶୁଣାଣୀ କରିଥିଲେ l ସହକାରି ଜିଲ୍ଲାପାଳ ତଥା ଅଭିଯୋଗ ଶୁଣାଣି ଅଧିକାରୀ ସସ୍ମିତା ପଟ୍ଟନାୟକ, ଅଭିଯୋଗ ଶୁଣାଣି ସହାୟକ ଅଚ୍ୟୁତାନନ୍ଦ ଲିମା ଶିବିର ପରିଚାଳନା କରିଥିବା ବେଳେ ମୁନିଗୁଡାଥାନା ଅଧିକାରୀ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଲୋକସଂସ୍କୃତିବିତ୍ ଡକ୍ଟର ଆଦିକନ୍ଦ ମହାନ୍ତଙ୍କ ଆତ୍ମଜୀବନୀ ‘ଶିକ୍ଷକ’ ଉନ୍ମୋଚିତ

masiha

ବନ୍ଧୁଗାଁ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପରିକ୍ଷା

Sunil Chandra Nayak

ନୀଳାଚଳ ଯୁବ ପରିଷଦ ର ଶ୍ରୀଗଣେଶ ପୂଜା 

Sunil Chandra Nayak

Leave a Comment

error: Content is protected !!