ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବ୍ୟବସ୍ଥା ରେ ସରିଲା ବ୍ଳକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗୀତା 

ଅବ୍ୟବସ୍ଥା ରେ ସରିଲା ବ୍ଳକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗୀତା 

ଡାବୁଗାଁ, ୧୦/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ପରିସରରେ ବ୍ଳକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗୀତା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଡାବୁଗାଁ ବ୍ଳକର ୧୨ ଗୋଟି ଗ୍ରାମ ପଞ୍ଚାୟତରୁ ୨୪ ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଭାଗ ନେଇଥିଲେ | ଏହି ଅବସରରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ବୀଣା ମାଝୀ ଙ୍କ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ | ଏଥିରେ ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟା ମାନେ ଭାଗ ନେଇ ନିଜ ନିଜର ଦଳ ପ୍ରସ୍ତୁତ କରିଥିବା ବିଭିନ୍ନ ଖାଦ୍ୟ ପ୍ରଦର୍ଶନ କରାଇ ଥିଲେ l ବିଚାରକ ମଣ୍ଡଳୀକୁ ଖାଦ୍ୟ ଚାଖିବା ପାଇଁ ଦେଇଥିଲେ l ୨୪ ଟି ଦଳ ମଧ୍ୟରୁ ପ୍ରତି ଦଳ ରୁ ତିନି ଜଣ ଲେଖା ଉକ୍ତ ଖାଦ୍ୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ଥିବା ବେଳେ ପ୍ରଥମ ଦଳ ଭାବେ ଡଙ୍ଗରିଗୁଡ଼ା ପଞ୍ଚାୟତର ହାଟପଦା ସାହିର ମୁତୁୟାଲୁ ସ୍ଵୟଂ ସହାୟିକା ଗୋଷ୍ଠୀ, ଦ୍ଵିତୀୟ ଦଳ ଭାବେ ଡାବୁଗାଁ ପଞ୍ଚାୟତ ର ନୂଆଗୁଡା ସାହିର ମା ବୈଷ୍ଣବୀ ସ୍ଵୟଂ ସହାୟିକା ଗୋଷ୍ଠୀ ବିବେଚିତ ହୋଇ ଯଥା କ୍ରମେ ୫୦୦୦ ଓ ୪୦୦୦ ଟଙ୍କା ପୁରଷ୍କୃତ ହୋଇଥିଲେ l ଏଥି ସହିତ ସମସ୍ତଙ୍କୁ ପ୍ରସଂଶା ପତ୍ର ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟା ମାନେ, ସି ଆର୍ ପି, ଏମ୍ ବି କେ ଓ ବ୍ୟାଙ୍କ ମିତ୍ର ପ୍ରମୂଖ ଉପସ୍ଥିତ ରହିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବ୍ଳକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ରଥ, ବି ପି ଏମ୍ ଦୀପ୍ତି କିଶୋର ନାୟକ ପ୍ରମୂଖ ଉପସ୍ଥିତ ଥିଲେ l ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ ଡି ପ୍ରସାଦ ମଞ୍ଚ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ ମହିଳା ମାନଙ୍କ ପାଇଁ ଟେବୁଲ, ଚେୟାର ର ଅଭାବ ଯୋଗୁଁ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ | ବର୍ଷା ଦିନ ଚାଲିଥିବା ଜାଣି ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ସେପରି କୌଣସି ବ୍ୟବସ୍ଥା ହୋଇନଥିଲା କେବଳ କପଡା ବାନ୍ଧି କାମ ଚଳାଯାଇଥିଲା | ଯାହା ଦ୍ଵାରା ବର୍ଷା ହେବାରୁ ମହିଳା ମାନେ ଖାଦ୍ୟ ପ୍ରସ୍ତୁତି ପାଇଁ ହଇରାଣ ହୋଇଥିଲେ | ଖବରଦାତା ମାନଙ୍କୁ ମୋବାଇଲରେ ମ୍ୟାସେଜ ଦେଇଥିଲେ କିନ୍ତୁ ଖବରଦାତା ମାନେ କାର୍ଯ୍ୟକ୍ରମ କୁ ଯାଇଥିଲେ ମଧ୍ୟ କୌଣସି ଅଧିକାରୀ ପଚାରି ନଥିଲେ | ବିଡିଓ ତାଲିମ ପାଇଁ ଭୁବନେଶ୍ଵର ଯାଇଥିବାରୁ ଏପରି ବ୍ୟତିକ୍ରମ ଦେଖାଦେଇଛି |             

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜିରାଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ସରକାର ଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସରପଞ୍ଚ ଙ୍କ ଦଲାଲ ହାତରେ

Sunil Chandra Nayak

ବ୍ଲକ ସ୍ତରୀୟ ନବଭାରତ ସାକ୍ଷରତା କର୍ମଶାଳା

Sunil Chandra Nayak

Leave a Comment

error: Content is protected !!