ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭତ୍ତା ଟଙ୍କା ପାଇଁ ବ୍ୟାଙ୍କ୍ ଆସିଥିବା ବୃଦ୍ଧ ଅସୁସ୍ଥ : ବ୍ୟାଙ୍କକୁ ଦୌଡ଼ି ବୃଦ୍ଧ ବୃଦ୍ଧା ହନ୍ତସନ୍ତ 

ମ.ରାମପୁର,୩୦/୪( ମସୀହl ): ମ.ରାମପୁର ନିକଟବର୍ତ୍ତୀ ନର୍ଲା ବ୍ଲକ୍ ଅନ୍ତର୍ଗତ ଭାଟେଲ ଗ୍ରାମର ବୃଦ୍ଧ ଦମ୍ପତି ଦୂତିଆ ଝରା ( ୭୬) ଓ ସ୍ତ୍ରୀ ଉର୍ମିଳା ଝରା (୭୧) ନିଜର ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଜମା ହେଇଛି କି ନାହିଁ ତାହା ଯାଞ୍ଚ କାରାଇ ଟଙ୍କା ଉଠାଇବା ପାଇଁ ମ. ରାମପୁର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ କୁ ଗତକାଲି ଆସିଥିଲେ l ୪୩ ଡିଗ୍ରୀ ତାତି ରେ ବୃଦ୍ଧ ଦମ୍ପତ୍ତି ନିଜ ଭତ୍ତା ଟଙ୍କା ପାଇବା ପାଇଁ ପ୍ରାୟ ୫/୬ କିମି ଦୂର ବ୍ୟାଙ୍କ କୁ ଆସିଥିଲେ l ଏପଟେ ପ୍ରବଳ ଗରମ ଝାଞ୍ଜି ଅନ୍ୟପଟେ ବୃଦ୍ଧ ଜଣକ ମୁର୍ଚ୍ଛା ରୋଗୀ l କାଳ କୁ ବ୍ୟାଙ୍କ୍ ସମ୍ମୁଖ ରାସ୍ତା ପାଖରେ ବୃଦ୍ଧ ଜଣକ ମୂର୍ଚ୍ଛା ଯାଇ ଅଚେତ ହୋଇ ପଡ଼ି ରହିଥିଲେ l ସେ ଅପରାହଣ ପ୍ରାୟ ୩ ଘଣ୍ଟା ସମୟରୁ ଅଚେତ୍ ହୋଇ ପଡ଼ି ରହିଥିଲେ ସନ୍ଧ୍ୟା ୬ ଘଣ୍ଟା ପାଖାପାଖି ତଥାପି ସେ ଉଠି ପାରିଲେ ନାହିଁ l ବୃଦ୍ଧା ନିଜ ବୃଦ୍ଧ ସ୍ଵାମୀକୁ କେମିତି ଘରକୁ ଫେରାଇ ନେବ ସେ ଅସହାୟ ହୋଇ କେବଳ ଜଳକା ହୋଇ ଲୋକଙ୍କ ସାହାର୍ଯ୍ୟ ପାଇବା ପାଇଁ ଜଗି ରହିଥିଲା l ସେମାନଙ୍କ ପାଖରେ ଟଙ୍କାଟିଏ ନାହିଁ l ବୃଦ୍ଧା ଙ୍କ ଅଭିଯୋଗ ଅନୁଯାଇ- ସେମାନେ ୩ ମାସ ହେଲା ଭତ୍ତା ଟଙ୍କା ପାଇ ନାହାନ୍ତି l ପାଖ ଦୋକାନୀ ହନୁ କୁମାର ନାଗ ନିଜ ଖର୍ଚ୍ଚରେ ଗୋଟିଏ ଟେମ୍ପୋ ଗାଡ଼ି ବ୍ୟବସ୍ଥା କରି ଅସୁସ୍ଥ ବୃଦ୍ଧ ଏବଂ ବୃଦ୍ଧା ଙ୍କୁ ତାଙ୍କ ଘରକୁ ଯିବା ବ୍ୟବସ୍ଥା କରାଇଥିଲେ l ସରକାର ବୃଦ୍ଧ ବୃଦ୍ଧlଙ୍କ ଭତ୍ତା ଟଙ୍କା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ବଣ୍ଟନ କରୁଥିଲେ l ଏବେ ବ୍ୟାଙ୍କ ଖାତା ମାଧ୍ୟମରେ ଦେବା ବ୍ୟବସ୍ଥା ଆରମ୍ଭ କରିଛନ୍ତି l ହେଲେ ବୃଦ୍ଧ ବୃଦ୍ଧା ବ୍ୟାଙ୍କକୁ ଦୌଡ଼ି ହନ୍ତସନ୍ତ ହେଉଛନ୍ତି l ଖରା ତାତିରେ ବୃଦ୍ଧ ବୃଦ୍ଧାଙ୍କ ଜୀବନ ଯିବା ବଡ଼ କଥା ନୁହେଁ l ଏଣୁ ପ୍ରଶାସନ ବିହିତ ପଦକ୍ଷେପ ନେଇ ବୃଦ୍ଧ ବୃଦ୍ଧାଙ୍କ ମଙ୍ଗଳ ଏବଂ ସୁରକ୍ଷା ପାଇଁ ଗ୍ରୀଷ୍ମ ମାସ ଭତ୍ତା ଟଙ୍କା ଘରେ ଘରେ ପହଞ୍ଚେଇବା ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି l

ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ୍ l

Related posts

ସରପଞ୍ଚ ଓ ପିଇଓଙ୍କ ବିରୋଧରେ ଅର୍ଥ ହଡପ୍ କରିଥିବା ନେଇ ଭାରପ୍ରାପ୍ତ ବିଡିଓ ଙ୍କ ପାଖରେ ଅଭିଯୋଗ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସବୁଜ ପୃଥିବୀ ଗଢ଼ିବା ଆସ  ଗଛ ଲଗାଇବା ଆସ

ତେଲେଙ୍ଗାନା ଇଟା ଭାଟି ରେ ନିର୍ଯାତିତ ଅଟକ ଦାଦନ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!