ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜୁଆ ଆଡାରେ ଚଢ଼ଉ, ୯ ଗିରଫ ୩ ଟି ଦାମୀ କାର, ୮ଟି ମୋବାଇଲ ଜବତ 

ଜୁଆ ଆଡାରେ ଚଢ଼ଉ, ୯ ଗିରଫ

୩ ଟି ଦାମୀ କାର, ୮ଟି ମୋବାଇଲ ଜବତ 

କାମାକ୍ଷାନଗର (ମନିସ)11/6/25 —  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବ୍ରାହ୍ମଣିଆ ଗାଁ ନିକଟ ଏକ ବନ୍ଦ ଥିବା ବ୍ରଏଲର ଫାର୍ମରେ ଏପରି ଜୁଆ ଆଡ୍ଡା ଚାଲୁଥିବା ବେଳେ ରାତିରେ କାମାକ୍ଷାନଗର ପୁଲିସ ଚଢ଼ଉ କରିଛି। ସେଠାରୁ ୯ ଜଣ କୁଆଡ଼ିଙ୍କୁ ଗିରଫ କରା‌ଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଭୁବନର ଅମିତ କୁମାର ସାହୁ(୪୦), ନିରଞ୍ଜନ ମହାରଣା( (୪୮), ଆଳତୁମାର ଭୀମସେନ୍ ସାହୁ(୪୮), ଯାଜପୁର ରୋଡ୍ ଲକ୍ଷ୍ମୀନଗର ପ୍ରଶାନ୍ତ କୁମାର ସାହୁ(୪୦), ଯାଜପୁର ରୋଡ୍ କୋପଣ୍ଡାର ଅନନ୍ତ (୩୪), ବ୍ରାହ୍ମଣୀଆର ଅବନୀ ବେହେରା(୪୦), ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁରର ମାନସ କୁମାର ସାହୁ(୪୪), କୃଷ୍ଣକୁମାରପୁରର ପିଣ୍ଟୁ ସାମଲ (୩୫) ଓ କାମାକ୍ଷାନଗର ଅନନ୍ତପୁରର ତ୍ରିଲୋଚନ ବେହେରା(୫୦)। ସୂଚନା ଅନୁସାରେ, ଉକ୍ତ ଫାର୍ମରେ କିଛି ଜୁଆ ଖେଳ ଚାଲିଥିଲା। ଭିଡ଼ ଜମିବା ସହ ପାଟିତୁଣ୍ଡରେ ସ୍ଥାନୀୟ ହଇରାଣ ହେଉଥିଲେ। ଏସଂପର୍କରେ ଏସ୍.ପିଙ୍କୁ ଅବଗତ ହେଲା ପରେ ଏସ୍.ପି.ଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ଆଶିଷ ଜେନାଙ୍କ ସହ ଅନ୍ୟ ପୋଲିସ୍ ଅଧିକାରୀ ମାନେ ଅତର୍କୀତ ଚଢାଉ କରିଥିଲେ l ପୁଲିସକୁ ଦେଖି ଅନେକ ଦୌଡ଼ି ପଳାଇଥିବା ବେଳେ ସେଠାରୁ ଉକ୍ତ ୯ ଜଣଙ୍କୁ ପୁଲିସ ପକ୍ଷରୁ କାବୁ କରାଯାଇଥିଲା । ସେଠାରୁ ୯୨ ହଜାର ୯୫୪ ଟଙ୍କା ସହ ୮ଟି ମୋବାଇଲ ୩ଟି ଦାମୀ କାର୍ ଜବତ୍ କରାଯାଇଛି ।ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଥିବା କରାଯାଇଛି।ଥାନା ଅଧିକାରୀ ସୂଚନା ଦେଇଛନ୍ତି l ଖବର ନେବାରୁ ଜଣାଯାଏ ଯେ କାମାକ୍ଷାନଗର ଉପଖଣ୍ଡର ଭୁବନ, କଙ୍କଡ଼ାହାଡ଼ କାମାକ୍ଷାନଗର,ପରଜଙ୍ଗ ଓ ମହା ବିରୋଡ ଆଦି ଥାନା ଫାଣ୍ଡି ଅଞ୍ଚଳରେ ଥିବା ହାଟ ,ବଜାର ଓ ପରିତ୍ୟକ୍ତ ସ୍ଥାନ ଗୁଡିକରେ ବହୁ ଦିନ ଧରି ଜୁଆଖେଳ ଚାଲୁ ରହିଛି l ଯାହା ଫଳରେ ଅନେକ ଲୋକ ଲକ୍ଷ ଲକ୍ଷ ଟଙ୍କା ହରାଇ ସର୍ବଶାନ୍ତ ହୋଇଥିବା ଜଣାପଡିଛି l ଏଣୁ ଜିଲ୍ଲା ପୋଲିସ୍ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସ୍ୱାର୍ଡ ଗଠନ କରାଯାଇ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହୋଇଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଅମ୍ବାଦଳା ପୁଲିସକୁ ମିଳିଛି ବଡ ସଫଳତା, ଆଲୁମିନା ପାଉଡର ଲୁଟ୍ ଗ୍ୟାଙ୍ଗର ୧୦ଗିରଫ ମୁଖ୍ୟ ଫେରାର

Sunil Chandra Nayak

ନକଲି ସୁନା ଶଙ୍ଖ କାରବାର ରେ ଦୁଇ ଜଣଙ୍କୁ କାବୁ କଲା ଉମରକୋଟ ପୋଲିସ ,୨୬୮୦୦୦ନଗଦ ଟଙ୍କା ଜବତ

Sunil Chandra Nayak

କଛାଡେଙ୍ଗେନ୍ ଜଙ୍ଗଲ ରେ ଜଣେ ଯୁବକ ଗଛରେ ରଶି ଲଗେଇ ମୃତ୍ୟୁ ଘଟଣା: ତଦନ୍ତକାରୀ ପୁଲିସ ଦଳକୁ ଗାମବସୀ ଘେରାଉ କଲେ

Sunil Chandra Nayak

Leave a Comment

error: Content is protected !!